December 22, 2024
Home » ପାଞ୍ଚ ହଜାର ଲାଞ୍ଚ ନେବା ପଡିଲା ମହଙ୍ଗା,ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର l

ପାଞ୍ଚ ହଜାର ଲାଞ୍ଚ ନେବା ପଡିଲା ମହଙ୍ଗା,ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର l

0

ସୁବର୍ଣ୍ଣପୁର–ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର । ପିଏମଇଜିପି ଋଣ କରାଇ ଦେବା ପାଇଁ ହିତାଧିକାରୀ ସୁନିଲ କୁମାର ମିଶ୍ରଙ୍କ ଠାରୁ ଲାଞ୍ଚ ନେଉଥିବାବେଳେ ବିପିନ କୁମାର ଦେହୁରୀଙ୍କୁ ଧରିଲା ଭିଜିଲାନ୍ସ ବିଭାଗ । ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ବିପିନ ।ପିଏମଇଜିପି ଋଣ କରାଇ ଦେବା ପାଇଁ ସୁନିଲଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ବିପିନ । ଏନେଇ ସୁନିଲ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ ।

ପୂର୍ବ ଯୋଜନା ମୁତାବକ ବିପିନ ଦେହୁରୀ ଟଙ୍କା ନେଉ ଥିବା ବେଳେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା।ଘଟଣାସ୍ଥଳରୁ ଲାଞ୍ଚ ଟଙ୍କା ନଗଦ ୫ ହଜାର ଟଙ୍କା ଜବତ କରିଥିବାବେଳେ, ଏବେ ଭିଜିଲାନ୍ସ ବିଭାଗ ବିପିନ ଦେହୁରୀଙ୍କର ତିନୋଟି ସ୍ଥାନରେ ଏକା ସାଙ୍ଗରେ ଚଢାଉ କରୁଥିବା ସୂଚନା ମିଳିଛି । ଏ ନେଇ ସମ୍ବଲପୁର ଭିଜିଲାନ୍ସ PS କେସ ନମ୍ବର 32 /20/12/2024 U/s 7 ପିସି ଆମେଣ୍ଡମେଣ୍ଟ ଆକ୍ଟ 2018ଆଧାର ରେ ମାମଲା ରୁଜୁ ହୋଇଛି l

ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *

You may have missed