ପାଣି ଟ୍ୟାଙ୍କର ରେ ଗଞ୍ଜେଇ ଚାଲାଣ
ଅଭିନଵ ଉପାୟରେ ଗଞ୍ଜେଇ ଚାଲାଣ ବେଳେ ଧରିଲା କଣ୍ଟାମାଳ ପୋଲିସ l ସୁବର୍ଣ୍ଣପୁର —ପାଣି ଟ୍ୟାଙ୍କର ରେ ଗଞ୍ଜେଇ ଚାଲାଣ l ଅଭିନବ ଉପାୟ ରେ ପାଣି ଟ୍ୟାଙ୍କର ରେ ଗଂଜେଇ ଚାଲାଣ ବେଳେ ଜଣେ ଗିରଫ l ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଂଚଳ ରେ ପ୍ରାୟତଃ ବିଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣ ହୁଏ l ତେବେ ଆଜି ସେହିପରି ଏକ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପାଣି ଟ୍ୟାଙ୍କର ରେ ଚାଲାଣ ହେଉଥିବା ବେଳେ ଧରିଛି କଣ୍ଟାମାଳ ପୋଲିସ l

ଆଜି କୌଣସି ସୂତ୍ର ରୁ କଣ୍ଟାମାଳ ପୋଲିସ ଖବର ପାଇ କଣ୍ଟାମାଳ ଟିକିରାପଡା ରୋଡ଼ ରେ ଏକ ଟ୍ରାକ୍ଟର ରେ ଲାଗିଥିବା ପାଣି ଟ୍ୟାଙ୍କର କୁ ଯାଞ୍ଚ କରିଥିଲା l ହେଲେ ପାଣି ଟ୍ୟାଙ୍କର ରୁ ପାଣି ବଦଳରେ ବାହାରିଥିଲା କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ l ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ଜବତ ହୋଇଥିବା ଗଞ୍ଜେଇ କୁ ଓଜନ କଲାପରେ ତାହା 5 କୁଇଣ୍ଟାଲ 10 କେଜି ହୋଇଥିଲା l ଟ୍ରାକ୍ଟର ସହ ପାଣି ଟ୍ୟାଙ୍କର ଓ ଗଞ୍ଜେଇ କୁ ଜବତ କରାଯାଇଛି l ଏହି ଘଟଣା ରେ ଟ୍ରାକ୍ଟର ର ଡ୍ରାଇଭର କୁ ଥାନାରେ ଅଟକ ରଖାଯାଇଛି ବୋଲି ସୂଚନା ଦେଇଛନ୍ତି କଣ୍ଟାମାଳ ଭାରପ୍ରାପ୍ତ ଥାନା ଅଧିକାରୀ ପ୍ରକାଶ ଭୋଇ l ଏ ନେଇ କଣ୍ଟାମାଳ ଥାନା ରେ ଏକ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଚାଲିଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
