ପାମ ଅଏଲ କମ୍ପାନୀ ସହିତ ଓଡ଼ିଶା ସରକାରଙ୍କ ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଏକ ଗୁରୁତ୍ଵପୂର୍ଣ୍ଣ ଅବସରରେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହ ଦେଓ ଏବଂ ୪ଟି ଜିଲ୍ଲା ପାଇଁ ୩ଟି ତୈଳ ପାମ କମ୍ପାନି ମଧ୍ୟରେ ଏକ ବୁଝାମଣା ପତ୍ର (MoU) ସ୍ଵାକ୍ଷରିତ ହୋଇଛି । ଏହି ବୁଝାମଣା ପତ୍ର ଅନୁଯାୟୀ, ପାମ ଅଏଲ କମ୍ପାନୀ ଦ୍ଵାରା ଓଡ଼ିଶାରେ ଏକ ବୃହତ ଅଏଲ ପାମ କ୍ଷେତ୍ର ପ୍ରସ୍ତୁତି ହେବ । ଏହି ଏହା ରାଜ୍ୟର କୃଷି ଓ ଔଦ୍ୟୋଗିକ ବିକାଶରେ ଏକ ନୂତ ନୂତନ ଅଧ୍ୟାୟ ଆଣିବା ସହିତ ଚାଷୀଙ୍କୁ ଭଲ ମୂଲ୍ୟ ପ୍ରଦାନ ପ୍ରଦାନ ଓ ନିଯୁକ୍ତି ସୃଷ୍ଟିରେ ମଧ୍ଯ ଉଲ୍ଲେଖନୀୟ ଭୂମିକା ନିବାହ କରିବ । ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହ ଦେଓ ଏହି ଅବସରରେ ଅଏଲ ପାମ କମ୍ପାନୀ ଜମ୍ପାନୀର ସମସ୍ତ ପ୍ରତିନିଧୂଙ୍କୁ ସ୍ଵାଗତ କରି କିହିଲେ ଯେ ଏହି ବୁଝାମଣା ପତ୍ର ରାଜ୍ୟରେ ଅଏଲ ଏଲ ପାମ ଚାଷ କ୍ଷେତ୍ରକୁ ବୃଦ୍ଧି କରିବ ଯାହା ଫଳରେ ରାଜ୍ୟରେ ଖାଇବା ତେଲ ଉତ୍ପାଦନ ବୃଦ୍ଧି ପାଇବ । ଦ୍ଵାରା କୃଷକଙ୍କ ଆୟ ବୃଦ୍ଧି ପାଇବ ଏବଂ ଗ୍ରାମୀଣ ରୋଜଗାର ସୃଷ୍ଟି ହେବ ଯାହା ଦ୍ଵାରା କୃଷକମାନଙ୍କର ସାମାଜିକ ଅର୍ଥନୈତି ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆସିବ । ଏହି ବୁଝାମଣା ପତ୍ର ଓଡ଼ିଶାରେ କୃଷି ଉଦ୍ୟୋଗ ଓ ନିବେଶ ବଶ ପାଇଁ ଅନୁକୂଳ ପରିବେଶ ତିଆରି କରିବାରେ ସହାୟକ ହେବ ବୋଲି ସେ ଦୃଢ଼ ଆଶା ପୋଷଣ କରିଥିଲେ । ଏହା ଦ୍ଵାରା ଚାଷୀ, ଯୁବ ଓ ଶ୍ରମିକମାନେ ଉପକୃତ ହେବେ । ଅଏଲ ପାମ କମ୍ପାନୀ ପ୍ରତିନିଧୂମାନେ ଓଡ଼ିଶାରେ ବିପୁଳ ସମ୍ଭାବନା ଥିବା ଅଏଲ ପାମ କ୍ଷେତ୍ରକୁ ଆମେ ଉନ୍ନତ ପ୍ରଯୁକ୍ତି ଓ ନୂତନ ନିବେଶ ସହିତ ଉନ୍ନତି କରିବାକୁ ପ୍ରତିବଦ୍ଧ ବୋଲି କହିଥିଲେ । ଏନ୍ ଏମ୍ ଇଓ– ଓପି ଯୋଜନାରେ ରାଜ୍ୟରେ ଅଏଲ ପାମ୍ କାର୍ଯ୍ୟକ୍ରମ ପାଇଁ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ ଭଳି ୪ଟି ଜିଲ୍ଲା ପାଇଁ ୩ଟି ତୈଳ ପାମ କମ୍ପାନି ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । । ଏହି କମ୍ପାନୀଗୁଡ଼ିକ ହେଲା ପତଞ୍ଜଳି ଫୁଟ୍ସ ଲିମିଟେଡ୍ (କଟକ), ତୁମ୍ମାଲା ଆଗ୍ରୋ ପ୍ରଡକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ (ଅନୁଗୁଳ) ଏବଂ ଲିଭ୍ ପାମ୍ ରିସୋର୍ସେସ ପ୍ରାଇଭେଟ୍ଲିମିଟେଡ୍ ( ଢେଙ୍କାନାଳ ଓ ଯାଜପୁର) ` ଏହି ବୁଝାମଣା ପତ୍ର ଦ୍ଵାରା ଆସନ୍ତା କିଛି ବର୍ଷ ମଧ୍ୟରେ ରାଜ୍ୟର ଅର୍ଥନୈତିକ ରୂପାନ୍ତରଣ ଓ ରୋଜଗାର ସୃଷ୍ଟିରେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଶା କରାଯାଉଛି । ଏହି କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ, କୃଷି ବିଭାଗର ନିର୍ଦ୍ଦେଶ ର୍ଦ୍ଦଶକ ଶୁଭମ ସାକସେନା, ଉଦ୍ୟାନ କୃଷି ବିଭାଗ ନିର୍ଦେଶକ ନିଖିଲ ପବନ କଲ୍ୟାଣ ଏବଂ ବିଭା ବିଭାଗର ବରିଷ୍ଠ ଅଧୂକାରୀମାନେ ଯୋଗ ଦେଇଥିଲେ ।