February 22, 2026
Home » ପାରଳାଖେମୁଣ୍ଡି ସହରର ଟ୍ରାଫିକ ସମସ୍ୟା ଓ ଚୋରି ନିମନ୍ତ୍ରଣ କରିବ ୨୬ଟି ସିସିଟିଭି କ୍ୟାମେରା

ପାରଳାଖେମୁଣ୍ଡି ସହରର ଟ୍ରାଫିକ ସମସ୍ୟା ଓ ଚୋରି ନିମନ୍ତ୍ରଣ କରିବ ୨୬ଟି ସିସିଟିଭି କ୍ୟାମେରା

0
WhatsApp Image 2026-01-28 at 4.08.37 PM

 

ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସହରକୁ ଜଗିବ ୨୬ଟି ସିସିଟିଭି କ୍ୟାମେରା । ପାରଳାଖେମୁଣ୍ଡି ପୌରପରିଷଦ ତରଫରୁ ୩୩ଲକ୍ଷରୁ ଉର୍ଦ୍ଦ ଟଙ୍କା ବ୍ୟୟରେ ୧୨ଟି ସ୍ଥାନରେ ୨୬ଟି ସିସିଟିଭି କ୍ୟାମେରା ଲଗାଯାଇଛି ।

ପାରଳାଖେମୁଣ୍ଡି ଆଦର୍ଶ ଥାନା ପରିସରରେ ହୋଇଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସିସିଟିଭି କ୍ୟାମେରା ଓ ନିୟନ୍ତ୍ରଣ କକ୍ଷ ଉଦଘାଟିତ ହୋଇଯାଇଛି ।

ପାରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏହାଦ୍ୱାରା ପାରଳାଖେମୁଣ୍ଡି ସହରର ଚୋରୀ ଘଟଣାକୁ ରୋକିବା ଓ ଟ୍ରାଫିକ ସମସ୍ୟାକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇପାରିବ ବୋଲି ବିଧାୟକ ଶ୍ରୀ ପାଣିଗ୍ରାହୀ କହିଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ଭାବେ ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ନିର୍ମଳା ସେଠୀ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା, ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍‌ୃଥ୍ୱିରାଜ ମଣ୍ଡଳ, ପାରଳାଖେମୁଣ୍ଡି ଉପଖଣ୍ଡ ଅଧୀକ୍ଷକ ମାଧବାନନ୍ଦ ନାୟକ, ପୌରପାରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷ୍ମଣ ମୁର୍ମୁ ପ୍ରମୁଖ ମଞ୍ଚାସୀନ ଥିଲେ । ଗତ କିଛିବର୍ଷ ହେଲା ପାରଳାଖେମୁଣ୍ଡି ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ଚୋରୀ ଓ ଅପରାଧିକ କାର୍ଯ୍ୟ ବୃଦ୍ଧି ପାଇ ଚାଲିଛି । ଉକ୍ତ ଘଟଣା ଗୁଡିକୁ ନିୟନ୍ତ୍ରଣ କରିବାରେ ପୋଲିସକୁ ବହୁ କଷ୍ଠ କରିବାକୁ ପଡୁଥିଲା । ସେହିଭଳି ସହରରେ ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଛି । ଏହି ସମସ୍ୟା ଗୁଡିକ ସମାଧାନ କରିବାରେ ସିସିଟିଭି କ୍ୟାମେରା ଲଗାଇବାକୁ ବିଭିନ୍ନ ମହଲରେ ପୌର ପରିଷଦ ଓ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଦାବୀ ହୋଇ ଆସୁଥିଲା । ସହରବାସୀଙ୍କ ଉକ୍ତ ଦାବୀଗୁଡିକ ପୂରଣ ହୋଇଛି । ଏହି କାର୍ଯ୍ୟକ୍ରମରେ ପୌରପରିଷଦର କାଉନ୍‌ସିଲରଙ୍କ ସମେତ ବହୁ ଜନସାଧାରଣ ଯୋଗଦେଇଥିଲେ ।

ଗଜପତି ଜିଲ୍ଲା ଇପିଏ ରୁ ଦିଲ୍ଲୀପ କୁମାର ଶତପଥିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *