April 20, 2026
Home » ପାରାଦୀପ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ପ୍ରସ୍ତୁତି କାର୍ଯ୍ୟ ପାଇଁ ଭୂମିପୂଜା ଅନୁଷ୍ଠିତ

ପାରାଦୀପ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ପ୍ରସ୍ତୁତି କାର୍ଯ୍ୟ ପାଇଁ ଭୂମିପୂଜା ଅନୁଷ୍ଠିତ

0
WhatsApp Image 2025-10-18 at 1.29.23 PM

 

ପାରାଦୀପ – ଆସନ୍ତା ନଭେମ୍ବର ୪ ତାରିଖରେ ପାରାଦୀପ ବେଳାଭୂମିରେ ଆରମ୍ଭ ହେବାକୁ ଯାଉଥିବା କଳିଙ୍ଗ ବାଲିଯାତ୍ରା ମହୋତ୍ସବର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ପାଇଁ ଶୁକ୍ରବାର ସକାଳେ ଭୂମି ପୂଜା କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି l ଏହି ପୂଜାରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ତଥା କଳିଙ୍ଗ ବାଲିଯାତ୍ରା କମିଟିର ଉପାଧ୍ୟକ୍ଷ ନିରଞ୍ଜନ ବେହେରା କର୍ତ୍ତା ଭାବେ ରୀତିନୀତିରେ ଯୋଗଦାନ ପୂର୍ବକ କାର୍ଯ୍ୟାରମ୍ଭ ପାଇଁ ବାଉଁଶ ପୋତିଥିଲେ l ଏହି କାର୍ଯ୍ୟକ୍ରମରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱଳ, ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା,ଶିଳ୍ପ ମନ୍ତ୍ରୀଙ୍କ ପାରାଦୀପ ପ୍ରତିନିଧି ସର୍ବେଶ୍ୱର ବଳିୟାରସିଂହ, ପୋଲିସ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ମୃତି ରଞ୍ଜନ କର,ବାଲିଯାତ୍ରା କମିଟି ସଦସ୍ୟ ସୁମନ୍ତ ବିଶ୍ଵାଳ, ମାୟାଧର ରାଉତ,ସବିତା ମହାପାତ୍ର,ପ୍ରଦୀପ କୁମାର ସାହୁ,ପାରିଷଦ ସୁବ୍ରତ ପ୍ରଧାନ,କେ.ଜଗନ୍ନାଥ ରାଓ,ଅଜିତ ଷଡ଼ଙ୍ଗୀ, ପ୍ରତାପ ନାୟକ, ପ୍ରଭାତୀ ନାୟକ, ସଂଘମିତ୍ରା ସ୍ୱାଇଁ, ସୌଦାମିନ ସାହୁ, ବନିତା ରାଉତ,ସୁଶାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ l ଏହି ସମସ୍ତ ମାଙ୍ଗଳିକ ପୂଜାର୍ଚନା କାର୍ଯ୍ୟକୁ ପଣ୍ଡିତ ମାର୍କଣ୍ଡ ଆଚାର୍ଯ୍ୟ ଓ ଇନ୍ଦ୍ରଜିତ ଆଚାର୍ଯ୍ୟ ସଫଳତାର ସହ ସମ୍ପାଦନ କରିଥିଲେ l ଏହି ମହୋତ୍ସବ ନଭେମ୍ବର ୪ ରୁ ୧୦ ତାରିଖ ଦୀର୍ଘ ସପ୍ତାହ ବ୍ୟାପି ଚାଲିବ l ଚଳିତ ବର୍ଷ ଏହି ମହୋତ୍ସବ କୁ ଆକର୍ଷଣୀୟ କରିବାକୁ ବାଲିଯାତ୍ରା କମିଟି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିବା ନେଇ ବାଲିଯାତ୍ରା କମିଟି ଉପାଧ୍ୟକ୍ଷ ଶ୍ରୀ ବେହେରା ଏବଂ ପୌରାଧ୍ୟକ୍ଷ ଶ୍ରୀ ବିଶ୍ଵାଳ ସୂଚନା ଦେଇଛନ୍ତି l

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *