ପାରାଦୀପ ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ପାରାଦୀପ – ଆସନ୍ତା ସେପ୍ଟେମ୍ବର ମାସ ୧୭ ତାରିଖରେ ଓଡ଼ିଶାର ପ୍ରସିଦ୍ଧ ପାରାଦୀପ ବିଶ୍ୱକର୍ମା ପୂଜା ଉତ୍ସବ ଶାନ୍ତିଶୃଙ୍ଖଳା ଓ ସଫଳତାର ସହ ପାଳନ କରିବା ପାଇଁ ଗୁରୁବାର ଅପରାହ୍ନ ରେ ସ୍ଥାନୀୟ ସର୍କିଟ ହାଉସ ପରିସରରେ ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପାରାଦୀପ ପୋଲିସ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ମୃତି ରଞ୍ଜନ କର,ପାରାଦୀପ ବନ୍ଦର ଭୁସମ୍ପଦ ଅଧିକାରୀ ବିଶ୍ୱଜିତ ମିଶ୍ର ଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଏବଂ ବିଭିନ୍ନ ପୂଜା ମଣ୍ଡପର କର୍ମକର୍ତ୍ତା ମାନେ ଉପସ୍ଥିତ ହୋଇ ସାତଦିନ ବ୍ୟାପି ଏହି ପୂଜା ଉତ୍ସବ ର ସଫଳତା ଏବଂ ଅଧିକ ଆକର୍ଷଣୀୟ କରିବା ଉପରେ ଆଲୋଚନା କରିଥିଲେ l ତେବେ ଚଳିତ ବର୍ଷ ଏହି ମହା ପର୍ବରେ ଅନେକ ଜନସମାଗମ ଆଶା କରାଯାଉଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯିବ l ସୂଚନାଥାଉକି କିଛି ପୂଜା ମଣ୍ଡପ ଅନୁଷ୍ଠାନ ଜୟଦେବ ସଦନ ଛକ ମୁଖ୍ୟ ପୂଜା ସ୍ଥଳୀ ନିକଟରେ ଟେଣ୍ଟ ବନ୍ଧା କାର୍ଯ୍ୟ ଆରମ୍ଭ କଲେଣି l
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ
