July 16, 2025
Home » ପାରାଦୀପ ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ

ପାରାଦୀପ ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ

0
WhatsApp Image 2025-07-08 at 10.09.25 PM

ପାରାଦୀପ – ଆସନ୍ତା ସେପ୍ଟେମ୍ବର ମାସ ୧୭ ତାରିଖରେ ରେ ହେବାକୁ ଥିବା ସପ୍ତାହ ବ୍ୟାପି ବିଶ୍ଵକର୍ମା ପୂଜା ମହୋତ୍ସବ କୁ ଶାନ୍ତି ଶୃଙ୍ଖଳା ସହ ପାଳନ ହେବା ନେଇ ପାରାଦୀପ ବନ୍ଦର ପ୍ରଶାସନିକ ଭବନରେ ମଙ୍ଗଳବାର ଦିନ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ବନ୍ଦରର ବରିଷ୍ଠ ଉପ ସଚିବ କେ.ଥିରୁମୁଲାର ଙ୍କ ଅଧ୍ୟକ୍ଷତା ଏବଂ ବନ୍ଦରର ବରିଷ୍ଠ ଭୁସମ୍ପଦ ସହାୟକ ପ୍ରବନ୍ଧକ ବିଶ୍ବଜିତ ମିଶ୍ର ଙ୍କ ଆବାହକତ୍ବ ରେ ଆୟୋଜିତ ଏହି ବୈଠକ ରେ ପାରାଦୀପ ପୌରପାଳିକାର ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ମୃତି ରଞ୍ଜନ କର ଙ୍କ ସମେତ ବିଭିନ୍ନ ପୂଜା କମିଟି ର ପ୍ରତିନିଧି, ବିଭିନ୍ନ ସଂଗଠନ ର କର୍ମକର୍ତ୍ତା, ଜିଲ୍ଲା ଓ ବନ୍ଦର ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ l ଏହି ବୈଠକ ରେ ବିଶ୍ଵକର୍ମା ପୂଜାରେ ଜନସାଧାରଣ ଙ୍କ ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ପୂଜା ମଣ୍ଡପ ନିର୍ମାଣରେ ସହଯୋଗ ଓ ଉତ୍ସବ କୁ ସଫଳ କରିବା ପ୍ରମୁଖ ବିଷୟ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା l

paradeep ru prasant das nka report epa news

Leave a Reply

Your email address will not be published. Required fields are marked *