ପାରାଦୀପ ବନ୍ଦର ଚିକିତ୍ସାଳୟରେ ବିଶ୍ୱ ଏଡସ୍ ଦିବସ ପାଳିତ
ପାରାଦୀପ – ଏଡସ୍ ଦୂରୀକରଣ ବିଷୟବସ୍ତୁ ସହିତ ପାରାଦୀପ ବନ୍ଦର ପ୍ରାଧିକରଣ ଚିକିତ୍ସାଳୟରେ ବିଶ୍ୱ ଏଡସ୍ ଦିବସ ସୋମବାର ଦିନ ପାଳିତ ହୋଇଯାଇଛି l ଭାରତ ସରକାର ପ୍ରତିବର୍ଷ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଜାତୀୟ ଏଡସ୍ ନିୟନ୍ତ୍ରଣ ସଂଗଠନ (ନାକୋ) ନେତୃତ୍ୱରେ ରାଷ୍ଟ୍ରାୟତ୍ତ ସଚେତନତା ଅଭିଯାନ, ସମ୍ପ୍ରଦାୟ ପ୍ରସାର କାର୍ଯ୍ୟକଳାପ ଏବଂ ନବୀକରଣ ସରକାରୀ ପ୍ରତିଶ୍ରୁତି ମାଧ୍ୟମରେ ବିଶ୍ୱ ଏଡସ୍ ଦିବସ ପାଳନ କରିଥାଏ l ଏହି ଅବସରରେ ପାରାଦୀପ ବନ୍ଦର ଚିକିତ୍ସାଳୟ, ଆଇଇସି କାର୍ଯ୍ୟକଳାପର ଅଂଶ ସ୍ୱରୂପ ସାଧାରଣରେ ସଚେତନତା ପାଇଁ ଏକ ପଦଯାତ୍ରା ବନ୍ଦର ଚିକିତ୍ସାଳୟ ଠାରୁ ଆରମ୍ଭ ହୋଇ ଅଫିସର୍ସ କ୍ଲବରେ ଶେଷ ହୋଇଥିଲା ।

ଏହି ଅବସରରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନାଦ ଉପସ୍ଥିତ ସମସ୍ତଙ୍କୁ ସଚେତନତା ର ଶପଥ ପାଠ କରାଇବା ସହ ଏହି ପଦଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ବନ୍ଦର ଉପାଧ୍ୟକ୍ଷ ଟି.ଭେଣୁ ଗୋପାଲ, ବହୁ ଡାକ୍ତର, ପାରାମେଡିକାଲ୍ କର୍ମଚାରୀଙ୍କ ସମେତ ମୁଖ୍ୟଯନ୍ତ୍ରୀ, ସିଆଇଏସଏଫ କର୍ମଚାରୀ, ପାରାଦୀପ ସାକ୍ଷରତା ସମିତିର ସ୍ୱେଚ୍ଛାସେବୀ, ଟ୍ରାନ୍ସଜେଣ୍ଡର ଏବଂ ବିଭିନ୍ନ ଏନଜିଓ ର ସ୍ୱେଚ୍ଛାସେବୀମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ବନ୍ଦର ହସ୍ପିଟାଲ, ସାକ୍ଷରତା ସମିତିର ସମସ୍ତ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀମାନେ ଏହି ଉତ୍ସବକୁ ସ୍ମରଣୀୟ କରିବା ପାଇଁ ପ୍ରତୀକାତ୍ମକ ଲାଲ ରିବନ ପିନ୍ଧିଥିଲେ। ଏତଦବ୍ୟତୀତ ବନ୍ଦର ନିଷିଦ୍ଧାଞ୍ଚଳ ୧ ନମ୍ବର ଓ ୨ ନମ୍ବର ଫାଟକ ନିକଟରେ ଟ୍ରକ୍ ଚାଳକମାନଙ୍କ ପାଇଁ ସ୍କ୍ରିନିଂ କ୍ୟାମ୍ପ ଆୟୋଜନ କରାଯାଇଥିଲା। ୨୦୬ ଜଣଙ୍କର ସ୍କ୍ରିନିଂ କରାଯାଇଥିଲା ଏବଂ ଏଥିରେ କାହାର ଏଡସ୍ ପଜିଟିଭ୍ ଚିହ୍ନଟ ହୋଇନଥିଲା।
paradeep ru prasanta dash nka report
