ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଗାଇଗୋରୁ ଙ୍କ ଅବାଧ ପ୍ରବେଶ : ଦୁର୍ଘଟଣାରେ ଅନେକ ଗାଇ ଗୁରୁତର ଆହତ
ପାରାଦୀପ – ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ଏକ ସ୍ପର୍ଶକାତର ଓ କଡା ସୁରକ୍ଷିତ ଅଞ୍ଚଳ ହୋଇଥିବା ବେଳେ ଏଠାରେ ଦୈନିକ ଜାହାଜରେ ପଣ୍ୟ ବୋଝେଇ ଓ ଖଲାସ କାର୍ଯ୍ୟ ସମେତ ବିଭିନ୍ନ ଭାରି ଯାନରେ ପଣ୍ୟ ଆନ୍ତଃ ପରିବହନ,ଦୈନିକ ପଣ୍ୟବାହୀ ଟ୍ରେନ ଚଳାଚଳ ସହ ବହୁ ଭାରୀ ଯାନ୍ତ୍ରିକ ଯାନ କାର୍ଯ୍ୟ କରିଥାଏ l ଏତଦବ୍ୟତୀତ ବନ୍ଦର ନିଷିଦ୍ଧାଞ୍ଚଳର ସୁରକ୍ଷା ପାଇଁ ଏହାର ଚତୁଃପାର୍ଶ୍ୱରେ ବିରାଟ ସୁଦୃଢ ପାଚେରୀ ଓ ସମସ୍ତ ତନଖି ପାଇଁ ୫ ଟି ଫାଟକ ରହିଥିବା ବେଳେ ଏଥିରେ କେନ୍ଦ୍ରୀୟ ସୁରକ୍ଷା ବଳ (ସିଆଇଏସଏଫ) ର ଯବାନ ମାନେ ମୃତୟନ ହୋଇଛନ୍ତି l ଏଥିସହ ନିଷିଦ୍ଧାଞ୍ଚଳ ମଧ୍ୟରେ ସିଆଇଏସଏଫ ର ପାଟ୍ରୋଲିଙ୍ଗ ଟିମ ନିୟମିତ ଭାବେ ବୁଲି ସୁରକ୍ଷା ପ୍ରକ୍ରିୟାକୁ ଯାଞ୍ଚ କରିଥାନ୍ତି l ତେବେ ଏତେ କଡ୍ଡା ସୁରକ୍ଷା ସତ୍ୱେ ଏହା ଭିତରକୁ ବୁଲା ଗାଇ ଗୋରୁ କିପରି ପଶୁଛନ୍ତି ଏବଂ ଏଠାରେ ଦୀର୍ଘ ଦିନ ବିଚରଣ କରୁଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ସୁରକ୍ଷା କର୍ମୀଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ତେବେ ନିଷିଦ୍ଧାଞ୍ଚଳରେ ଏହି ଗାଈଗୋରୁ ମାନଙ୍କ ଅବାଧ ପ୍ରବେଶ ଓ ବିଚରଣ ପାଇଁ ଅନେକ ସମୟରେ ଟ୍ରେନ ଲାଇରେ ଧକ୍କା ହୋଇ ବହୁ ଗାଈଗୋରୁ ଦୁର୍ଘଟଣାଗ୍ରସ୍ତ ହୋଇ ଗୁରୁତର ଆହତ ଅବସ୍ଥାରେ ନିଃସହାୟ ଭାବେ ପଡିରହିଥିବା ଦୃଶ୍ୟ ଅତି ହୃଦୟ ବିଦାରକ ହୋଇପଡିଛି l ତେବେ କିଛି ସହୃଦୟ ବନ୍ଦର କର୍ମଚାରୀ ଏହି ଆହତ ଗୋରୁ ମାନଙ୍କୁ ଆଶୁ ଚିକିତ୍ସା କରାଇବା ସହ ଏହି ଅସହାୟ ଗାଇ ମାନଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ସେମାନେ କ୍ଷୋଭର ସହ କହିଛନ୍ତି lସେହିପରି ବନ୍ଦର ସହରାଞ୍ଚଳର ବିଭିନ୍ନ କଲୋନୀ ଓ ମୂଖ୍ୟ ରାସ୍ତା ମାନଙ୍କରେ ବୁଲା ଗାଇ ଷଣ୍ଡଙ୍କ ଅବାଧ ବିଚରଣ ଓ ଦୌରାତ୍ମ୍ୟ ବୃଦ୍ଧି ପାଇ ସାଧାରଣରେ ଧନ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି l ତେବେ ଏଥିପ୍ରତି ଦୈତ୍ୟ ପାରାଦୀପ ଓ ପୌର ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଦାବୀ ହେଉଛି l
prasanta dash nka report
