August 26, 2025
Home » ପାରାଦୀପ ବନ୍ଦର ପକ୍ଷରୁ ୭୯ ତମ ସ୍ୱାଧୀନତା ଦିବସ ପାଳିତ

ପାରାଦୀପ ବନ୍ଦର ପକ୍ଷରୁ ୭୯ ତମ ସ୍ୱାଧୀନତା ଦିବସ ପାଳିତ

0
WhatsApp Image 2025-08-18 at 6.26.53 PM

: ପାରାଦୀପ ବନ୍ଦର ପକ୍ଷରୁ ସ୍ଥାନୀୟ ଗୋପବନ୍ଧୁ ଷ୍ଟାଡିୟମ ପରିସରରେ ୭୯ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ବନ୍ଦର ଅଧ୍ୟକ୍ଷ ପିଏଲ ହରନାଦ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରି ଉପସ୍ଥିତ ଜନତାକୁ ଉଦ୍ବୋଧନ ଦେଇ କହିଲେ ପାରାଦୀପ ବନ୍ଦର ବର୍ତ୍ତମାନ ପରିସ୍ଥିତିରେ ଅଗ୍ରଗତିର ଶୀର୍ଷରେ ପହଞ୍ଚିବା ପାଇଁ ଧାବବାନ ଅବସ୍ଥାରେ ଗତିକରୁଛି।ବନ୍ଦର ପାଇଥିବା ଅନେକ ପ୍ରମୁଖ ପ୍ରଶଂସା ମଧ୍ୟରେ ବଳ୍କ କାର୍ଗୋ ପରିଚାଳନା ପାଇଁ ଏକ ନମ୍ବର ବନ୍ଦର, ସାଗର ଆଙ୍କଲାକ ପ୍ରମାଣପତ୍ର ଏବଂ ହଣ କଣ୍ଟେନରାଇଜଡ଼ କାର୍ଗୋ ପୁରସ୍କାର ଉପରେ ସୂଚନା ଦେଇଥିଲେ।ପାରାଦୀପ ବନ୍ଦର ୨୦୪୭ ସୁଦ୍ଧା ଏହାର କ୍ଷମତା ୫୦୦ ମିଲିୟନ ମେଟ୍ରିକଟନ ବାର୍ଷିକ ବୃଦ୍ଧି ଲକ୍ଷରଖିଛି ଓ ୨୦୩୦ ସୁଦ୍ଧା ବନ୍ଦରକୁ ୧୦୦ ପ୍ରତିଶତ ଯାନ୍ତ୍ରିକରଣ ପାଇଁ ଯୋଜନା ଚାଲୁ ରହିଛି।

ବନ୍ଦରର ଅଗ୍ରଣୀ ସ୍ଥିତିକୁ ବଜାଇ ରଖିବା ପାଇଁ ସମସ୍ତଙ୍କୁ ନୂତନ ଶକ୍ତି ସହିତ ଏଖାଟି କାମ କରିବାକୁ ଅଧ୍ୟକ୍ଷ ଆହ୍ୱାନ ଦେଇଥିଲେ।ସ୍କୁଲ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ବିଜେତା, ବିଭିନ୍ନ ବିଭାଗୀୟ ଅଧିକାରୀ, କର୍ମଚାରୀ ଓ ପ୍ୟାରେଡ ବିଜେତା ମାନଙ୍କୁ ପୁରସ୍କାର ଓ ଟ୍ରଫି ପ୍ରଦାନ କରିଥିଲେ।ଜଗନ୍ନାଥ ଲଳିତ କଳା ସଂସଦ ପକ୍ଷରୁ ଅଫିସର କ୍ଲବ ରେ କବି ସମ୍ମିଳନୀ ର ଆୟୋଜନ କରାଯାଇଥିଲା।ଅପରାହ୍ନ ରେ ପାରାଦୀପ ବନ୍ଦର ଦଳ ଓ ଜଗତସିଂହପୁର ଫୁଟବଲ ଏକାଡେମୀ ମଧ୍ୟରେ ଏକ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ସନ୍ଧ୍ୟାରେ ବିଜୁ କନଭେନସନ ସେଣ୍ଟର ରେ ସ୍କୁଲ ପିଲା ମାନଙ୍କ ମଧ୍ୟରେ ଆନ୍ତଃ ସ୍କୁଲ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଶେଷରେ ସମସ୍ତ ବିଜେତାଙ୍କୁ ଅଧ୍ୟକ୍ଷ ଶ୍ରୀ ହରନାଦ ପୁରସ୍କୃତ କରିଥିଲେ।

paradeep ru prasant das nka report

Leave a Reply

Your email address will not be published. Required fields are marked *