୫୦ତମ ସ୍ୱଚ୍ଛତା ଅଭିଯାନ ଆୟୋଜିତ

ପାରାଦୀପ – ପାରାଦୀପ ମହାବିଦ୍ୟାଳୟ ଅଲୁମ୍ନି ଅସୋସିଏସନ ର ୫୦ତମ ସ୍ୱଚ୍ଛତା ଅଭିଯାନ ରବିବାର ଦିନ ପାରାଦୀପ ସମୁଦ୍ର ବେଳାଭୂମିରେ ସଫଳତାର ସହିତ ଆୟୋଜିତ ହୋଇଯାଇଛି, ଯାହା ଏକ ସ୍ୱଛ ଓ ସବୁଜ ପରିବେଶ ସୃଷ୍ଟି ପ୍ରତି ଅତୁଟ ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରେ। ଏହି କାର୍ଯ୍ୟକ୍ରମରେ ଅନେକ ଏନସିସି ଅଲୁମ୍ନି, କ୍ୟାଡେଟ୍ ଓ ସ୍ଥାନୀୟ ଅତିଥିମାନେ ସହଯୋଗ କରିଥିଲେ l ଏହି ଅବସରରେ ପ୍ରମୁଖ ଅତିଥି ଭାବେ ପାରାଦୀପ ନଗରପାଳିକାର ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ ଯୋଗଦେଇ ଏନସିସି ଅଲୁମ୍ନିଙ୍କ ଅବିରତ ପ୍ରୟାସକୁ ପ୍ରଶଂସା କରି ସ୍ୱଚ୍ଛତା ପାଇଁ ବ୍ୟକ୍ତିଗତ ଦାୟିତ୍ୱର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ପରିବେଶପ୍ରେମୀ ଓ ପ୍ରକୃତିମିତ୍ର ସମ୍ମାନ ରେ ସମ୍ମାନୀତ ଅମରେଶ ନରେଶ ସାମନ୍ତ ମଧ୍ୟ ସଭାକୁ ସମ୍ବୋଧନ କରି ପ୍ଲାଷ୍ଟିକ ବ୍ୟବହାରର କ୍ଷତି ସମ୍ପର୍କରେ ଅବଗତ କରାଇବା ସହିତ ସବୁଜ ପରିବେଶ ନିର୍ମାଣ ପାଇଁ ଲୋକମାନଙ୍କୁ ଅନୁରୋଧ କରିଥିଲେ l
ସ୍ୱାଗତ ଭାଷଣରେ ଅଲୁମ୍ନି ଅସୋସିଏସନ ର ଉପଦେଷ୍ଟା ଏବଂ ଏଏନଓ ଲେଫ୍ଟେନେଣ୍ଟ କମାଣ୍ଡର ଅକ୍ଷୟ ଚନ୍ଦ୍ର ମିଶ୍ର ଆସୋସିଏସନ ସଦସ୍ୟ ମାନଙ୍କ ସମ୍ମିଳିତ ପ୍ରଚେଷ୍ଟା କୁ ପ୍ରଶଂସା କରିଥିଲେ। ଏନସିସି ଅଲୁମ୍ନି ଅସୋସିଏସନର ଅଧ୍ୟକ୍ଷ ଅମ୍ବିକା ପ୍ରସାଦ ମହାପାତ୍ର ଅତିଥିମାନଙ୍କୁ ଧନ୍ୟବାଦ ଜଣାଇ କହିଥିଲେ ଯେ “ସମାଜ ପାଇଁ ଆମର ଛୋଟ ଛୋଟ ପଦକ୍ଷେପ ବଡ଼ ପରିବର୍ତ୍ତନ ଆଣିପାରେ। ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ ଅଛି,ସମସ୍ତେ ନିଜ ସମୟରୁ କିଛି ସମୟ ଦେଶ ଓ ସମାଜ ପାଇଁ ଦେବା।”
ସୂଚନାଥାଉକି ଏହି ସଂଗଠନ ପ୍ରତ୍ୟେକ ରବିବାର ସମୁଦ୍ର କୂଳରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରିବା ସହିତ ପରିବେଶ ସୁରକ୍ଷା ନିମନ୍ତେ ବୃକ୍ଷ ରୋପଣ, ପ୍ଲାଷ୍ଟିକ ବିରୋଧୀ ଅଭିଯାନ, ରକ୍ତଦାନ ଶିବିର, ଯୋଗ କାର୍ଯ୍ୟକ୍ରମ ଓ ଡ୍ରଗ୍ସ ବିରୋଧୀ ଅଭିଯାନ କରିଥାଏ l
ତେବେ ବେଳାଭୂମି ରେ ଏହି ସଫଳ ସ୍ୱଚ୍ଛତା କାର୍ଯ୍ୟକ୍ରମ କୁ ଆସୋସିଏସନ ର ଉପାଧ୍ୟକ୍ଷ ବିକ୍ରମ ସିଂହ ମହାରଣା, ବୋର୍ଡ ସଦସ୍ୟ ପଦ୍ମନାଭ ଦାସ, ନୀଳିମା ପ୍ରିୟଦର୍ଶିନୀ, ହୃଦାନନ୍ଦ ନାଥଶର୍ମା, ସୋମନାଥ ମହାପାତ୍ର, ରଞ୍ଜନ ମଲ୍ଲିକା, ହରପ୍ରିୟା ଦାସ, ଏବଂ ସରୋଜ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିବା ବେଳେ ଯୁବ କ୍ୟାଡେଟ୍ ଜସ୍ମିନ ବାରିକ, ବିଜୟା ଘଡେଇ, ପିକୁନ ସେନାପତି, ସୌଦାମିନୀ ସାହୁ, କୋମଳିକା ଦାସ, ସ୍ୱର୍ଣ୍ଣପ୍ରଭା ରାଉତ, ସୁଭଲକ୍ଷ୍ମୀ ବିଶ୍ୱାଳ, ପଙ୍କଜିନୀ ଦଳାଇ, ସୋନାଲି ହଜରା, ଆଶାଲତା ବର୍ମନ, ସୁମାଳୀ ସାସ୍ମଲ, ସୁମିତ୍ରା ଗେଡି, ସୁଭସ୍ମିତା ଖୁଣ୍ଟିଆ, ଜି. ଚନ୍ଦୁ, ଶ୍ରେୟାଂଶ ବୌତ, ଲିପୁନ ପ୍ରଧାନ ପ୍ରମୁଖ ସକ୍ରିୟା ସହଯୋଗ କରିଥିଲେ l
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ