March 14, 2025
Home » ପାରାଦୀପ ମହାବିଦ୍ୟାଳୟ ର ତିନିଦିନ ବ୍ୟାପି ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ କୁ ଉଦଘାଟନ କଲେ ମହାମହିମ ରାଜ୍ୟପାଳ

ପାରାଦୀପ ମହାବିଦ୍ୟାଳୟ ର ତିନିଦିନ ବ୍ୟାପି ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ କୁ ଉଦଘାଟନ କଲେ ମହାମହିମ ରାଜ୍ୟପାଳ

0

ପାରାଦୀପ – ପାରାଦୀପ ମହାବିଦ୍ୟାଳୟ ର ତିନିଦିନ ବ୍ୟାପି ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ମହାସମାରୋହରେ ଉଦଘାଟିତ ହୋଇଯାଇଛି l ମହାମହିମ ରାଜ୍ୟପାଳ ଡ଼ଃ. ହରି ବାବୁ କମ୍ଭମପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫେବୃଆରୀ ୭ ତାରିଖ ଶୁକ୍ରବାର ଦିନ ଏହି ସୁବର୍ଣ୍ଣ ଜୟନ୍ତୀ ସମାରୋହ ର ଶୁଭ ଉଦଘାଟନ କରିଥିଲେ l ଛାତ୍ରଛାତ୍ରୀ ମାନଙ୍କ ଉଦେଶ୍ୟରେ ରାଜ୍ୟପାଳ ଙ୍କ ମୂଲ୍ୟବାନ ପରାମର୍ଶ ଦେଇ କହିଥିଲେ ଯେ ଏକ ସୁସ୍ଥ ସମାଜ ଓ ଗଣତନ୍ତ୍ରର ମୂଳଦୁଆ ଆରମ୍ବ ହୁଏ ପିତାମାତା ଙ୍କ ଆଶୀର୍ବାଦ ଏବଂ ସହନଶୀଳ ଶ୍ରଦ୍ଧାପଣରେ l ଆଜିର ସମାଜରେ ଯେଉଁ ଭୟଙ୍କର ସାଂସ୍କୃତିକ ଓ ଭାବଗତ ସଙ୍କଟ ଦେଖାଦେଇଛି, ଯୁବକ ଯୁବତୀ ଙ୍କର ପାରିବାରିକ ସମ୍ପର୍କର ଅଧୋପତନ ହୋଇଛି l ଏଥିପ୍ରତି ବର୍ତମାନ ଓ ଭବିଷ୍ୟତର ଯୁବପିଢ଼ି ଯଥେଷ୍ଟ ଯତ୍ନବାନ ହେବା ଉଚିତ ବୋଲି ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ l
ପାରାଦୀପ ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼ଃ. ସସ୍ମିତା ଶତପଥୀ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉଦଘାଟନୀ ସଭାରେ ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ତଥା ପାରାଦୀପ ମହାବିଦ୍ୟାଳୟ ର ପ୍ରାକ୍ତନ ଛାତ୍ର ସମ୍ପଦ ଚନ୍ଦ୍ର ସ୍ୱାଇଁ, ରାଜ୍ୟ କ୍ରୀଡା ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଜଗତସିଂହପୁର ସାଂସଦ ତଥା ମହାବିଦ୍ୟାଳୟ ର ପ୍ରାକ୍ତନ ଛାତ୍ର ଡ଼ଃ. ବିଭୁ ପ୍ରସାଦ ତରାଇ,ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ, ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନାଦ, ଜଗତସିଂହପୁର ଜିଲ୍ଲାପାଳ ଜେ.ସୋନାଲ, ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହାବିଦ୍ୟାଳୟ ଓ ଆଲୁମୁନି ଆସୋସିଏସନ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ସୁବର୍ଣ୍ଣ ଜୟନ୍ତୀ ପାଳନ ର ସଫଳତା ପାଇଁ ସମସ୍ତ ଆୟୋଜକ ମାନଙ୍କୁ ପ୍ରଶଂସା କରିଥିଲେ l ତେବେ ମହାବିଦ୍ୟାଳୟ ର ଉନ୍ନତି ଓ ଉତ୍କର୍ଷତା ଉପରେ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଓ ସମସ୍ତ ଅତିଥି ଗୁରୁତ୍ୱାରୋପ କରିଥିଲେ l ଏହି ଅବସରରେ ସମସ୍ତ ଅତିଥି ମାନଙ୍କ ଉପସ୍ଥିତିରେ କଲେଜ ର ମଲ୍ଟି ପର୍ପସ ଗୃହର ଶିଳାନ୍ୟାସ କରାଯାଇଥିଲା l ଶେଷରେ ଆଲୁମିନି ଆସୋସିଏସନ ର ସଭାପତି ବସନ୍ତ ବିଶ୍ୱାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ସମସ୍ତ କାର୍ଯ୍ୟକ୍ରମ କୁ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ତଥା ମହାବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ନିରଞ୍ଜନ ବେହେରା, ଅଧ୍ୟକ୍ଷା ଡ଼ଃ.ସସ୍ମିତା ଶତପଥୀ, ଆଲୁମିନି ଆସୋସିଏସନ ର ସଭାପତି ବସନ୍ତ ବିଶ୍ୱାଳ, ସାଧାରଣ ସମ୍ପାଦକ ଗୌତମ ନାୟକ, ପ୍ରାଧ୍ୟାପକ ଅକ୍ଷୟ ଚନ୍ଦ୍ର ମିଶ୍ର,ଗଣେଶ୍ୱର ପାତ୍ର ପ୍ରମୁଖ ସଫଳତାର ସହ ପରିଚାଳନା କରିଥିବା ବେଳେ ଆଲୁମୁନି ଆସୋସିଏସନ ର ସମସ୍ତ ସଦସ୍ୟ ଓ ସଦସ୍ୟା, ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ମାନେ ସକ୍ରିୟ ସହଯୋଗ କରିଥିଲେ l ଏହି ଅବସରରେ କଲେଜ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଦିନତମାମ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ସନ୍ଧ୍ୟାରେ ପ୍ରତିକ୍ଷୀତ ଇଣ୍ଡିଆନ ଅଇଡ଼ଲ ର ଚର୍ଚ୍ଚିତ କଣ୍ଠଶିଳ୍ପୀ ପବନଦୀପ ଏବଂ ଅରୁଣିତା ସଙ୍ଗୀତ କାର୍ଯ୍ୟକ୍ରମ ଉପସ୍ଥିତ ଛାତ୍ରଛାତ୍ରୀ ବେଶ ଆକୃଷ୍ଟ କରିଥିବାର ଦେଖିବାକୁ ମିଳିଥିଲା l ସେହିପରି ଅବଶିଷ୍ଟ ଦୁଇଦିନ ସନ୍ଧ୍ୟାରେ ଓଡ଼ିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀ ମାନେ ସଙ୍ଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି l

Leave a Reply

Your email address will not be published. Required fields are marked *