July 28, 2025
Home » ପାରାଦୀପ ରେ ବିଏମଏସ ର ଜିଲ୍ଲା ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ପାରାଦୀପ ରେ ବିଏମଏସ ର ଜିଲ୍ଲା ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

0
WhatsApp Image 2025-07-28 at 1.22.40 AM

ପାରାଦୀପ – ଭାରତୀୟ ମଜଦୁର ସଙ୍ଘ (ବିଏମଏସ) ଜଗତସିଂହପୁର ଜିଲ୍ଲା ବାର୍ଷିକ ସମ୍ମିଳନୀ ପାରାଦୀପ ର ପୋର୍ଟ କ୍ଲବ ପରିସରରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି l ବିଏମଏସ ଜିଲ୍ଲା ସଭାପତି ଅକ୍ଷୟ କୁମାର ଦାସ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଏମଏସ ରାଜ୍ୟ ସଭାପତି ବାଦଲ କୁମାର ମହାରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ସମ୍ମିଳନୀ କୁ ଉଦଘାଟନ କରିଥିଲେ l ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ କହିଥିଲେ ଯେ ଭାରତୀୟ ମଜଦୁର ସଙ୍ଘ ଏକ ସର୍ବ ବୃହତ ଏବଂ ସର୍ବଶ୍ରେଷ୍ଠ ଅଣରାଜନୈତିକ ଶ୍ରମିକ ସଂଗଠନ l

ଏଠି ଶ୍ରମିକ ମାନଙ୍କର ଅଧିକାର ସୁରକ୍ଷା ଉପରେ ସର୍ବଦା ପ୍ରଧାନ୍ୟ ଦିଆଯାଇଥାଏ l ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତା ଭାବେ ବିଏମଏସ ରାଜ୍ୟ ଉପସଭାପତି ବସନ୍ତ କୁମାର ସାହୁ,ସମ୍ମାନିତ ଅତିଥି ଭାବେ ସର୍ବଭାରତୀୟ ପୋର୍ଟ ଆଣ୍ଡ ଡକ ମଜଦୁର ସଙ୍ଘ ରାଷ୍ଟ୍ରୀୟ ସଭାପତି ତଥା ପାରାଦୀପ ବନ୍ଦର ଶ୍ରମିକ ଟ୍ରଷ୍ଟି ଶ୍ରୀକାନ୍ତ ରାୟ,ଭାରତୀୟ ବନ୍ଦର ମଜଦୁର ସଙ୍ଘ ପାରାଦୀପ ଶାଖା ର ସଭାପତି ରାକେଶ କୁମାର ପଟ୍ଟନାୟକ, ନାରୀନେତ୍ରୀ ଯୋଗମାୟା ନନ୍ଦ ପ୍ରମୁଖ ଯୋଗଦେଇ ବନ୍ଦରରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ସମସ୍ୟା ଉପରେ ଆଲୋଚନା କରିବା ସହ ସଂଗଠନ କୁ ଆହୁରି ସୁଦୃଢ ଓ ଗତିଶୀଳ କରିବା ଏବଂ ସଂଗଠନ ସହିତ ସମସ୍ତ ଶ୍ରମିକ ଯୋଡିହୋଇ ରହିବା ଉପରେ ଗୁରୁତ୍ୱାରୋପ କରିଥିଲେ l ଶେଷରେ ଜିଲ୍ଲା ସମ୍ପାଦକ ଅବିନାଶ ଦାସ ଜିଲ୍ଲା ସଂଗଠନ ବିବରଣୀ ପାଠ କରିଥିଲେ l ଏହି ଅବସରରେ ଜିଲ୍ଲା ସ୍ତରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା ଏବଂରାଜ୍ୟ ସଭାପତିଙ୍କ ଅନୁମୋଦନ କ୍ରମେ ନୂତନ ଜିଲ୍ଲା କମିଟି ଘୋଷଣା କରାଯାଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା l ଏହି ସମ୍ମିଳନୀରେ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ଦୁଇଶହ ରୁ ଉର୍ଦ୍ଧ ବିଏମଏସ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ l

Leave a Reply

Your email address will not be published. Required fields are marked *