ପାରାଦୀପ ରେ ଭୁଶୁଡି ପଡିଛି ସ୍ୱାସ୍ଥ୍ୟସେବା

ବଢୁଛି ଶିଳ୍ପ ହେଲେ ପାରାଦୀପ ରେ ଭୁଶୁଡି ପଡିଛି ସ୍ୱାସ୍ଥ୍ୟସେବା l ଯାହାର ସଦ୍ୟତମ ଉଦାହରଣ ପାଲଟିଛି ଅସ୍ତରଙ୍ଗ ଉପକୂଳରେ ରାଜନନ୍ଦିନୀ ନାମକ ବୋଟ ଫିସିଙ୍ଗ କରୁଥିବା ସମୟରେ ଜଣେ ଷ୍ଟାଫ ବୋଟରେ ମାଡ଼ ହୋଇ ଗୁରୁତର ଭାବରେ ପାଣିରେ ଗଳିପଡ଼ିଥିଲେ l ଅନ୍ୟ ଷ୍ଟାଫ ମାନେ ଉକ୍ତ ମତ୍ସ୍ୟଯିବି କୁ ଉଦ୍ଧାର କରିବା ସହିତ ପାରାଦୀପ କୁ ଆଣିଥିଲେ l ହେଲେ ମୁହାଣ ଅସ୍ଥିର କାରଣରୁ ଓମ୍ଫା ର ସଭାପତି ଶ୍ରୀକାନ୍ତ ପରିଡାଙ୍କ ଉଦ୍ୟମରେ ପାରାଦୀପ ମେରାଇନ ଜେଠି ରେ ବୋଟ ଲଗାଇ ଗୁରୁତର ମତ୍ସ୍ୟଯିବିଙ୍କୁ ପାରାଦୀପ ବିଜୁ ମେମୋରିଆଲ ହସ୍ପିଟାଲକୁ ଆଣିଥିଲେ ମଧ୍ୟ ବିଭିନ୍ନ ଚିକିତ୍ସା ଉପକରଣ ଅଭାବ କାରଣରୁ ଆଶୁ ଚିକିତ୍ସା ପରେ ତାଙ୍କୁ କଟକ ରେଫର କରାଯାଇଥିଲା l ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଙ୍ଘର ସଭାପତି ଶ୍ରୀକାନ୍ତ ପରିଡା l
ପାରାଦୀପ ରେ ଜାତୀୟ ଅନ୍ତର୍ଜାତୀୟ ସ୍ତରର ଶିଳ୍ପସଂସ୍ଥା ବୃଦ୍ଧି ପାଉଥିବା ବେଳେ ପ୍ରଦୂଷଣ ର ବଳୟ ଭିତରେ ରହିଛି ପାରାଦୀପ l କମ୍ପାନୀ ମାନେ କୋଟି କୋଟି ଟଙ୍କା ରୋଜଗାର କରୁଥିବା ବେଳେ ସ୍ଥାନୀୟ ଜନସାଧାରଣଙ୍କୁ ଉପେକ୍ଷା କରାଯାଇଛି l ବିଭିନ୍ନ ସମୟରେ ଦୁର୍ଘଟଣା ହେଉ କିମ୍ବା ଗୁରୁତର ଅସୁସ୍ଥ ରୋଗୀଙ୍କୁ ଚିକିତ୍ସା ପାଇଁ ପାରାଦୀପ ରେ ଭଲ ମେଡିକାଲଟିଏ ନାହିଁ l ଯଦି କୌଣସି ମେଡିକାଲକୁ ଗୁରୁତରଙ୍କୁ ଅଣାଯାଉଛି ତେବେ ଆଶୁ ଚିକିତ୍ସା ପରେ କଟକ କିମ୍ବା ଭୁବନେଶ୍ୱର ପଠାଯାଉଥିବା ବେଳେ ଅନେକ ସମୟରେ ରାସ୍ତାରେ ଗୁରୁତର ରୋଗୀଙ୍କ ଜୀବନ ଚାଲିଯାଉଛି l ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ପ୍ରଚେଷ୍ଟା କରାଯାଇ ସ୍ଥାନୀୟ ଶିଳ୍ପସଂସ୍ଥା ମାନଙ୍କ ସହଯୋଗରେ ପାରାଦୀପ ରେ ଏକ ସୁପର ସ୍ପେସିଆଲିଟି ହସ୍ପିଟାଲ ନିର୍ମାଣ କରିବାକୁ ଅନୁରୋଧ କରିଛନ୍ତି ଓମ୍ଫା ର ସଭାପତି ଶ୍ରୀକାନ୍ତ ପରିଡା
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ