February 10, 2026
Home » ପାରାଦୀପରେ ୨୨ତମ ଜାତୀୟ ନାଟକ ମହୋତ୍ସବ କାନଫେଷ୍ଟ ୨୦୨୫ ମାର୍ଚ୍ଚ ୧୯ରୁ ୨୬

ପାରାଦୀପରେ ୨୨ତମ ଜାତୀୟ ନାଟକ ମହୋତ୍ସବ କାନଫେଷ୍ଟ ୨୦୨୫ ମାର୍ଚ୍ଚ ୧୯ରୁ ୨୬

0
WhatsApp Image 2025-03-18 at 6.22.12 PM

ବନ୍ଦର ନଗରୀ ପାରାଦୀପରେ ନାଟ୍ୟ ଆନ୍ଦୋଳନ ସୃଷ୍ଟି କରିବା ତଥା ରାଜ୍ୟ ଏବଂ ଦେଶର ବିଭିନ୍ନ ମଞ୍ଚରେ ନିଜସ୍ଵ ନାଟକ ପ୍ରସ୍ତୁତ କରି ପ୍ରଶଂସା ସାଉଁଟି ଥିବା ଅନନ୍ୟ ଅନୁଷ୍ଠାନ କାନମାସ ପ୍ରତି ବର୍ଷ ପରି ଚଳିତ ବର୍ଷ ୧୯ ମାର୍ଚ୍ଚ ଠାରୁ ୨୬ ମାର୍ଚ୍ଚ ପର୍ଯ୍ୟନ୍ତ ୮ ଦିନ ଧରି ପାରାଦୀପର ସ୍ଥାନୀୟ ବାଣୀପୀଠ ଜୟଦେବ ସଦନ ଠାରେ ୨୨ତମ ଜାତୀୟ ନାଟକ ମହୋତ୍ସବ କାନଫେଷ୍ଟ, ୨୦୨୫ ଆୟୋଜିତ କରିବାକୁ ଯାଉଛି । ନାଟକ ମହୋତ୍ସବର ଅବ୍ୟବହିତ ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କାନମାସର ସମ୍ପାଦକ ଶ୍ରୀମନ୍ ମିଶ୍ର ମହୋତ୍ସବ ସମ୍ବଧରେ ବିବରଣୀ ରଖିଥିଲେ ଏବଂ ଏ ବର୍ଷ ନାଟକ ମହୋତ୍ସବରେ କେବଳ ନୂତନ ନିର୍ଦ୍ଦେଶକ ମାନଙ୍କର ନାଟକ ପରିବେଷିତ ହେବ ବୋଲି କହିଥିଲେ । ସାମ୍ବାଦିକ ସମ୍ମିଳନୀରେ କାନମାସର ଉପ ସଭାପତି ସନ୍ତୋଷ ସାମଲ ଓ ମିଡ଼ିଆ ସଂଯୋଜକ ନିରୋଜ ପଟ୍ଟନାୟକ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।ଏହି ମହୋତ୍ସବରେ ଦେଶର ବିଭିନ୍ନ ରାଜ୍ୟ ଯଥା ଓଡ଼ିଶା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ନୂଆ ଦିଲ୍ଲୀ, କେରଳ, ପଶ୍ଚିମବଙ୍ଗର ନାଟ୍ୟ ଅନୁଷ୍ଠାନ ମାନେ ଓଡ଼ିଆ,ସମ୍ବଲପୁରୀ, ହିନ୍ଦୀ, ମଲୟାଲମ୍, ବଙ୍ଗଳା ଆଦି ଭାଷାର ନାଟକ ମଞ୍ଚସ୍ଥ କରିବେ । ଉଦ୍ଘାଟନୀ ସଂଧ୍ୟାରେ ସମ୍ପୋର୍ଣ୍ଣମ, ମୁମ୍ବାଇ କୁଲଭିନ୍ଦର ବକ୍ସି ସିଂହଙ୍କ ନିର୍ଦ୍ଦେଶନାରେ ହିନ୍ଦୀ ନାଟକ କର୍ଣ୍ଣ, ୨ୟ ସଂଧ୍ୟାରେ ସିରିଅସ ଜୋନ, ନୟାଗଡ ଯାମିନିକାନ୍ତ ମିଶ୍ରଙ୍କ ନିର୍ଦ୍ଦେଶନାରେ ଓଡ଼ିଆ ନାଟକ ବାଂଝ, ୩ୟ ସଂଧ୍ୟାରେ ସମ୍ମୁଖ ରଙ୍ଗ ମଣ୍ଡଳୀ, ନୂଆଦିଲ୍ଲୀ ଅରବିନ୍ଦ ସିଂହଙ୍କ ନିର୍ଦ୍ଦେଶନାରେ ହିନ୍ଦୀ ନାଟକ ରୁଦାଲି, ୪ର୍ଥ ସଂଧ୍ୟାରେ ଲୋକ ଧ୍ରମି, କୋଚୀ, କେରଳ ଡକ୍ଟର ଚନ୍ଦ୍ର ଦାସନଙ୍କ ନିର୍ଦ୍ଦେଶନାରେ ମଲୟାଲମ୍ ନାଟକ ଦ ବୋଟ ବଏ ଓ ଦ ଲୁ, ପଦମପୁର, ଓଡ଼ିଶା ଜଗନ୍ନାଥ ସେଠଙ୍କ ନିର୍ଦ୍ଦେଶନାରେ ସମ୍ବଲପୁରୀ ନାଟକ ରଙ୍ଗଭୂମି, ୫ମ ସଂଧ୍ୟାରେ ରଙ୍ଗସାଧକ୍ ଥିଏଟର ଗ୍ରୁପ, ମଧ୍ୟପ୍ରଦେଶ ମନୋଜ ସୋନୀଙ୍କ ନିର୍ଦ୍ଦେଶନାରେ ହିନ୍ଦୀ ନାଟକ ସାନ ୨୦୨୫, କୋରାପୁଟ କଲ୍ଚରାଲ ସୋସାଇଟି ଯୋଗେନ୍ଦ୍ର ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶନାରେ ଦେଶିଆ/ଓଡ଼ିଆ ଭାଷାର ନାଟକ ରେମୋ, ୬ଷ୍ଠ ସଂଧ୍ୟାରେ ଜାଗରଣ ଆର୍ଟ ଇଣ୍ଟରନେସନାଲ, ଦେଓଗଡ଼ ସୁଜିତ୍ ପାତ୍ରଙ୍କ ନିର୍ଦ୍ଦେଶନାରେ ଓଡ଼ିଆ ନାଟକ ଲୁହର ରଙ୍ଗ, ୭ମ ସଂଧ୍ୟାରେ ବେଙ୍ଗଲ ରିପୋର୍ଟରେ, କଲିକତା ସୁମନ ଶାହାଙ୍କ ନିର୍ଦ୍ଦେଶନାରେ ବଙ୍ଗଳା ନାଟକ କଥା କର୍ଣ୍ଣଭାର, ଉଦଯାପନୀ ସନ୍ଧ୍ୟାରେ ସକ୍ଷମ ଥିଏଟର, ନୂଆଦିଲ୍ଲୀ ସୁନିଲ ରାୱତଙ୍କ ନିର୍ଦ୍ଦେଶନାରେ ହିନ୍ଦୀ ନାଟକ ଶତ୍ରୁ – ଦ ଏନ୍ମି ଉଇଦିନ୍ ମଞ୍ଚସ୍ତ୍ ହେବ । ଆଠ ଦିନ ଧରି ଆୟୋଜିତ ହେବାକୁ ଯାଉଥିବା ଏହି ନାଟକ ମହୋତ୍ସବ କେବଳ ବନ୍ଦର ନଗରୀ ପାରାଦୀପର ଅନ୍ତେବାସୀଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇ ଦେବ ନାହିଁ ତା ସଙ୍ଗେ ସଙ୍ଗେ ଅନ୍ୟ ରାଜ୍ୟ ମାନଙ୍କର କଳା ଓ ସଂସ୍କୃତି ସହିତ ପରିଚିତ କରାଇବ । ଉଲ୍ଲେଖ ଯୋଗ୍ୟ ଏହିକି ଯେ ଏହି ନାଟକ ମହୋତ୍ସବର କିଛି ସଂସ୍କରଣ ସମାନ୍ତରଳ ଭାବରେ ଇଫକୋ, ପାରାଦୀପର ସଂସ୍କୃତି ଭବନ ଠାରେ ୨୦ରୁ ୨୨ ମାର୍ଚ୍ଚ ତଥା ପାରାଦୀପ ରିଫାଇନରିର ଉତ୍ସବ ଅଡିଟୋରିଅମ୍ ଠାରେ ୨୪ ଓ ୨୫ ତାରିଖ ଦିନ ପ୍ରଦର୍ଶିତ ହେବ ଯାହାକି ଇଫକୋ ଓ ପାରାଦୀପ ରିଫାଇନାରୀର ଅନ୍ତେବାସୀଙ୍କୁ ହାତପାଆନ୍ତାରେ ସୁନ୍ଦର ଓ ସମାଜଧର୍ମି ନାଟକ ଉପଭୋଗ କରିବାର ସୁଯୋଗ ଦେବ । କାନଫେଷ୍ଟ, ୨୦୨୫ର ସଫଳ ଆୟୋଜନ ପାଇଁ କାନମାସର କର୍ମକର୍ତ୍ତା ମାନେ ସମ୍ପାଦକ ଶ୍ରୀମନ୍ ନାରାୟଣ ମିଶ୍ରଙ୍କ ନେତୃତ୍ଵରେ ଦିନ ରାତି ଏକାଠି କରି ଖୁବ୍ ଜୋରରେ ପ୍ରଚେଷ୍ଟା ଚଲାଇଛନ୍ତି ଏବଂ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ।

Leave a Reply

Your email address will not be published. Required fields are marked *