ପାରାଦ୍ୱୀପରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ ହେଲା ନୂତନ ହୋଟେଲ ମେଫେୟାର ବେ ରିସର୍ଟ
ପାରାଦ୍ୱୀପ : ବନ୍ଦର ନଗରି ପାରାଦ୍ୱୀପ ସହର ଦିନକୁ ଦିନ ତାର କାୟା ବିସ୍ତାର କରିଚାଲିଛି | ଏଠାରେ ପାରାଦ୍ୱୀପ ବନ୍ଦର ସମେତ ବହୁ ଛୋଟ ବଡ କଳ କାରଖାନା ଗଢି ଉଠଛି | ଏହାକୁ ଆଖି ଆଗରେ ରଖି ମେଫେୟାର ଗ୍ରୁପ ପକ୍ଷରୁ ମେରାଇନ ରୋଡ ଠାରେ ଏକ ଫାଇଭ ଷ୍ଟାର ହୋଟେଲ ନିର୍ମାଣ ହୋଇଥିଲା । ଏହାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପବିତ୍ର କାର୍ତିକ ପୂର୍ଣ୍ଣିମା ଅବସରରେ ଉଦ୍ଘାଟନ କରିଛନ୍ତି।ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ବାଇଁ, ଜଗତସିଂହପୁର ସାଂସଦ ଡଃ ବିଭୁ ପ୍ରସାଦ ତରାଇ, ଜଗତସିଂହପୁର ଜିଲ୍ଲାପାଳ ଜେ ସୋନାଲ, ପାରାଦୀପ ବନ୍ଦର ଅଧ୍ୟକ୍ଷ ଶ୍ରୀ ପି. ଏଲ୍.ହରନାଧ ଓ ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ହୋଟେଲର ପ୍ରତିଷ୍ଠାତା ଦିଲ୍ଲୀପ ରାୟ ଉପସ୍ଥିତ ରହି ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ୱାଗତ କରିବା ସହ ପାଛୋଟି ଆଣିଥିଲେ।
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
