ପାରିକ୍ଷୀତି ପଞ୍ଚାୟତରେ ବିକାଶ ବାହନ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ

ରାମନାଗୁଡା:- ଆନନ୍ଦ ପରିଛା ୧୮-୦୬-୨୦୨୫-ରାଜ୍ୟ ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଅନୁଷ୍ଠିତ ବିକାଶ ବାହନ ଯାତ୍ରା ରାୟଗଡା ଜିଲ୍ଲା ରାମନାଗୁଡ଼ା ପଞ୍ଚାୟତ ସମିତି ଅନ୍ତର୍ଗତ ପାରିଖିତି ପଞ୍ଚାୟତ ଠାରେ ଆୟୋଜିତ ହୋଇଥିଲା । ଗତ ଏକ ବର୍ଷ ମଧ୍ୟରେ ରାଜ୍ୟ ସରକାର ଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ର ସଫଳ ରୂପାୟନ ଓ ଗ୍ରାମୀଣ ସ୍ତର ରେ ଭିତ୍ତିଭୂମି,ସ୍ବାସ୍ଥ୍ୟ,ଶିକ୍ଷା ଓ ଜୀବିକା ର ବିକାଶ ପାଇଁ କାର୍ଯ୍ୟକ୍ରମ ରେ ସଚେତନ କରାଯାଇଥିଲା।ଏଥି ସହିତ ସରକାର ନିର୍ଦ୍ଦେଶ ଅନୁସାରେ ଧରତି ଆବା ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନ କାର୍ଯ୍ୟକ୍ରମ ମିଳିତଭାବେ ଆୟୋଜିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପଞ୍ଚାୟତ ସମିତି ଅଧ୍ୟକ୍ଷ ରବିଶଙ୍କର ଗମାଙ୍ଗ ଯୋଗ ଦେଇ ସଶକ୍ତିକରଣ ପଂଚାୟତ ସମିତି ଗଠନ ରେ ଏହି କାର୍ଯ୍ୟକ୍ରମ ଏକ ଦୂରଦୃଷ୍ଟି ସମ୍ପନ୍ନ ପ୍ରୟାସ ବୋଲି ମତ ପ୍ରକାଶ କରିଥିଲେ।ସମ୍ମାନିତ ଅତିଥି ରୂପେ ସରପଞ୍ଚ ସୂର୍ୟରାଓ କୁମ୍ବ୍ରିକା, ନାଏବ ସରପଞ୍ଚ ଶକୁନ୍ତଳା ମାଣ୍ଡାଙ୍ଗି,ସମିତି ସଭ୍ୟା ଲକ୍ଷ୍ମୀ କାଡ୍ରାକା,ସହକାରୀ ନିର୍ବାହୀ ଯନ୍ତ୍ରୀ ଏ ସନ୍ମୁଖା ପାତ୍ର,ଭାରପ୍ରାପ୍ତ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନ ସାହୁ ,ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୁସ୍ମିତା ରଥ,ପଞ୍ଚାୟତ ନିର୍ବାହୀ ଅଧିକାରୀ ନରହରି ଦାଶ ପ୍ରମୁଖ ଯୋଗ ଦେଇ ସରକାର ଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ବିଷୟ ରେ ଅବଗତ କରିଥିଲେ।ଏଥି ସହିତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଗୁଣପୁର,ସ୍ୱାସ୍ଥ୍ୟ ,ଜଙ୍ଗଲ ଓ ପରିବେଶ ,ରାଜସ୍ବ ,କୃଷି ,ଉଦ୍ୟାନ କୃଷି ଓ ମହିଳା ଶିଶୁ ବିକାଶ ବିଭାଗ ଅଧିକାରୀ ଯୋଗ ଦେଇ ଜନଜାତି ଙ୍କ ନିମନ୍ତେ ଉପଯୋଗୀ ବିଭିନ୍ନ ଯୋଜନା ବାବଦ ରେ ସୂଚନା ଦେଇଥିଲେ ।ଜଙ୍ଗଲ ବିଭାଗ ତରଫରୁ ମା ପାଇଁ ଗଛ ଟିଏ ଅଭିଯାନ ରେ ବୃକ୍ଷ ରୋପଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ବିଭାଗ ର ରଞ୍ଜିତା ଗୌଡ,ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଯନ୍ତ୍ରୀ ସୁମିତ୍ରା ଦାସ,କୃଷି ବିଭାଗ,ଉଦ୍ୟାନ କୃଷି ବିଭାଗ,ସ୍ବାସ୍ଥ୍ୟର ଆୟୁଷ ଡାକ୍ତର ପ୍ରଭାତ କୁମାର ଦାଶ, ସ୍ୱାସ୍ଥ୍ୟ ନିରୀକ୍ଷକ ହରିହର ହାଲୁଆ,ରାଜସ୍ବ ବିଭାଗ,ମହିଳା ଶିଶୁ ବିକାଶ ବିଭାଗର ମଣ୍ଡଳ ପରିଦର୍ଶିକା ବିଜୟ ଲଷ୍ମୀ ପିର୍ବାକାଙ୍କ ସମେତ ଅଙ୍ଗନବାଡି କର୍ମୀ, ଆଶା କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ପରିଚାଳନା ରେ ଅଜିତ କୁମାର ଚୌଧୁରୀ , ଗ୍ରାମ୍ୟ ରୋଜଗାର ସେବକ ସଂଗ୍ରାମ ବ୍ରହ୍ମା, ଯୋଗାଣ ସହାୟକ ଅନିତା ପାତିକା ସହଯୋଗ କରିଥିଲେ।ଅକ୍ଷୟ କୁମାର ପଣ୍ଡା ମଞ୍ଚ ସଂଯୋଜନା କରିଥିଲେ।
narasingh parichha nka report epa news