ପାରିବାରିକ କଳହରୁ ବାପା ସମ୍ମୁଖରେ ଜଳଭଣ୍ଡାରକୁ ଡେଇଁଲା ପୁଅ

ସୁନାବେଡ଼ା ଟିମ୍ବର ବ୍ରିଜ୍ (୨୬ ନମ୍ବର ଜାତୀୟ ରାଜପଥ)ଉପରୁ କୋଲାବ ଜଳଭଣ୍ଡାରକୁ ଡେଇଁ ପଡ଼ିଛନ୍ତି ଜଣେ ଯୁବକ। ନିଜ ବାପାଙ୍କ ସମ୍ମୁଖରେ କୋଲାବ ଜଳଭଣ୍ଡାରକୁ ଡେଇଁ ଜୀବନ ହାରିଛନ୍ତି ‘ହାଲ୍’ର ସୁରକ୍ଷାକର୍ମୀ ମଦନ ଜାନି (୨୨)। ପୁଅର ଡେଇଁବା ଦୃଶ୍ୟ ଦେଖି ବାପା ତୁରନ୍ତ ସୁନାବେଡ଼ା ପୋଲିସକୁ ଜଣାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲେ । ତାପରେ ସେମିଳିଗୁଡ଼ା ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ଜଳସ୍ତର ଅଧିକ ରହିଥିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହେଉଥିବା ଜଣାପଡିଛି ।
ପୋଲିସର ପ୍ରାଥମିକ ତଦନ୍ତ ଖବର ମୁତାବକ କିଛି ଦିନ ହେବ ଜୀବନ ହରାଇଥିବା କୋରାପୁଟ ପୌରାଞ୍ଚଳ ଜାନିଗୁଡ଼ାରେ ବାସିନ୍ଦା ମଦନ ଓ ତାଙ୍କ ସ୍ତ୍ରୀ(ସୁନାବେଡ଼ା ନିକଟସ୍ଥ ଚିକାପାର ଗ୍ରାମରେ )ଙ୍କ ମଧ୍ୟରେ ପାରିବାରିକ ଝଗଡ଼ା ଲାଗି ରହିଥିଲା । କିଛି ମାସ ପୂର୍ବରୁ ମଦନଙ୍କ ଚିକାପାର ଗ୍ରାମର ଏକ ଝିଅ ସହ ବିବାହ ସମ୍ପନ୍ନ ହୋଇଥିବା ବେଳେ ମଦନ ଶଶୁର ଘରେ ରହି ହାଲ୍’ରେ ସୁରକ୍ଷାକର୍ମୀ ଭାବେ କାମ କରୁଥିଲେ। କିନ୍ତୁ,କିଛି ନ କିଛି ବିଷୟ ନେଇ ନୀତି ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମନ ମଳିନ ସହ ଅଶାନ୍ତ ପରିବେଶ ରହିବା ଫଳରେ ମାନସିକ ଚାପ ମଧ୍ୟରେ ରହି ଆସୁଥିଲେ ମଦନ । ଏପରି ପୁଅର ଦୁଃଖ ଜାଣି ଶୁକ୍ରବାର ଦିନ ସକାଳେ ମଦନଙ୍କ ବାପା ପାକି ଜାନି ଚିକାପାର ଗାଁରେ ପହଞ୍ଚି ପୁଅ ମଦନକୁ ବୁଝାସୁଝା କରିବା ପରେ ନିଯୋ ଗାଁ କୋରାପୁଟ ଅଭିମୁଖେ ପୁଅ ନିଜ ସ୍କୁଟିରେ ବାହାରିଥିବା ବେଳେ ବାପା ଅନ୍ୟ ଏକ ଗାଡ଼ିରେ ପଛପଛ ଯାଉଥିବା ସମୟରେ ହଠାତ୍ ପୁଅ ସ୍କୁଟି ରଖି ୨୬ ନମ୍ବର ଜାତୀୟ ରାଜପଥର ସୁନାବେଡ଼ା ଟିମ୍ବର ପୋଲ ଉପରୁ ଗଭୀର ଜଳ ଭଣ୍ଡାରରେ ଡେଇ ପଡ଼ିଥିଲେ ।
ଏପରି ଏକ ଦୁଃଖଦ ଖବର ଚାରିଆଡେ ବ୍ୟାପିବା ପରେ ଆଖପାଖ ଗାଆ ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖାଦେଇଛି ।
ରିପୋର୍ଟ:କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ