August 31, 2026
Home » ପାର୍କ ପରିସରରେ ସ୍ଵାୟତ ଶାସନ ଦିବସ ପାଳିତ

ପାର୍କ ପରିସରରେ ସ୍ଵାୟତ ଶାସନ ଦିବସ ପାଳିତ

0
WhatsApp Image 2026-08-31 at 11.03.55 AM

 

ଶ୍ରୀ ସାଇ ସ୍ୱୟଂ ସହାୟିକା ଗୋଷ୍ଠୀ ଆନୂକୁଲ୍ଯରେ ସ୍ଵାୟତ ଶାସନ ଦିବସ ଭୀମେଶ୍ଵର ମନ୍ଦିର ପାର୍କ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି କମଳାକ୍ଷୀ ଦାଶ ସଭାପତିତ୍ଵ କରିଥିବା ସ୍ଥଳେ ସ୍ଥାନୀୟ କର୍ପୋରେଟର ଶ୍ରୀଯୁକ୍ତ ଶିବନାରାୟଣ ରାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ୱାୟତ ଶାସନ ସଂପର୍କରେ ଆଲୋକପାତ କରିଥିଲେ ।ଗୋଷ୍ଠୀର କର୍ମକର୍ତ୍ତା ଶଶ୍ମିତା ଦାଶ, ଶୁଭ ଦେବୀ, ପ୍ରଭାତୀ ଛୁଆଳସିଂହ, ସୁଷମା ମିଶ୍ର,କାବେରୀ ଦାଶ, ରୂପାଲି ବେହେରା, ଶୁକାନ୍ତି ପ୍ରଧାନ,ଅର୍ଚ୍ଚନା ମିଶ୍ର ଯୋଗଦେଇଥିବା ସ୍ଥଳେ, ପାର୍କ ଭ୍ରମଣକାରୀ ସଂଘର କର୍ମକର୍ତ୍ତାମାନେସର୍ବଶ୍ରୀ ଶଙ୍କର ମହାପାତ୍ର, ବିଶ୍ୱନାଥ ସାହୁ,ମହାଦେବ ଗରାବଡୁ, ବସନ୍ତ ନାୟକ,ସୁଧାଂଶୁ ଶେଖର ହରିଚନ୍ଦନ, ବନବିହାରୀ ରଥ, ବିନୋଦବିହାରୀ ପରିଡା, କ୍ଷିରୋଦ ସାହୁ, ହୃଷିକେଶ ଶତପଥୀ, ଶ୍ରୀକାନ୍ତ ମହାନ୍ତି, ଲୋକନାଥ ମିଶ୍ର, ପ୍ରଶାନ୍ତ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସଂପାଦିକା ଶକୁନ୍ତଳା ମଲ୍ଲ ଧନ୍ୟବାଦ ଦେବା ସହିତ ମିଷ୍ଟାନ୍ନ ବଣ୍ଟନ ପରେ ସଭାସାଙ୍ଗ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *