ପାର୍ଲିଆମେଣ୍ଟ ରେ ଉଠିଲା ଗ୍ରାମସଭା ର ବିନା ଅନୁମୋଦନ ରେ ଗ୍ରାଫlଇଟ ମାଙ୍ଗାନିଜ ଖଣି ବ୍ଲକ ଲିଜ ଏବଂ ନିଲାମ ପ୍ରସଙ୍ଗ
ସୁବର୍ଣ୍ଣପୁର: ପାର୍ଲିଆମେଣ୍ଟ ର ଚଳିତ ଅଧିବେଶନ ରେ ରାଜ୍ୟସଭା ରେ ସାଂସଦ ନିରଞ୍ଜନ ବିଶି ଓଡିଶା ର ଗ୍ରାମସଭା ର ବିନା ଅନୁମୋଦନ ରେ ଗ୍ରାଫlଇଟ ମାଙ୍ଗାନିଜ ଖଣି ବ୍ଲକ ଲିଜ ଏବଂ ନିଲାମ ପ୍ରସଙ୍ଗ ଉଠାଇଥିଲେ l ସାଂସଦ ଶ୍ରୀ ବିଶି କହିଥିଲେ ଯେ ଓଡିଶା ହେଉଛି ଭାରତର ତୃତୀୟ ଆଦିବାସୀ ବହୁଳ ରାଜ୍ୟ l ଆଦିବାସୀ ଜନସଂଖ୍ୟା ୧ କୋଟି ଯାହା ମୋଟ ଜନସଂଖ୍ୟା ର ୨୫ ପ୍ରତିଶତ l ଆଦିବାସୀ ରହୁଥିବା ଅଞ୍ଚଳ ରେ ଜମି,ଜଳ,ଜଙ୍ଗଲ ଓ ପରିବେଶ ସୁରକ୍ଷିତ l ପାହାଡ଼ ପର୍ବତ ଡ଼ଙ୍ଗର ଅଞ୍ଚଳ ରେ ଖଣିଜ ସମ୍ପଦ ମଧ୍ୟ ସୁରକ୍ଷିତ l ମୋଗଲ ଇଂରେଜ ମାନଙ୍କ ସହିତ ଲଢ଼େଇ କରି ଜଙ୍ଗଲ ଅଧିକାର ସୁରକ୍ଷା କରିଛନ୍ତି ଆଦିବାସୀ l ଅଥଚ ଓଡିଶା ର ବଲାଙ୍ଗିର ଜ଼ିଲ୍ଲା ରେ ୬ ଟି ଗ୍ରାଫlଇଟ ମାଙ୍ଗାନିଜ ଖଣି ବ୍ଲକ ତଥା ସାଲେପାଲି ଗ୍ରାଫlଇଟ ବ୍ଲକ, ଲରମ୍ଭା ଗ୍ରାଫଇଟ ମାଙ୍ଗାନିଜ ବ୍ଲକ, କନେଇଟାଲ ଗ୍ରାଫଇଟ ମାଙ୍ଗାନିଜ ବ୍ଲକ, ଭରତବlହାଲ ଗ୍ରାଫlଇଟ ବ୍ଲକ, ବବଜା ଗ୍ରାଫlଇଟ ମାଙ୍ଗାନିଜ ବ୍ଲକ ଏବଂ ବିଅରପାଲି ଗ୍ରାଫlଇଟ ମାଙ୍ଗାନିଜ ବ୍ଲକ ୬ ଟି କମ୍ପାନୀ କୁ ଖଣି ବିଭାଗ ୨0୨୩ -୨0୨୬ ମଧ୍ୟରେ ଲିଜ ଦେଇଛନ୍ତି l ଏହାଦ୍ୱାରା ୧0 ହଜାର ଏକର ପ୍ରାକୃତିକ ଜଙ୍ଗଲ ଧ୍ବଂସ ହେବ l ଆଦିବାସୀ ମାନେ ଜୀବନ ଜୀବିକା ହରାଇବେ ବୋଲି ସାଂସଦ ଶ୍ରୀ ବିଶି ପ୍ରସଙ୍ଗ ଉପସ୍ଥାପନ କରିଥିଲେ l ସାଂସଦ ଶ୍ରୀ ବିଶି ଆହୁରି ଉଦବେଗ ପ୍ରକାଶ କରିଛନ୍ତି ଯେ ଉକ୍ତ ଲିଜ ଏବଂ ନିଲାମ ଆଗରୁ ଗ୍ରାମସଭା ପଲ୍ଲିସଭା ର ଅନୁମତି କିମ୍ବା ଅନୁମୋଦନ ନିଆ ଯାଇନାହିଁ l ଜନ ଶୁଣାଣି କରି ଗାଁ ଲୋକଙ୍କ ସମ୍ମତି ନିଆଯାଇନାହିଁ l ୧00 ରୁ ଉର୍ଦ୍ଧ୍ୱ ଗାଁ ଏହି ଖଣି ଖନନ ଦ୍ୱାରl ପ୍ରଭାବିତ ହେବ କିନ୍ତୁ ଗୋଟିଏ ବି ଗାଁ ରେ ଗ୍ରାମସଭା ହୋଇନାହିଁ ବୋଲି ସାଂସଦ ଶ୍ରୀ ବିଶି ପ୍ରଶ୍ନ ଉଠାଇଥିଲେ l ପେସା ଆଇନ କୁ ଉଲଂଘନ କରାଯାଇଛି l ଆଦିବାସୀ ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ଙ୍କ ଜଙ୍ଗଲ ଜମି ଅଧିକାର ସ୍ୱୀକୃତି ଆଇନ ୨00୬ ଅନୁସାରେ ଖଣି ଲିଜ, ଖଣି ନିଲାମ, ଜଙ୍ଗଲ ଜମି କିସମ ପରିବର୍ତନ ପୂର୍ବରୁ ଗ୍ରାମସଭା ର ଅନୁମୋଦନ ବାଧ୍ୟତାମୂଳକ କରାଯାଇଛି l କିନ୍ତୁ ଉକ୍ତ ନିୟମ କୁ ଉଲଂଘନ କରି ଖଣି ଲିଜ ଦିଆ ଯାଇଛି l ଏହି ଗ୍ରାଫlଇଟ ମାଙ୍ଗାନିଜ ଖଣି ଦ୍ୱାରା ମହାଦାଶିନୀ ଜଙ୍ଗଲ, ଅନ୍ଧାରି ଜଙ୍ଗଲ, ବରାପୁଟl ଡ଼ଙ୍ଗର, ତୁର୍ଲାମାଳ କାର୍ଲlମାଲ ଜଙ୍ଗଲ, ବୁଢ଼ା ଡ଼ଙ୍ଗର, ବସ୍ତ୍ରେନ ଡ଼ଙ୍ଗର, କାଳୀ ଡ଼ଙ୍ଗର, ଗନ୍ଧମାର୍ଦନ ପର୍ବତ ପ୍ରଭାବିତ ହେବ l ସେହିପରି କୋରାପୁଟ କଳାହାଣ୍ଡି ଜ଼ିଲ୍ଲା ର ସିଜି ମାଳି ପର୍ବତ , କୁଟ୍ରୁ ମାଳି, ବାଫିଲି ମାଳି ପର୍ବତ,ମାଝୀ ମାଳି, ଖଣ୍ଡୁଆଳ ମାଳି ପର୍ବତ, କୋଡ଼ିଙ୍ଗ ମାଳି ପର୍ବତ ଧ୍ବଂସ ହେବ ବୋଲି ସାଂସଦ ଶ୍ରୀ ବିଶି ଖୋଭ ପ୍ରକାଶ କରିଛନ୍ତି l ଜଙ୍ଗଲ ହେଉଛି ଜୀବଜଗତ ର ଜୀବନ ରେଖା l ପରିବେଶ ସୁରକ୍ଷା ପାଇଁ ୩୩ ପ୍ରତିଶତ ପ୍ରାକୃତିକ ଜଙ୍ଗଲ ଆବଶ୍ୟକ କିନ୍ତୁ ବଲାଙ୍ଗିର ଜ଼ିଲ୍ଲା ରେ ୧୮ %, ବରଗଡ଼ ଜ଼ିଲ୍ଲା ରେ ୧୩%, ଝାରସୁଗୁଡା ଜ଼ିଲ୍ଲା ରେ ୧0% ପ୍ରାକୃତିକ ଜଙ୍ଗଲ ରହିଛି ଏହା ମାନବ ସମାଜ ପାଇଁ ବିପଦ l ତେଣୁ ଜନସାଧାରଣ ଙ୍କ ସାମୁହିକ ସ୍ୱାର୍ଥ ସୁରକ୍ଷା ପାଇଁ ପ୍ରସ୍ତାବିତ ଖଣି ଲିଜ ସମୀକ୍ଷା କରି ବାତିଲ କରିବାକୁ ସରକାର ଙ୍କୁ ଅନୁରୋଧ କରିଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
