November 28, 2025
Home » ପିପିଲି ପୋଲିସକୁ ବଡ଼ ସଫଳତା

ପିପିଲି ପୋଲିସକୁ ବଡ଼ ସଫଳତା

0
WhatsApp Image 2025-11-27 at 7.51.32 PM

ପୁରୀ ଜିଲ୍ଲା ପିପିଲି ଅଞ୍ଚଳରୁ ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ । ପିପିଲି ଥାନା ପୋଲିସ ୨୬୫ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଉଛନ୍ତି ପିପିଲି ଥାନା ଅନ୍ତର୍ଗତ ଦାନଗୋହିରି ଗ୍ରାମର ଅବଦୁଲ କରିମ । ଅଭିଯୁକ୍ତଙ୍କ ଠାରୁ ପୋଲିସ ନଗଦ ୯ ହଜାର ୫୦୦ ଶହ ଟଙ୍କା ଜବତ କରିଛି।‌ ପୁରୀ ଏସ୍‌ପି ପ୍ରତୀକ ସିଂ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ତେବେ ପୋଲିସର ସୂଚନା ଅନୁଯାୟୀ ପୁରୀ ପୋଲିସ ପକ୍ଷରୁ ଅପରେସନ ଚକ୍ର ଅଭିଯାନ ଜାରି ରହିଛି ।

ଅପରେସନ ଚକ୍ର ଅଭିଯାନରେ ପୋଲିସ ଅନେକ ଅପରାଧୀଙ୍କୁ ଗିରଫ କରିବା ସହ ନିଶା କାରବାର କରୁଥିବା ବ୍ୟକ୍ତି ବିଶେଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଛି । ତେବେ ଦାନଗୋହିରି ଗ୍ରାମ ନିଜ ଘରେ ବ୍ରାଉନସୁଗାର ବିକ୍ରି ହେଉଥିବା ନେଇ ପୋଲିସ ପାଖରେ ବିଶେଷ ସୂତ୍ରରୁ ଖବର ମିଳିଥିଲା । ପିପିଲି ଥାନା ପୋଲିସ ଟିମ୍ ସେଠାରେ ଚଢ଼ାଉ କରି ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଅବଦୁଲ କରିମକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଆଗକୁ ମଧ୍ୟ ପୋଲିସର ଏହି ସ୍ବତନ୍ତ୍ର ଅଭିଯାନ ଜାରି ରହିବ ବୋଲି ଏସ୍‌ପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

 

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *