August 26, 2025
Home » ପୁରିରେ ଦଳା ଚକଟା ଘଟଣା
puri----------

ରଥ ଯାତ୍ରା ସମୟ ରେ ଗୁଣ୍ଡିଚା ମନ୍ଦିର ସମ୍ମୁଖ ରେ ଦଳା ଚକଟା ଘଟଣା ର ତଦନ୍ତ ଚାଲିଚି। ଏହି କ୍ରମରେ ପୁରି ସର୍କିଟ ହାଉସ ରେ ଦଳା ଚକଟା ଘଟଣା ର ତଦନ୍ତ କରୁଥିବା ତଦନ୍ତ କମିଶନ ଅଧ୍ୟକ୍ଷା ଅନୁ ଗର୍ଗ ବିଭିନ୍ନ ବର୍ଗର ଲୋକ ଙ୍କ ସାକ୍ଷ୍ୟ ଗ୍ରହଣ କରିଛନ୍ତି। ବିଭିନ୍ନ ବର୍ଗର ଲୋକ ମାନେ ଏହି ଘଟଣା କୁ ନେଇ ନିଜର ମତାମତ ରଖିଛନ୍ତି। ବୁଦ୍ଧିଜିବୀ, ସାମ୍ବାଦିକ, ସେବାୟତ, ଆଇନଜିବି, ସୂଚନା ଅଧିକାର କର୍ମୀ ପୁରୀ ସର୍କିଟ ହାଉସ୍ ରେ ଉପସ୍ଥିତ ରହି ନିଜର ମତାମତ ଦେଇଛନ୍ତି। ଦିନ 3 ଟା ରୁ ଏହି ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଛି। କେଉଁ ପରିସ୍ଥିିତିରେ ଘଟଣା ଘଟିଲା, ଏହି ଘଟଣା କୁ ଯଦି କିଛି ତଥ୍ୟ ରହିଛି କମିଶନ ଙ୍କ ନିକଟ ରେ ନିଜର ମତାମତ ଓ ତଥ୍ୟ ଦେବାକୁ କମିଶନ ଆହ୍ବାନ କରିଥିଲେ।

ତେବେ ଭିଡ ନିୟନ୍ତ୍ରଣ ରେ ବିଫଳତା, ରାତ୍ର ପହୁଡ଼ ନୀତି ରେ ବ୍ୟତିକ୍ରମ, ପ୍ରଶାସନିକ ଅଧିକାରୀ ଙ୍କ ମଧ୍ୟରେ ତାଳ ମେଳ ଅଭାବ ଯୋଗୁ ଏହି ଦଳା ଚକଟା ଘଟଣା ଘଟିଥିବା ବୁଦ୍ଧିଜୀବି ଅଭିଯୋଗ କରିଛନ୍ତି। ତେବେ ଏହି ଘଟଣା ରେ ଉପଯୁକ୍ତ ତଦନ୍ତ କରାଯାଇ ଏହି ଘଟଣା ପଛରେ ଦାୟୀ ଅଧିକାରୀ ଙ୍କ ବିରୋଧ ରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ବୁଦ୍ଧିଜିବୀ। ତେବେ ତଦନ୍ତ କମିଶନ ଅଧ୍ୟକ୍ଷା ଅନୁ ଗର୍ଗ ପ୍ରତିକ୍ରିୟା ରେ କହିଛନ୍ତି, ପୁରୀ ରେ ଆଜି ଗୁଣ୍ଡିଚା ମନ୍ଦିର ଦଳାଚକଟା ଘଟଣାର ସାକ୍ଷ୍ୟ ଗ୍ରହଣ ହେଲା। ମୋଟ ୪୮ ଜଣ ବିଭିନ୍ନ ବର୍ଗର ବ୍ୟକ୍ତି ନିଜର ମତାମତ ରଖିଛନ୍ତି। ଦିନ ୩ ଟା ରୁ ରାତି ୯ ଟା ପର୍ଯ୍ୟନ୍ତ ସାକ୍ଷ୍ୟ ଗ୍ରହଣ ଚାଲିଥିଲା। ତେବେ ତଦନ୍ତ ଚାଲିଥିବାରୁ ଏବେ କିଛି କହିବା ଉଚିତ ନୁହେଁ

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *