June 10, 2026
Home » ପୁରୀ ପୋଲିସ ପକ୍ଷରୁ ଜନସାଧାରଣଙ୍କ ହଜିଯାଇଥିବା କିମ୍ବା ଚୋରି ହୋଇଥିବା ସମ୍ପତ୍ତି ଉଦ୍ଧାର

ପୁରୀ ପୋଲିସ ପକ୍ଷରୁ ଜନସାଧାରଣଙ୍କ ହଜିଯାଇଥିବା କିମ୍ବା ଚୋରି ହୋଇଥିବା ସମ୍ପତ୍ତି ଉଦ୍ଧାର

0
WhatsApp Image 2026-06-10 at 12.54.47 PM

ପୁରୀ ପୋଲିସ ପକ୍ଷରୁ ଜନସାଧାରଣଙ୍କ ହଜିଯାଇଥିବା କିମ୍ବା ଚୋରି ହୋଇଥିବା ସମ୍ପତ୍ତି ଉଦ୍ଧାର କରି ପ୍ରକୃତ ମାଲିକଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ନିରନ୍ତର ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ସିଂହଦ୍ୱାର ପୋଲିସ ଦ୍ୱାରା ଉଦ୍ଧାର ହୋଇଥିବା କିଛି ସୁନା ଅଳଙ୍କାର ଓ ନଗଦ ଟଙ୍କା ସମ୍ବନ୍ଧରେ ଯଥାଯଥ ଯାଞ୍ଚ, ପରିଚୟ ଏବଂ ଆବଶ୍ୟକ କାଗଜପତ୍ରର ଯାଞ୍ଚ କରାଯାଇଥିଲା। ଯାଞ୍ଚରୁ ଜଣାପଡ଼ିଥିଲା ଯେ, ଉଦ୍ଧାର ହୋଇଥିବା ପ୍ରାୟ ୧୬ ଗ୍ରାମ ଓଜନର ସୁନା ଚେନ୍ ଓ କାନଫୁଲ (ଇୟର ରିଙ୍ଗ୍) ଏବଂ *ନଗଦ ଟଙ୍କା ୩,୩୫୦/-*ର ପ୍ରକୃତ ମାଲିକା ହେଲେ ଶ୍ରୀମତୀ ବାସୁମତୀ ବେହେରା (ବୟସ–୪୦ ବର୍ଷ), ସ୍ୱାମୀ–ଶ୍ରୀ ନଳିନୀକାନ୍ତ ବେହେରା, ସା/ପୋ–ନୂଆପଡା, ପାଣପଣା, ଜିଲ୍ଲା–ବାଲେଶ୍ୱର। ପରବର୍ତ୍ତୀ ସମୟରେ ଆଇନଗତ ପ୍ରକ୍ରିୟା ଅନୁସରଣ କରି ଏବଂ ସମସ୍ତ ତଥ୍ୟର ସଠିକ୍ ଯାଞ୍ଚ ପରେ ଉକ୍ତ ସୁନା ଅଳଙ୍କାର ଓ ନଗଦ ଟଙ୍କାକୁ ଶ୍ରୀମତୀ ବାସୁମତୀ ବେହେରାଙ୍କ ଜିମାରେ ହସ୍ତାନ୍ତର କରାଯାଇଥିଲା। ଏହି ଅବସରରେ ବାସୁମତୀ ବେହେରା ପୁରୀ ପୋଲିସ ପ୍ରତି କୃତଜ୍ଞତା ପ୍ରକାଶ କରିବା ସହ ପୋଲିସର ତତ୍ପରତା ଓ ଦାୟିତ୍ୱବୋଧର ପ୍ରଶଂସା କରିଥିଲେ। ପୁରୀ ପୋଲିସ ସର୍ବଦା ଜନସାଧାରଣଙ୍କ ସେବା, ସୁରକ୍ଷା ଓ ସମ୍ପତ୍ତିର ସୁରକ୍ଷା ପ୍ରତି ଅଙ୍ଗୀକାରବଦ୍ଧ ରହିଛି। ହଜିଯାଇଥିବା କିମ୍ବା ଚୋରି ହୋଇଥିବା ସାମଗ୍ରୀର ଉଦ୍ଧାର ଏବଂ ପ୍ରକୃତ ମାଲିକଙ୍କୁ ଫେରସ୍ତ ପ୍ରଦାନ କରିବା ଦିଗରେ ଏଭଳି ପଦକ୍ଷେପ ଭବିଷ୍ୟତରେ ମଧ୍ୟ ଜାରି ରହିବ।

Leave a Reply

Your email address will not be published. Required fields are marked *