ପୁରୀ ବସଷ୍ଟାଣ୍ଡରେ ଅଘଟଣ।
ପୁରୀ ବସଷ୍ଟାଣ୍ଡରେ ଥିବା ଏକ ଘରୋଇ ବସ୍ ରେ ବଡଧରଣର ଅଗ୍ନିକାଣ୍ଡ। ରବିବାର ଗତକାଲି ବିଳମ୍ବିତ ରାତିରେ ଘଟିଛି ଏଭଳି ଘଟଣା। କୌଣସି କାରଣରୁ ଏକ ଘରୋଇ ବସ୍ ରେ ନିଆଁ ଲାଗିଯିବାରୁ ବସ୍ ର ଅନେକ ଅଂଶ ହୁ ହୁ ହୋଇ ଜଳୁଥିବା ଦେଖିବାକୁ ମିଳିଥିଲା। ଖବର ପାଇଁ ଅଗ୍ନିଶମ ବିଭାଗର ତିନୋଟି ଦମକଳ ଗାଡି ତୁରନ୍ତ ବସଷ୍ଟାଣ୍ଡରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ଅଗ୍ନିଶମ ବିଭାଗ ପାଣି ସ୍ପ୍ରେ କରି ନିଆଁକୁ ଆୟତ କରିଥିବା ବେଳେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।
ତେବେ ବସଷ୍ଟାଣ୍ଡରେ ଅନେକ ଗୁଡିଏ ବସ୍ ରହୁଥିବା ବେଳେ ଅଗ୍ନିଶମ ବିଭାଗର ତ୍ୱରିତ ପଦକ୍ଷେପ ଯୋଗୁଁ ଏକ ବଡ଼ ଅଘଟଣ ଟଳି ଯାଇଥିଲା। ଘଟଣାକୁ ନେଇ ଉଭୟ ଅଗ୍ନିଶମ ବିଭାଗ ଏବଂ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ତଦନ୍ତ ପରେ ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ଅଗ୍ନିଶମ ବିଭାଗ ଅଧିକାରୀ।
ପୁରୀ ଅଗ୍ନିଶମ କେନ୍ଦ୍ର ର ଆସିଷ୍ଟାଣ୍ଟ ଫାୟାର ଅଫିସର ପ୍ରଭାତ କୁମାର ରାଉତ ନିଜ ପ୍ରତିକ୍ରିୟାରେ କହିଛନ୍ତି, ରବିବାର ବିଳମ୍ବିତ ରାତିରେ ପୁରୀ ବସ ଷ୍ଟାଣ୍ଡ ରେ ଥିବା ଏକ ବସ୍ ରେ ନିଆଁ ଲାଗିଥିବା ଆମକୁ ସୂଚନା ଆସିଲା। ସଙ୍ଗେ ସଙ୍ଗେ ୩ ଟି ଦମକଳ ଗାଡ଼ି ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ। ଫଳରେ ପାଖରେ ଥିବା ଅନ୍ୟ ବସ କୁ ନିଆଁ ବ୍ୟାପିନଥିଲା। ଯାହା ଫଳରେ ଏକ ବଡ ଅଘଟଣ କୁ ରୋକାଯାଇପାରିଛି। ତେବେ ଏହି ଘଟଣା ରେ କେବଳ ବସ ଟି ଜଳି ଯାଇଛି। ରାତିରେ ଖାଲି ଗାଡ଼ି ଥିବାରୁ କାହାର କିଛି କ୍ଷତି ହୋଇନାହିଁ।
