February 10, 2026
Home » ପୁରୀରେ ଇଦ୍ ପାଳିତ
WhatsApp Image 2025-03-31 at 2.28.05 PM

ଆନନ୍ଦ ଉଲ୍ଲାସର ସହ ପୁରୀରେ ଇଦ୍ ଉଲ୍ ଫିତର ପାଳିତ ହୋଇଯାଇଛି।ଏଥିପାଇଁ ସହରର ଦୁଇ ପ୍ରମୁଖ ମସଜିଦ ରେ ପ୍ରବଳ ଗହଳି ଦେଖା ଯାଇଥିଲା।ନଜର ଖାନା ଓ ହର୍ନି ହାଟ ମସଜିଦ ରେ ମୁସଲମାନ ଭାଇ ମାନେ ଏକତ୍ରିତ ହୋଇ ନମାଜ ପାଠ କରିଥିଲେ।ଅତ୍ୟନ୍ତ ଶୁଦ୍ଧ ପୁତ୍ତ ଭାବେ ସେମାନେ ପ୍ରାର୍ଥନା ସଭାରେ ଯୋଗଦେଇ ବିଶ୍ଵଶାନ୍ତି ଉଦ୍ଦେଶ୍ୟ ରେ ଅଲ୍ଲା ଙ୍କ ନିକଟରେ ନମାଜ ଆଦା କରିଥିଲେ।ପ୍ରାର୍ଥନା ସଭା ପରେ ସମସ୍ତେ ସମସ୍ତଙ୍କୁ ଇଦ୍ ର ଶୁଭେଚ୍ଛା ବା ମୁବାରକ୍ ଦେଇଥିଲେ।ଏହି ଅବସରରେ ଘର ମାନଙ୍କରେ ସ୍ଵାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଭୋଜନ କରାଯିବା ସହ ବନ୍ଧୁବାନ୍ଧବ ମାନଙ୍କୁ ବଣ୍ଟନ କରାଯାଇଥିଲା।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *