ପୂର୍ବ ତଟ ରେଳ ଅଧୀନରେ ଥିବା ନୂତନ ରାୟଗଡ ରେଳ ବିଭାଗ ପାଇଁ ବିଭାଗୀୟ ରେଳ ପରିଚାଳକ (DRM) ନିଯୁକ୍ତ

ରେଳ ମନ୍ତ୍ରଣାଳୟ ଶ୍ରୀ ଅମିତାଭ ସିଙ୍ଗଲ, NFHAG / IRSEE / ICF ଙ୍କୁ ରାୟଗଡ଼ା ରେଳ ମଣ୍ଡଳର ଡିଆରଏମ ଭାବେ ସ୍ଥାନାନ୍ତର ହୋଇଥିବା ନେଇକ ପୂର୍ବତଟ ରେଲୱେ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ନିଷ୍ପତ୍ତି ହୋଇଥିବା ନେଇ ୦୭/୦୧/୨୫ ରେ ଏକ ପତ୍ର ଜାରି ହୋଇଛି ।
ନୂତନ ବିଭାଗକୁ କାର୍ଯ୍ୟକ୍ଷମ କରିବା ଏବଂ ଭିତ୍ତିଭୂମି ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ନୂତନଡିଆରଏମ ନିଯୁକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ରେଳ ନେଟୱାର୍କର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ରାୟଗଡ, କୋରାପୁଟ, ଗଜପତି, ନବରଙ୍ଗପୁର, ମାଲକାନଗିରି ଏବଂ କାଲାହାଣ୍ଡି ସମେତ ଦକ୍ଷିଣ ଓଡ଼ିଶାର ଆଦିବାସୀ ତଥା ଆକାଂକ୍ଷା ଜିଲ୍ଲା ଉପରେ ଧ୍ୟାନ ଦିଆଯିବ। ଦକ୍ଷିଣ ଓଡ଼ିଶାର ଆଦିବାସୀ ଅଞ୍ଚଳରେ ଅର୍ଥ ନୈତିକ ବିକାଶ, ସଂଯୋଗୀକରଣ ଏବଂ ନିଯୁକ୍ତି ସୁଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ପରିବର୍ତ୍ତନଶୀଳ ପଦକ୍ଷେପ । ସ୍ଥାନୀୟ ବଜାର, ସ୍ୱାସ୍ଥ୍ୟସେବା ଏବଂ ସ୍ଥାନୀୟ ସମ୍ପ୍ରଦାୟ ପାଇଁ ଶିକ୍ଷା ବୃଦ୍ଧି ପାଇଁ ଉନ୍ନତ ରେଳ ସେବା । ଦକ୍ଷିଣ ଓଡ଼ିଶାର ଦୃଶ୍ୟ ଏବଂ ସାଂସ୍କୃତିକ ସମୃଦ୍ଧ ଅଞ୍ଚଳରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଉନ୍ନତ ସଂଯୋଗ ଏବଂ ଭିତ୍ତିଭୂମି ବିକାଶ । ରାୟଗଡ ରେଳ ବିଭାଗ ପର୍ଯ୍ୟଟନ, ଅର୍ଥ ନୈତିକ ଅଭିବୃଦ୍ଧି ଏବଂ ଭିତ୍ତିଭୂମି ବିକାଶକୁ ପ୍ରୋତ୍ସାହିତ କରିବ, ଓଡିଶାକୁ ଏକ ପ୍ରମୁଖ ଭ୍ରମଣ ସ୍ଥଳ ଭାବରେ ପ୍ରତିଷ୍ଠା କରିବ।