July 5, 2025
Home » ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ଦେହାନ୍ତ

ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ଦେହାନ୍ତ

0
WhatsApp Image 2024-11-05 at 4.18.24 PM

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅନନ୍ତରାମ ମାଝୀଙ୍କ ପୁଅ ତଥା ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀ(ପପୁ ମାଝୀ)ଙ୍କ ୦୪/୧୧/୨୪ ରାତିରେ ୧୦.୩୦ ସମୟରେ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ମୁତାବକ ଦୀର୍ଘ ଦିନରୁ ସେ ଯକୃତ ଜନିତ ରୋଗରେ ପୀଡ଼ିତ ଥିଲେ । କିଛି ଦିନ ତଳେ ଭୁବନେଶ୍ବର ଏମସରେ ଅସୁସ୍ଥତା କାରଣରୁ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ରାତିରେ ପରଲୋକ ହୋଇଥିବା ଜଣାପଡିଛି। ନେଇ ସୂଚନା ମିଳିଛି। ୨୦୦୭ ମସିହାରେ ପିତା ଅନନ୍ତରାମ ମାଝୀଙ୍କ ବିୟୋଗ ପରେ କଂଗ୍ରେସ ପ୍ରାର୍ଥୀ ଭାବେ ପୁତ୍ର ପୂର୍ଣ୍ଣଚନ୍ଦ୍ର ମାଝୀ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଲଢ଼ି ବିଜୟୀ ହାସଲ କରିଥିଲେ । ତାଙ୍କ ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପତ୍ନୀ ,ଭାଇ ଦୀପ, ବିଜେଡି ନେତ୍ରୀ ଜଉଣୀ ଅନୁସୂୟା ମାଝୀ ସମେତ ଅନ୍ୟ ସମସ୍ତେ ଉପସ୍ଥିତ ରହିଥିଲେ । ତାଙ୍କ ମୃତ୍ୟୁ ନେଇ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲ୍ଲକା,ରାୟଗଡ଼ା ବିଧାୟକ ଆପାଳଗ୍ରାମୀ ଜାତ୍ରାକା, ପୂର୍ବତନ ରାଜ୍ୟସଭା ସାଂସଦ ନକିନି ଭାସ୍କର ରାଓ,ବରିଷ୍ଠ କଙ୍ଗ୍ରେସ ନେତା ଦୁର୍ଗା ପ୍ରସାଦ ପଣ୍ଡା,ବିଜେପି ଜିଲ୍ଲା ସଭାପତି ଶିବ ପଟ୍ଟନାୟକ ସମେତ ବରିଷ୍ଠ ନେତ୍ରୁ ମଣ୍ଡଳୀ ସହ ଅନେକ କର୍ମକର୍ତ୍ତା ଦୁଃଖ ପ୍ରକାଶ କରିଛନ୍ତି।

ରାୟଗଡା ଜିଲ୍ଲା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *