April 20, 2026
Home » ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର

ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର

0
WhatsApp Image 2026-04-15 at 5.48.21 PM (1)

ପୋଲସରା :  ପୋଲସରା ବିଜ୍ଞାନ ମହାବଦ୍ୟାଳୟ ଠାରେ ଯୁବ ରେଡକ୍ରସ ଓ ରେଡ ରିବନ୍ କ୍ଲବ, ଜାତୀୟ ସେବା ଯୋଜନା ଓ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ମିଲିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିରକୁ ମହାବିଦ୍ୟାଳୟର ଅଧକ୍ଷ ଡକ୍ଟର ଦିଲ୍ଲୀପ କୁମାର ନାୟକ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ଭଞ୍ଜନଗର ବ୍ଲଡ଼ ବ୍ୟାଙ୍କ ଅଫିସର୍ ଡକ୍ଟର ବିପିନ କୁମାର ପାଣିଗ୍ରାହୀ ଏବଂ ତାଙ୍କର ଟିମଙ୍କ ତତ୍ତ୍ଵାବଧାନରେ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ଯୁବ ରେଡକ୍ରସ କାଉନସିଲର ଶ୍ରୀ ସ୍ୱାଭିମାନ ସାହୁ, ମହିଳା କାଉନସିଲର ମିସ୍ ସୁଜାତା ରାଣୀ ବେହେରା, ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର୍ ସେକ୍ ଫରିଦ୍ , ଡକ୍ଟର୍ ଜ୍ୟୋସ୍ନା ରାଣୀ ପଟ୍ଟନାୟକ, ଜାତୀୟ ସମର ଶିକ୍ଷାର୍ଥୀ ବାହିନିର ଲେଫ୍ଟନାଣ୍ଟ ବିନତା କୁମାରୀ ଦାସ ପ୍ରଭୃତି ସଂଯୋଜନା କରିଥିଲେ। ଛାତ୍ର ଓ ଛାତ୍ରୀମାନଙ୍କ ମଧ୍ୟରେ ଆକାଶ କୁମାର ସ୍ବାଇଁ , ବିକାଶ କୁମାର ସ୍ବାଇଁ, ସମ୍ପଦ ଦାସ, ସରୋଜ କୁମାର ସାହୁ, ତୁଷାର ପ୍ରଧାନ, ସଦାଶିବ ସାବତ, ସୌମ୍ୟା ନାହାକ , ଦାମିନି ମହାରଣା, ଟୁଲୁ ନାୟକ , ଧରଣୀଧର ବେହେରା, ଆକାଶ ବଢ଼ି, ଅରୁଣ କୁମାର ସ୍ବାଇଁ, ରୋହିତ ପ୍ରଧାନ ଓ ଭଗବାନ ମାହୁନ୍ତ ପ୍ରଭୃତି ରକ୍ତଦାନ କରିଥିଲେ। ଏହି ଶିବିରରେ ୧୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ପ୍ରାଧ୍ୟାପକ ରୁଦ୍ର ପ୍ରାସାଦ ଗୌଡ଼, ଡକ୍ଟର ମନୋଜ କୁମାର ସାହୁ, ଉଷା ରଞ୍ଜନ ଦାସ,ଅଧ୍ୟାପକ ଡକ୍ଟର ବିରେଞ୍ଚି ନାରାୟଣ ରଥ, ଡକ୍ଟର ହରିଶ୍ ଚନ୍ଦ୍ର ପାଇକ, ଆକାଶ କୁମାର ଜେନା, ବିକାଶ କୁମାର ସାହୁ, ବିଭୂତି ଭୂଷଣ ସାହୁ, ଅମିତି କୁମାର ସାହୁ , ଦେବାଶିଷ ସ୍ବାଇଁ ଓ ବସନ୍ତ କୁମାର ପାଣି ପ୍ରମୁଖ ଅଧ୍ୟାପକ, ଅଧ୍ୟାପିକା, ଷ୍ଟାଫ୍ ଓ କର୍ମଚାରୀଗଣ ଉପସ୍ଥିତ ରହି ସହଯୋଗ କରିଥଲେ।

 

hrusikesh nayak nka report

Leave a Reply

Your email address will not be published. Required fields are marked *