March 11, 2025
Home » ପୋଲିସ ଡାଳରେ ଚାଲିଲେ,ଚୋର ପତ୍ର ରେ: ଆମ୍ବୁଲାନ୍ସ ରେ କପସିରପ ଚାଲାଣ ଦୁଇ ଗିରଫ l

ପୋଲିସ ଡାଳରେ ଚାଲିଲେ,ଚୋର ପତ୍ର ରେ: ଆମ୍ବୁଲାନ୍ସ ରେ କପସିରପ ଚାଲାଣ ଦୁଇ ଗିରଫ l

0

ବଲାଙ୍ଗିର ସହର ଟାଉନ ଥାନା ନିକଟସ୍ଥ ବିଶାଳ ମେଗା ମାର୍ଟ ସମ୍ମୁଖରେ ଏକ ଆମ୍ବୁଲାନ୍ସ ଗାଡିରୁ ବିପୁଳ ପରିମାଣର କଫ ସିରପ ଜବତ କରିଛି ବଲାଙ୍ଗିର ପୁଲିସ । ଏହି ଘଟଣାରେ ଦୁଇଜଣ ଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ସ୍ଥାନୀୟ ଶାସ୍ତ୍ରୀ ନଗରର ବବଲୁ ଓରଫ ହରିହର ମିଶ୍ର ଓ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ମେଣ୍ଢା ଗ୍ରାମର ରାକେଶ ଓରଫ ମିଲୁ ପ୍ରଧାନ ଏହି ଘଟଣାରେ ୧୮୦୦ ବୋତଲ କଫ ସିରପ, ଏକ ଆମ୍ବୁଲାନ୍ସ, ଚାରି ଚକିଆ କାର, ସ୍କୁଟି, ଦୁଇଟି ମୋବାଇଲ ଫୋନ୍, ୧୩ ଟି ଏଟିଏମ କାର୍ଡ ଆଦି ଜବତ କରାଯାଇଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁସାରେ ସୋମବାର ମଧ୍ୟାହ୍ନରେ ସ୍ଥାନୀୟ ବ୍ରାହ୍ମଣ ପଡ଼ା ନିକଟରୁ ଟିଟିଲାଗଡ଼ ରୋଡ ପଟେ ବେଆଇନ ଭାବରେ କଫ ସିରପ୍ ଚାଲାଣ ହେଉଥିବା ପୁଲିସ ଖବର ପାଇଥିଲା । ଯୋଜନା କରି ବିଶାଲ ମେଗା ମାର୍ଟ ନିକଟରେ ଏକ ଆମ୍ବୁଲାନ୍ସ ଗାଡ଼ି(ଓଡ଼ି ୩୩ ବି ୩୪୯୦) ଓ ଚାରିଚକିଆ କାର(ଡବ୍ଲୁ ବି ୨୦ ଜେଡ ୮୧୫୨) ଗାଡ଼ିକୁ ଅଟକାଇ ଯାଞ୍ଚ୍ କରିଥିଲେ । ଗାଡ଼ି ଭିତରେ ବିପୁଳ ପରିମାଣର କଫ ସିରପ ରହିଥିବା ଦେଖିବାକୁ ମିଳିଥିଲା । କଫ ସିରପ ଭର୍ତ୍ତି କାରକୁ ଜବତ କରି ଥାନାକୁ ଅଣାଯାଇଥିଲା । ଏବଂ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲ ପୋଲିସ । ଜବତ ହୋଇଥିବା କଫ ସିରପ ୱିନରେକ୍ସ କମ୍ପାନୀର ହୋଇଥିବା ବେଳେ ଏହାର ବଜାର ମୂଲ୍ୟ ଆନୁମାନିକ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି କୁହାଯାଉଛି।ଏ ନେଇ ସୂଚନା ଦେଇଛନ୍ତି ବଲାଙ୍ଗୀର ଏସପି ଅଭିଳାଷ ଜି

ବଲାଙ୍ଗୀର ରୁ ସଚିତାନନ୍ଦ ବାଗର୍ତ୍ତି

Leave a Reply

Your email address will not be published. Required fields are marked *