ପୋଲିସ ବାହିନୀର ପୁରୁଣା ଗୁଳାରେ ଗାଡି ଚାଲିଛି
ପରିବର୍ତ୍ତନଶୀଳ ଦୁନିଆରେ ପରିବର୍ତ୍ତନ ଘଟି ଚାଲିଛି। ମହାତ୍ମାଗାନ୍ଧୀଙ୍କ ଡ଼ାକରାରେ କୋଣ ଅନୁକୋଣରେ ଥିବା ଭାରତୀୟ ଏକତ୍ରିତ ହୋଇ ଇଂରେଜମାନଙ୍କୁ ଏ ଦେଶରୁ ହଟାଇବାକୁ ସକ୍ଷମ ହୋଇଥିଲେ। ଇଂରେଜ ଭାରତ ଭୂମିରେ ଯେଉଁ ମୂଳଦୁଆ ପକାଇ ଯାଇଛନ୍ତି, ତାହା କିଛି ମାତ୍ରାରେ ବଦଳି ଯାଇଥିଲେ ମଧ୍ୟ ଅନେକ ରହିଛି।ଇଂରେଜ ଅମଳର ପୋଲିସ ହେବା ପାଇଁ ଏକ ଲୋକ କଥା ଥିଲା.. ” ଚାକିରୀ କରିବ ପୋଲିସ୍, ମାଛ ଖାଇବ ଇଲିସି ” ପୋଲିସମାନଙ୍କ ମାନୁଆଲରେ କିଛି ପରିବର୍ତ୍ତନ ଘଟିଛି। ପୋଲିସ ମହାନିର୍ଦ୍ଦେଶକ, ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ପାହ୍ୟା ବ୍ୟକ୍ତି ବିଶେଷ ପୋଲିସବାହିନୀକୁ ସବୁବେଳେ ସବୁ ସମୟରେ ସଦଜ୍ଞାନ ଦେଇଛାଲିଛନ୍ତି ଯେ, ଥାନାକୁ ଯେଉଁମାନେ ଆସିବେ ସେମାନଙ୍କୁ ଭଲ ବ୍ୟବହାର କର । କଥାରେ ଅଛି:- “ଯେବେ ପୂରିଅଛି ଡୋଲି, ତେବେ ସୁସାର ବଚନ ବୋଲି ।” ପୋଲିସମାନଙ୍କର ଚାକିରୀରେ ସାପ୍ତାହିକ ଛୁଟି ନାହିଁ। ସେମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା କିଛି ନାହିଁ।୨୪ ଘଣ୍ଟା ସେମାନେ ସରକାରୀ ଚାକିରିଆ। ରାତିରେ ମଡା ଜଗି ରହିଲେ ତ ଦିନରେ ଅଶାନ୍ତି ଅସନ୍ତୋଷରେ ଫଶି ରହିଲେ ଘଣ୍ଟା ଘଣ୍ଟା ଧରି। ପର୍ବପର୍ବାଣୀରେ ତାଙ୍କର ଛୁଟି ନାହିଁ। ଭଲମନ୍ଦ, ପୁଣ୍ୟ ପର୍ବାଣୀରେ ଅନ୍ୟମାନେ ଆନନ୍ଦ ଉଲ୍ଲାସରେ ରହୁଥିବା ବେଳେ ଏମାନେ ସେଥିରୁ ବାଦ୍ ପଡ଼ି ବିଚରା ପରିବାର ଲୋକଙ୍କ ଦ୍ଵାରା ହାସ୍ୟାସ୍ପଦ ହୁଅନ୍ତି। ଏହିପରି କର୍ମ ଦାୟିତ୍ଵରେ ସବୁ ସମୟରେ ଚାପି ହୋଇ ରହୁଛନ୍ତି।
ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ରଙ୍କ ନେତୃତ୍ୱରେ ଏହି କଥାର ସମାଧାନ ପାଇଁ ୨୦୧୯ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଥରକୁ ଥର ପି ଏମ୍ ଜି ଛକରେ ଶାନ୍ତି ପୂର୍ଣ୍ଣ ଧାରଣା ଦିଆଯାଇଥିଲା।ତାହା ଏ ଯାବତ୍ ଗ୍ରହଣୀୟ ହୋଇପାରିଲା ନାହିଁ। ଅନ୍ୟପଟେ ହରିଆଣା ଓ ମଧ୍ୟ ପ୍ରଦେଶର ପୋଲିସମାନଙ୍କୁ ଛୁଟି ସହିତ ଦକ୍ଷତା ବୃଦ୍ଧି କରାଯାଇଛି।
ଏଥି ନିମନ୍ତେ ପୋଲିସ ମହାନିର୍ଦ୍ଦେଶକ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ପତ୍ର ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରାଯାଇ ବ୍ରିଟିଶ୍ ଅମଳର ପୁରୁଣା ଗୁଳାରୁ ନୂତନ ଗୁଳାକୁ ଅଣାଯାଉ ବୋଲି ଶ୍ରୀ ନୀଳମଣି ମିଶ୍ରଙ୍କ ସହିତ ଦାମୋଦର ସାମନ୍ତରାୟ, ସୁରେଶ କୁମାର ଦାସ, ରଙ୍କନିଧି ପଟ୍ଟନାୟକ, ଡକ୍ଟର ସୁଦର୍ଶନ ବଳିଆରସିଂ, ଅଶୋକ କୁମାର ମହାରଣା, ତାରା ଚରଣ ଆଚାର୍ଯ୍ୟ, ପ୍ରଦୀପ କୁମାର ରାୟ, ସ୍ନେହ ମହାପାତ୍ର,ସୀତା ରାଉତ, ଉଲ୍ଲାସ ଚନ୍ଦ୍ର ମହାପାତ୍ର ଓ ଅନେକ ଦାବି କରିଛନ୍ତି।
