September 30, 2026
Home » ପୋଲିସ ମାଡ଼ରେ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ହସ୍ପିଟାଲରେ ଭର୍ତ୍ତି

ପୋଲିସ ମାଡ଼ରେ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ହସ୍ପିଟାଲରେ ଭର୍ତ୍ତି

0
WhatsApp Image 2026-09-29 at 9.42.23 PM

ଭୁବନେଶ୍ୱର:  ଲୋୟର ପିଏମଜିରେ ଏମଏମଡିଆର ଆଇନ ପ୍ରତ୍ୟାହାର, ଭାରତର ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାର ଓ ଓଡ଼ିଶାର ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବୀରେ ଇଣ୍ଡିଆ ମେଣ୍ଟ ତରଫରୁ ଏକ ବିଶାଳ ପରିବର୍ତ୍ତନ ରାଲି ଆୟୋଜନ ହୋଇଥିଲା l
ଏହି ରାଲିରେ ପ୍ରଦେଶ ମହିଳା କଂଗ୍ରେସ ସରକାର ବିରୋଧୀ ସ୍ଲୋଗାନ ଦେବାବେଳେ ମହିଳା ପୋଲିସ ପକ୍ଷରୁ ହଠାତ ଆକ୍ରମଣ ହୋଇ ଧସ୍ତାଧସ୍ତି ଆରମ୍ଭ କରାଯାଇଥିଲା l ପୋଲିସର ଆକ୍ରମଣ ଫଳରେ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି ଗୁରୁବାର ଆହତ ହେବାରୁ ତାଙ୍କୁ ସମ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି l ତେବେ ତାଙ୍କ ସ୍ୱାସ୍ଥ୍ୟ ସ୍ଥିର ରହିଛି ବୋଲି ସୂଚନା ମିଳିଛି l
ଶ୍ରୀମତୀ ବାହିନୀପତିଙ୍କ ସହ ମହିଳା କଂଗ୍ରେସର ଅନେକ ନେତ୍ରୀ ପୋଲିସର ବର୍ବର ଆକ୍ରମଣର ଶିକାର ହୋଇ ଆହତ ହୋଇଛନ୍ତି l
ଏହାକୁ ନେଇ କଂଗ୍ରେସ ପକ୍ଷରୁ ଗଭୀର ଉଦବେଗ ପ୍ରକାଶ କରିବା ସହ ପୋଲିସର ଏଭଳି ଅସମ୍ବିଧାନିକ ଓ ଅମାନୁଷିକ କାର୍ଯ୍ୟକୁ କଠୋର ସମାଲୋଚନା କରାଯାଇଛି l

Leave a Reply

Your email address will not be published. Required fields are marked *