June 27, 2026
Home » ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ମୋଟ ଖର୍ଚ୍ଚ ୫ଟି ମନ୍ତ୍ରଣାଳୟର ବଜେଟ୍ ସହ ସମାନ ।

ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ମୋଟ ଖର୍ଚ୍ଚ ୫ଟି ମନ୍ତ୍ରଣାଳୟର ବଜେଟ୍ ସହ ସମାନ ।

0
1001142350
ନୟାଗଡ଼ ( ଇପିଏ ) ନୟାଗଡ ଡିସିସି ସଭାପତି ଶ୍ରୀ ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ପର୍ଯ୍ୟବେକ୍ଷକ ଶ୍ରୀ ପ୍ରକାଶ ମିଶ୍ର ଏବଂ ଯୁବ କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ସୁଦିପ ସାମଲ ପ୍ରମୁଖ ଗଣମାଧ୍ୟମ ବାର୍ତ୍ତାରେ ଜୁନ୍ ୧୭ ଦିନ ରାଜସ୍ଥାନର କୋଟାଠାରେ ହଜାର ହଜାର ଛାତ୍ରଛାତ୍ରୀଙ୍କ ସମାବେଶରେ ସାମିଲ ହୋଇ ନେତା ପ୍ରତିପକ୍ଷ ରାହୁଲ ଗାନ୍ଧିଙ୍କ ଉଦବୋଧନ ସମ୍ବୋଧିତ ‘ଛାତ୍ରୋଁ କି ଗୁଞ୍ଜ’ କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସମାବେଶରେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାର ଆଶାୟୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ସହ ଏକ ଘଣ୍ଟା ଧରି ଚାଲିଥିବା ଆଲୋଚନାରେ ରାହୁଲ ଗାନ୍ଧୀ ଭାରତର ଶିକ୍ଷା ବ୍ୟବସ୍ଥାକୁ ଶୋଷଣ କରୁଥିବା ମେସିନ ବୋଲି କହିଥିଲେ,ଏହି ତ୍ରୁଟି ପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥା ରୋଜଗାରଭିତ୍ତିକ ନୁହେଁ l ଭାରତରେ ବର୍ତ୍ତମାନ ମାତ୍ର ୧.୨ ପ୍ରତିଶତ ଲୋକ ହିଁ ଦରମା ପ୍ରାପ୍ତ ଚାକିରି ପାଇପାରିବେ ଏବଂ ଏହା, ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପରିବାର ନିଜ ପାଠପଢ଼ା ପାଇଁ ବହୁତ ବଡ଼ ଅର୍ଥ ଖର୍ଚ୍ଚ କରିବା ପରେ ଘଟୁଛି । ୨୨ ଲକ୍ଷ ଛାତ୍ରଛାତ୍ରୀ ନିଟ୍ ପରୀକ୍ଷା ଦିଅନ୍ତି ଏବଂ ସେମାନଙ୍କ ପରିବାର ଏଥିପାଇଁ ୧.୩୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରନ୍ତି। ଏହି ପରିମାଣ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ସମଗ୍ର ବଜେଟ୍ ସହ ସମାନ। ନିଟ୍,ଏସଏସସି,ଆରଆରବି,ୟୁପିଏସସି ଏବଂ ଜେଇଇ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଦ୍ୱାରା ଦିଆଯାଉଥିବା ସମୁଦାୟ ଫି’ ପ୍ରାୟ ୩.୫ ଲକ୍ଷ କୋଟି ଟଙ୍କା, ଯାହା ଶିକ୍ଷା, ସ୍ୱାସ୍ଥ୍ୟ, ଶ୍ରମ, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ମହିଳା ଓ ଶିଶୁ ବିକାଶ ସମେତ ୫ଟି ମନ୍ତ୍ରଣାଳୟର ମୋଟ ବଜେଟ ସହିତ ସମାନ ଅଟେ
ଆକାଂକ୍ଷାଙ୍କ ଦୁଃଖଦ ଆତ୍ମହତ୍ୟା ପ୍ରସଙ୍ଗରେ ସେ ଜଣେ ନିଟ୍ ଆଶାୟୀ ଥିଲେ କିନ୍ତୁ ପ୍ରଶ୍ନପତ୍ର ଲିକ୍ ହେବା ପରେ ଆତ୍ମହତ୍ୟା କରିଥିଲେ। ଏହି ବ୍ୟବସ୍ଥା ଦ୍ୱାରା ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଥିବା ଆକାଂକ୍ଷାଙ୍କ ଭଳି ଆଉ କୌଣସି ଛାତ୍ରଛାତ୍ରୀ ରହିବା ଉଚିତ ନୁହେଁ। ଏହା ଆକାଂକ୍ଷାଙ୍କ ବିଫଳତା ନଥିଲା, ବରଂ ବ୍ୟବସ୍ଥା ତାଙ୍କୁ ବିଫଳ କରିଥିଲା । ଦେଶର ହଜାର ହଜାର ଉତ୍ସାହୀ ଛାତ୍ରଛାତ୍ରୀ ଏହି ସମାବେଶରେ ସାମିଲ ହୋଇ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାର ପରିବର୍ତ୍ତନ ବିଷୟରେ ନିଜର ମତାମତ ପ୍ରକାଶ କରିବାକୁ ଆସିଥିଲେ l ଏହି କାର୍ଯ୍ୟକ୍ରମକୁ ଏଲଇଡି ମାଧ୍ୟମରେ ଗଣମାଧ୍ୟମ ପ୍ରତିନିଧି ଏବଂ ଛାତ୍ରନେତା ମାନଙ୍କ ପାଇଁ ପ୍ରଚାରପ୍ରସାର କରାଯାଇ ଥିଲା l
                       ଏହି କାର୍ଯ୍ୟକ୍ରମରେ ଡିସିସି ଉପସଭାପତି ଶ୍ରୀ ଲଷ୍ମୀଧର ତ୍ରିପାଠୀ, ରଣପୁର ବିଧାୟକ ପ୍ରାର୍ଥୀ ବିଭୁ ପ୍ରସାଦ ମିଶ୍ର, ଯୁବ ନେତା କମଳ ଚରଣ ସାହୁ, ପ୍ରତୀକ ମହାପାତ୍ର, ଆଲୋକ ପ୍ରଧାନ, ଛାତ୍ର ନେତା ଦିଲ୍ଲୀପ କୁମାର ବିଶୋଇ, ଶିବରଞ୍ଜନ ସାହୁ, ଓମପ୍ରକାଶ ପ୍ରଧାନ ପ୍ରମୁଖ ଯୋଗଦେଇ ଥିଲେ l
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *