May 15, 2026
Home » ପ୍ରତ୍ୟେକ ଶିଳ୍ପାନୁଷ୍ଠାନ ପାଚେରୀ ବାହାରେ ଗରିବଙ୍କ ଛପର ଘର : ଭକ୍ତ

ପ୍ରତ୍ୟେକ ଶିଳ୍ପାନୁଷ୍ଠାନ ପାଚେରୀ ବାହାରେ ଗରିବଙ୍କ ଛପର ଘର : ଭକ୍ତ

0
WhatsApp Image 2026-05-14 at 6.51.50 PM

 

ବିସ୍ଥାପିତଙ୍କ ନ୍ୟାୟ ଅଧିକାର ଦାବୀରେ କଂଗ୍ରେସର ବିସ୍ଥାପିତଙ୍କ ରଣ ହୁଙ୍କାର ଗଣଧାରଣା

ଭୁବନେଶ୍ୱର;  ବିସ୍ଥାପିତ ଓ ଆଦିବାସୀଙ୍କ ଜଳ ଜମି ଜଙ୍ଗଲ ସୁରକ୍ଷା ପାଇଁ କଂଗ୍ରେସ ପକ୍ଷରୁ ଆୟୋଜିତ ବିଗତ ମଇ 6 ତାରିଖରୁ ଢ଼ିଙ୍କିଆରୁ ଆରମ୍ଭ ହୋଇଥିବା ଗାନ୍ଧିପଥେ ନ୍ୟାୟ ପଦଯାତ୍ରା ଆଜି 14 ତାରିଖରେ ଭୁବନେଶ୍ୱର ପହଞ୍ଚି ଲୋୟର ପିଏମଜି ଛକରେ ଏକ ବିଶାଳ ଗଣଧାରଣା ଅନୁଷ୍ଠିତ ହୋଇଥିଲା lଏହି ବିଶାଳ ଗଣଧାରଣାରେ ହଜାର ହଜାର ବିସ୍ଥାପିତଙ୍କ ସମେତ ପ୍ରଦେଶ କଂଗ୍ରେସର ବହୁ ବରିଷ୍ଠ ନେତା ଓ କର୍ମକର୍ତ୍ତାବୃନ୍ଦ ଯୋଗ ଦେଇଥିଲେ lଏହି ଧାରଣାରେ ପିସିସି ସଭାପତି ଭକ୍ତ ଚରଣ ଦାସ ଯୋଗଦେଇ, ଶିଳ୍ପାନୁଷ୍ଠାନ ମାନଙ୍କ ଅମାନବୀୟ ଅତ୍ୟାଚାର ଓ ସରକାରଙ୍କ ନିରବତାକୁ ନେଇ ଘୋର ସମାଲୋଚନା କରିଥିଲେ l ସେ କହିଲେ, ବିକାଶ ପାଇଁ ଶିଳ୍ପର ନିହାତି ଆବଶ୍ୟକତା ଅଛି କିନ୍ତୁ ଅମାନବୀୟ ବ୍ୟବହାର ଓ ଅତ୍ୟାଚାର ମାଧ୍ୟମରେ ଲୋକଙ୍କୁ ଶୋଷଣ କରିବା ବରଦାସ୍ତ କରାଯିବ ନାହିଁ l ମନମର୍ଜୀ ଜମି, ଜଙ୍ଗଲ ଅଧିଗ୍ରହଣ ଓ ଜଳ ବ୍ୟବହାର କରୁଛନ୍ତି ଏବଂ ସରକାର ସେମାନଙ୍କୁ ସାହାଯ୍ୟ କରୁଛନ୍ତି l ଲୋକେ ନିଜ ଭିଟାମାଟି ହରାଉଛନ୍ତି କିନ୍ତୁ ପ୍ରତିବଦଳରେ କେବଳ ପ୍ରତାରଣା ମିଳୁଛି l କଂଗ୍ରେସ କ୍ଷମତାକୁ ଆସିଲେ ଜମି ହରାଇଥିବା ପ୍ରତ୍ୟେକ ବିସ୍ଥାପିତଙ୍କୁ ଶିଳ୍ପାନୁଷ୍ଠାନର ସେୟାର ହୋଲଡର କରିବୁ ବୋଲି ଶ୍ରୀ ଦାସ ଦୃଢୋକ୍ତି ପ୍ରକାଶ କରିଥିଲେ lପୁଣି କହିଥିଲେ ଯେ, ବିସ୍ଥାପନ ଗ୍ରାମସଭା ମାଧ୍ୟମରେ ଆଇନ ଅନୁଯାୟୀ ହେବା ଉଚିତ ଏବଂ ବିସ୍ଥାପିତଙ୍କୁ ଉପଯୁକ୍ତ କ୍ଷତିପୂରଣ ନ ମିଳିବା ପର୍ଯ୍ୟନ୍ତ କଂଗ୍ରେସ ରାଜ୍ୟର ସମସ୍ତ ବିସ୍ଥାପିତଙ୍କ ସ୍ୱାର୍ଥ ଏବଂ ସୁରକ୍ଷା ପାଇଁ ଲଢେଇ ଏମିତି ରାଜରାସ୍ତାରେ ଚାଲୁ ରହିବ l

ଏହି ଗଣ ଧାରଣାରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ପ୍ରତାରିତ ବିସ୍ଥାପିତଗଣ ନିଜ ଅନୁଭୂତି ଧାରଣାରେ ଉପସ୍ଥାପନ କରିଥିଲେ l
ପିସିସି ସଭାପତି ତଥା ସଂଗଠନ ପ୍ରଭାରୀ ସନ୍ତୋଷ ସିଂ ସାଲୁଜାଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଥିବା ଧାରଣା ମଞ୍ଚରେ ଉପସ୍ଥିତ ଥିବା ନେତୃ ମଣ୍ଡଳୀ ରାଜ୍ୟ ପ୍ରଭାରୀ ଅଜୟ ଲାଲ୍ଲୁ, ସହ ପ୍ରଭାରୀ ଜେଟି କୁସୁମ କୁମାର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପଦଯାତ୍ରା ଅଧ୍ୟକ୍ଷ ସୁରେଶ ରାଉତରାୟ, ସାଂସଦ ସପ୍ତଗିରି ଉଲାକା, ବିଧାୟକ ତାରା ପ୍ରସାଦ ବାହିନୀପତି, ଅଶୋକ ଦାସ, ସିଏସ ରାଜେନ ଏକ୍କା, ମଙ୍ଗୁ ଖିଲ, ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନ,ପୂର୍ବତନ ସାଂସଦ ଅନନ୍ତ ସେଠୀ, ଆଇଏନଟିୟୁସି ଅଧ୍ୟକ୍ଷ ରାମଚନ୍ଦ୍ର ଖୁଣ୍ଟିଆ, ପୂର୍ବତନ ସାଂସଦ ତଥା ଅନୁସୂଚିତ ଜାତି ଅଧ୍ୟକ୍ଷ ଯୋଶବନ୍ତ ସିଂ ଲାଗୁରୀ, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, ଡଃ ଲଲାଟେନ୍ଦୁ ମହାପାତ୍ର, ପିସିସି ଉପସଭାପତି ସସ୍ମିତା ବେହେରା, ମହିଳା କଂଗ୍ରେସ ଅଧ୍ୟକ୍ଷା ମିନାକ୍ଷୀ ବାହିନୀପତି, ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, କୋଷାଧକ୍ଷ ସିଦ୍ଧାର୍ଥ ଦାଶ, ମିଡ଼ିଆ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ, ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି, ସୋସିଆଲ ମିଡ଼ିଆ ଅଧ୍ୟକ୍ଷ ବିଶ୍ୱଜିତ ମହାନ୍ତି, ଏରସମା ଜିଲ୍ଲା ପରିଷଦ ସଭ୍ୟ ପିନାକୀ ଦାସ, ବରିଷ୍ଠ କଂଗ୍ରେସ ନେତା ସତ୍ୟବ୍ରତ ପାତ୍ର, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଅଧ୍ୟକ୍ଷ ପ୍ରକାଶ ଜେନା, ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ଅଧ୍ୟକ୍ଷ ରାଜୀବ ପଟ୍ଟନାୟକ, ଜଗତସିଂହପୁର ଜିଲ୍ଲା କଂଗ୍ରେସ ଅଧ୍ୟକ୍ଷ ଦେବୀ ପ୍ରସାଦ ନାୟକ, କେନ୍ଦୁଝର ଜିଲ୍ଲା ସଭାପତି ମନୋଜ ଜେନା, ଅନୁଗୋଳ ଜିଲ୍ଲା କଂଗ୍ରେସ ଅଧ୍ୟକ୍ଷ ସୁନୀଲ ପ୍ରଧାନ l

ବିଧାୟକ ପ୍ରାର୍ଥୀ ନିରଞ୍ଜନ ନାୟକ, ଜଗତସିଂହପୁର ବିଧାୟକ ପ୍ରାର୍ଥୀ ନଳିନୀ ସ୍ୱାଇଁ, ବରିଷ୍ଠ କଂଗ୍ରେସ ନେତା ଅସିତ ପଟ୍ଟନାୟକ ଆଦି ସମସ୍ତ ବକ୍ତାଗଣ ନିଜ ବକ୍ତବ୍ୟରେ ସରକାରଙ୍କ ବିସ୍ଥାପନ ନୀତି ଉପରେ ଆଭିମୁଖ୍ୟକୁ କଠୋର ସମାଲୋଚନା କରିବା ସହ ବିସ୍ଥାପିତଙ୍କ ସହିତ କଂଗ୍ରେସର ପ୍ରତିବଦ୍ଧତା ଘୋଷଣା କରିଥିଲେ l ଗଣଧାରଣାରେ କଂଗ୍ରେସର ସମସ୍ତ ଛାମୁଆ ସଂଗଠନର କର୍ମକର୍ତ୍ତା, ସମସ୍ତ ଜିଲ୍ଲାର କଂଗ୍ରେସ ସଭାପତି ଓ ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମକର୍ତ୍ତା ଓ ବିସ୍ଥାପିତ ଧାରଣାରେ ଯୋଗ ଦେଇଥିଲେ l

Leave a Reply

Your email address will not be published. Required fields are marked *