April 13, 2026
Home » ପ୍ରଧାନ ଶିକ୍ଷକ ଙ୍କ ବିରୋଧରେ ଗ୍ରାମବାସୀ ଆଣିଲେ ମାଳ ମାଳ ଅଭିଯୋଗ !

ପ୍ରଧାନ ଶିକ୍ଷକ ଙ୍କ ବିରୋଧରେ ଗ୍ରାମବାସୀ ଆଣିଲେ ମାଳ ମାଳ ଅଭିଯୋଗ !

0
WhatsApp Image 2026-04-12 at 4.44.12 PM (1)

 

ପୋଲସରା ( ଇପିଏ) ବିଦ୍ୟାଳୟ ହେଉଛି ମଣିଷ ଗଢ଼ା କାରଖାନା, ଯେଉଁଠି ଶିକ୍ଷକ ମାନେ ହେଉଛନ୍ତି ସୁଦକ୍ଷ ବିନ୍ଧାଣି ଯେଉଁମାନେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ନ୍ତି, ସରକାର ମଧ୍ୟ ଶିକ୍ଷା ବ୍ୟବସ୍ଥା କୁ ସୁଦୃଢ କରିବା ପାଇଁ ଅନେକ ଯୋଜନା କାର୍ଯ୍ୟକାରି କରିଥାନ୍ତି, କିନ୍ତୁ ବାଡ଼ ଫସଲ ଖାଇବା ନୀତିରେ ଚାଲିଛି ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା. ଏହିଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୋଳାବନ୍ଧ, ସରକାରୀ ଗୋପବନ୍ଧୁ ଉଦ୍ୟାନ ଶିକ୍ଷା ନିକେତନ ରେ, ସୂଚନା ଅନୁସାରେ ଏହି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରୋହିତ ସେଠୀ ସେହି ବିଦ୍ୟାଳୟ ର ଜଣେ ଛାତ୍ରୀଙ୍କୁ ପ୍ରେମ କରି ଉଠାଇ ନେଇ ବିବାହ କରିବାସହ ପରବର୍ତ୍ତୀ ସମୟରେ ଅନ୍ୟ ଛାତ୍ରୀ ମାନଙ୍କୁ ଅସଦାଚରଣ କରିବାସହ, ବିଦ୍ୟାଳୟରେ ମଦ୍ୟପାନ କରିବା ଏବଂ ବିଦ୍ୟାଳୟରୁ ଅନେକ ସାମାନ ଚୋରି ହେବା ଘଟଣା କୁ ନେଇ ଗ୍ରାମ ବାସି ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ୍ୟ କୌଣସି ସୁଫଳ ମିଳିନଥିଲା, ଯାହାଫଳରେ ଅଭିଭାବକ ମାନେ ନିଜ ଛୁଆ ଙ୍କୁ ବିଦ୍ୟାଳୟକୁ ଛାଡ଼ିନଥିଲେ,ଆଜି ଗ୍ରାମବାସୀ ସମ୍ପୃକ୍ତ ଶିକ୍ଷକ ଙ୍କୁ ଗ୍ରାମ ସଭାକୁ ଡକାଇ ତାଗିଦ କରିବାସହ ପୋଲିସକୁ ଜିମା ଦେଇଛନ୍ତି. ଅନ୍ୟପଟେ ଶିକ୍ଷକ ଜଣକ ନିଜର ଭୁଲ ହୋଇଥିବା କହିଥିବା ବେଳେ ସମ୍ପୃକ୍ତ ଶିକ୍ଷକ ଙ୍କୁ ବିଦ୍ୟାଳୟରୁ ବହିଷ୍କାର କରିବାପାଇଁ ଗ୍ରାମବାସୀ ଅଭିଯୋଗ କରିଛନ୍ତି.

Leave a Reply

Your email address will not be published. Required fields are marked *