ପ୍ରଧାନ ଶିକ୍ଷୟିତ୍ରୀ ଉଷାମଣୀ ମିଶ୍ରଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ସଭା
ନୟାଗଡ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଇଟାମାଟି, ଠାରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଉଷାମଣୀ ମିଶ୍ରଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଇଟାମାଟି କ୍ଲଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ। ସି. ଆର. ସି. ସି ଇଟାମାଟି ସନ୍ତୋଷ କୁମାର ସାହୁଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଚାଲୁରହିଥିଲା। ଉକ୍ତ ସଭାରେ ବାମନ ଅବକାଶ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଇଟାମାଟି ବୈଶୈକ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ, କେଶବ ଚନ୍ଦ୍ର ରାଉତ ପ୍ରାକ୍ତନ ଅଧ୍ୟକ୍ଷ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ଭୁବନ, ପ୍ରାକ୍ତନ ଶିକ୍ଷୟିତ୍ରୀ ଡ଼ ସୁକାନ୍ତି ମହାନ୍ତି, ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ବିପିନ କୁମାର ଦାସ, ଏନ. ପି. ଏସ ସଙ୍ଘ ସମ୍ପାଦକ ବୀରେନ୍ଦ୍ର ସ୍ୱାଇଁ ଅତିଥି ଭାବେ ଯୋଗ ଦେଇଥିଲେ। ଏତଦ ବ୍ୟତୀତ ସନ୍ତୋଷ କୁମାର ଗୋଛାୟତ, ପ୍ରଦୀପ କୁମାର ସାହୁ, ଦେବରାଜ ମହାପାତ୍ର, ପଦ୍ମ ଚରଣ ସାହୁ (ପ୍ରାକ୍ତନ ସି. ଆର. ସି. ସି ), ଶୁଭ୍ରାଂଶୁ ଶେଖର ମାର୍ଥା (ସି. ଆର. ସି. ସି ) ଶଙ୍ଖେଇ , ନରି ସାର ବାଘରା, ଜୟକୃଷ୍ଣ ପଣ୍ଡା, ମଞ୍ଜୁ ଦିଦି, ହରପ୍ରିୟା ସ୍ୱାଇଁ, ମମତା ମହାପାତ୍ର, ପ୍ରିୟଦର୍ଶିନୀ ମହାପାତ୍ର, କଳ୍ପଳତା ଦେଇ, ପୁଷ୍ପଲତା ଦେଇ, ସବିତା ସାହୁ, ସୁପ୍ରଭା ଦେଇ, କୁଣ୍ଡୁ ଦିଦି ଓ ଛାତ୍ର ଛାତ୍ରୀଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବନ୍ଧୁ ମାନେ ଶ୍ରୀମତୀ ମିଶ୍ରଙ୍କର ଗୁଣ ଗାନ କରିଥିଲେ। ଦୀର୍ଘ ୩୬ ବର୍ଷ କାର୍ଯ୍ୟକାଳ ଭିତରେ ସେ ମହାଶୟା ଅନେକ ଛାତ୍ର /ଛାତ୍ରୀଙ୍କୁ ଉପଯୁକ୍ତ ଭାବରେ ଗଢ଼ି ସମସ୍ତଙ୍କ ହୃଦୟରେ ସ୍ଥାନ ପାଇଛନ୍ତି। ସେ ଜଣେ ନିଷ୍କପଟ, ମେଳାପି ଓ ହୃଦୟ ବାନ ବ୍ୟକ୍ତି ବୋଲି ସମସ୍ତେ ମତ ଦେଇଛନ୍ତି।


ସେ ଏକା ଧାରାରେ ଜଣେ ଶିକ୍ଷୟିତ୍ରୀ, ମଞ୍ଚ ଅଭିନେତ୍ରୀ, ଦୂରଦର୍ଶନ କଳାକାର, ଗୀତିକାର, ସମାଜ ସେବୀ, ସେତୁବନ୍ଧ ଓ ଲେଖିକା ସଂସଦର ପ୍ରତିଷ୍ଠାତା ଅଟନ୍ତି। ଏତଦ ବ୍ୟତୀତ ସେ ଜଣେ ସଂଗ୍ରାମୀ ତଥା ଶିକ୍ଷକ ସଙ୍ଘ ନେତୃତ୍ୱ ନେବା ସଙ୍ଗେ ସଙ୍ଗେ ଓଡିଶା ଲେଡି ଟିଚର ଆସୋସି ଏସନ (OLTA) ର ପ୍ରତିଷ୍ଠାତା। ୧୯୯୦ରୁ ୯୪ ମଧ୍ୟରେ ଶିକ୍ଷକ ନେତ୍ରୀ ଭାବରେ ରାଲି, ଧର୍ମଘଟ, ଅନଶନ କରିବା ସହ ଗିରଫ ହୋଇଥିଲେ।

ଏଥିପାଇଁ ତାଙ୍କୁ ଭଲ ପାଉଥିବା ଶିକ୍ଷକ ମାନଙ୍କ ଦ୍ୱାରା ଉଷାମିଶ୍ରଙ୍କର ସ୍ମରଣିକା “ସଂଘର୍ଷ” ନାମକ ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ତରଫରୁ ଶ୍ରୀମତୀ ମିଶ୍ରଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନକରାଯାଇଅଛି। ଶେଷରେ ପ୍ରଦୀପ କୁମାର ସାହୁ ଶିକ୍ଷକ, ସଭାଷଦବର୍ଗ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ତିମ ପର୍ବ ପ୍ରୀତି ଭୋଜନ ରେ ସମାପନ କରାଯାଇଥିଲା ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
