December 23, 2024
Home » ପ୍ରଧାନମନ୍ତ୍ରୀ ଆପ୍ପରେଣ୍ଟିସିପ ମେଳା ୨୦୨୪ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ରାୟଗଡାରେ ଅନୁଷ୍ଠିତ

ପ୍ରଧାନମନ୍ତ୍ରୀ ଆପ୍ପରେଣ୍ଟିସିପ ମେଳା ୨୦୨୪ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ରାୟଗଡାରେ ଅନୁଷ୍ଠିତ

0

ରାୟଗଡ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଠାରେ ତା ୦୯/୦୭/୨୦୨୪ ରିଖରେ ପ୍ରଧାନମନ୍ତ୍ରୀ ଆପ୍ପରେଣ୍ଟିସିପ ମେଳା -୨୦୨୪ ଅନୁଷ୍ଠିତ ହୋଇଯାଇଛି l ଏହି ମେଳାରେ ୧୧୭ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ଏବଂ ଜିଲ୍ଲାର ପ୍ରାୟ ୦୮ ଗୋଟି କମ୍ପାନୀ ଯୋଗଦାନ କରି ୯୬ ଛାତ୍ର ଛାତ୍ରୀଙ୍କୁ ଚୟନ କରିଥିଲେ । ଏହି ମେଳାରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ଭାସ୍କର ରାଇତ ,(ଓ. ପ୍ର. ସେ ) ଅତିରିକ୍ତ ଜ଼ିଲ୍ଲାପାଳ,ରାୟଗଡା, ମୂଖ୍ୟବକ୍ତା ଭାବରେ ଡ଼: ବି. ଏଲ. ଶରଫ, ଅଧ୍ୟାକ୍ଷା, ସ୍ୱୟଂ ଶାସିତ ମହାବିଦ୍ୟାଳୟ, ରାୟଗଡା ସନ୍ମାନିତ ଅତିଥି ଭାବରେ ସ୍ଵର୍ଣ୍ନ ଲତା ରାଉତ, ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରିଣୀ ଏବଂ ଅବସରପ୍ରାପ୍ତ ଆଇ. ପି. ଓ ଶ୍ରୀ ସବ୍ୟସାଚୀ ସାହୁ ଯୋଗ ଦେଇ ଆପରେଣ୍ଟିସିପ ଏବଂ ଏହାର ଆବଶ୍ୟକତା ଉପରେ ଆଲୋକ ପାତ କରିଥିଲେ l

 

ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ଅତୁଲ୍ୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଇ ମେଳା ରେ ନିମନ୍ତ୍ରିତ ଅତିଥି ମାନେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ରଇତ ଛାତ୍ର ଛାତ୍ରୀ ମାନଙ୍କୁ କୁଶଳୀ ହେଇ ଆତ୍ମ ନିର୍ଭରଶୀଳ ହେବାପାଇଁ ଆହ୍ୱାନ ଦେଇ ଉପାଦେୟ ବାର୍ତ୍ତା ପ୍ରଦାନ କରିଥିଲେ l ଅନ୍ୟ ଅତିଥି ବୃନ୍ଦ ସେମାନଙ୍କର ମୂଲ୍ୟବାନ ଅଭିଭାଷଣ ପ୍ରଦାନ କରିଥିଲେ । ଅନୁଷ୍ଟାନର ତାଲିମ ଅଧିକାରୀ ଶ୍ରୀଯୁକ୍ତ ନିଶିକାନ୍ତ ଶର୍ମା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶ୍ରୀ ସନ୍ତୋଷ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ । ଅନୁଷ୍ଠାନର ସମସ୍ତ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପାଦନ ହେଇଥିଲା ।

 

ରାୟଗଡା ଜିଲ୍ଲା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *

You may have missed