ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କୁ ତାଙ୍କର ୭୫ତମ ଜନ୍ମଦିନ ଉପଲକ୍ଷେ ପୁରୀ, ଓଡିଶା ରେ ଥିବା ମାନସ ସାହୁ ସ୍ଟୁଡ଼ିଓ ରେ ବାଲୁକା ଆନିମେସନ ମାଧ୍ୟ୍ୟମରେ ଶୁଭେଚ୍ଛା
ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଆମର ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କୁ ତାଙ୍କର ୭୫ତମ ଜନ୍ମଦିନ ଉପଲକ୍ଷେ ପୁରୀ, ଓଡିଶା ରେ ଥିବା ମାନସ ସାହୁ ସ୍ଟୁଡ଼ିଓ ରେ ବାଲୁକା ଆନିମେସନ ମାଧ୍ୟ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି |ଆଜି ବିଶ୍ୱକର୍ମା ପୂଜା ଏବଂ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମଦିନ| ସାରା ବିଶ୍ୱରେ କାରିଗର ମାନେ ନିର୍ମାଣ କରିବା ପୂର୍ବରୁ ପ୍ରଭୁ ବିଶ୍ୱକର୍ମା ଙ୍କ ଆଶୀର୍ବାଦ ଭିକ୍ଷା କରନ୍ତି ତାଙ୍କ କଳାକୃତି କରିବା ପାଇଁ ଠିକ ସେହିପରି ଶ୍ରୀ ନରେନ୍ଦ୍ର ମୋଦି ପ୍ରଭୁ ବିଶ୍ଵକର୍ମା ଙ୍କ ଆଶୀର୍ବାଦ ରେ ବିଭିନ୍ନ କ୍ଷେତ୍ର ରେ ଭାରତ କୁ ନିର୍ମାଣ କରୁଛନ୍ତି ସାରା ବିଶ୍ୱରେ ଯେପରି ଭାରତ କୁ ଭବିଷ୍ୟତ ପାଇଁ ନିର୍ମାଣ କରୁଛନ୍ତି ଯେପରି ଭାରତ ଉଚ୍ଚ ଶିଖର ରେ ପହଂଚି ପରିବା| ବର୍ତ୍ତମାନ ଭାରତ ର ସ୍ଥାନ ସାରା ବିଶ୍ୱରେ ଉଦ୍ୟମାନ ସୂର୍ଯ୍ୟ ଭଳି ଆଲୋକିତ ହେଉଛି | ଶ୍ରୀଯୁକ୍ତ ମୋଦି ଙ୍କ ପ୍ରୟାସ ରେ ଭାରତ ବିକଶିତ ଦେଶ ଭାବରେ ଗଣତି ହେଉଛି | ତାଙ୍କ ର ୭୫ ତମ ଜନ୍ମଦିନ ରେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପ୍ରଭୁ ବିଶ୍ୱକର୍ମା ଏବଂ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ପ୍ରତିଛବି ନିର୍ମାଣ କରିଛନ୍ତି ଏହି 1ମିନିଟ 15ସେକେଣ୍ଡ ଭିଡ଼ିଓ କୁ ନିର୍ମାଣ କରିବାକୁ ମାନସ ସାହୁ ଙ୍କୁ ୨ଘଣ୍ଟା ସମୟ ଲାଗିଥିଲା ଏଥିରେ ସେ Happy Birthday ର ଶୁଭେଚ୍ଛା ଦେବା ସହ Modi A Dazzling Diamond ର ବାର୍ତ୍ତା ମଧ୍ୟ୍ୟ ଦେଇଛନ୍ତି|
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
