October 23, 2025
Home » ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଷୋଳ ଦିନାତ୍ମକ ପୂଜା ଉଦଯାପିତ !

ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଷୋଳ ଦିନାତ୍ମକ ପୂଜା ଉଦଯାପିତ !

0
WhatsApp Image 2025-10-01 at 12.48.56 PM

ଛତ୍ରପୁର: ଦକ୍ଷିଣ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ପୀଠରେ ଷୋଡ଼ଶ ଉପଚାରରେ ଷୋଳ ଦିନାତ୍ମକ ଧରି ଆୟୋଜିତ ହୋଇ ଆସିଥିବା ଶାରଦୀୟ ଦୁର୍ଗା ଉତ୍ସଵ ବର୍ଣ୍ଣାଢ଼୍ୟ ସମାରୋହରେ ଉଦଯାପିତ ହୋଇଯାଇଅଛି ।
ପବିତ୍ର ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ଏହି ପ୍ରସିଦ୍ଧ ଶକ୍ତିପୀଠରେ ବିଧିବଦ୍ଧ ଭାବେ ପାର୍ବଣ ପୂଜା ସମାହିତ ହୋଇ ଆସିଥିଲା । ଦେବୀ ଭଗବତୀ ଙ୍କ ଦୈନିକ ବେଶ ଓ ନୀତିକାନ୍ତି ସମାହିତ ହୋଇ ଆସୁଥିବା ସାଂଗକୁ ଦୈନିକ ସନ୍ଧ୍ୟାରେ ସ୍ବତନ୍ତ୍ରତା ଭିତ୍ତିରେ ପୂଜାର୍ଚ୍ଚନା ହୋମ ଯାଗଯଜ୍ଞ ଆଦି ପ୍ରଚଳିତ ହୋଇ ଆସି ସଂସାରର ମଙ୍ଗଳ କାମନା ନିମନ୍ତେ ଉଦ୍ଧିଷ୍ଟ ପୂଜା, ଆରାଧନା ଆଦି ସମାହିତ ହୋଇ ପୂଜା ପଣ୍ଡିତ, ତନ୍ତ୍ର ସାଧନାରେ ସାତ୍ତ୍ୱିକ ମତରେ ପୂଜାବିଧି ନିର୍ବାହ ହୋଇ ସମ୍ପନ୍ନ ହୋଇଯାଇଛି ।
ଦୈନିକ ସାନ୍ଧ୍ୟକାର୍ଯ୍ୟକ୍ରମରେ ଅଗଣିତ ଭକ୍ତଙ୍କ ସମାଗମ ହୋଇ ଆସୁଥିଲା । ଉଦଯାପନୀ ସନ୍ଧ୍ୟାରେ ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ ହୋଇ ସ୍ଥାନଟି ଉତ୍ସବ ମୁଖର ହୋଇ ଉଠିଥିଲା । ଉଦଯାପନୀ ସନ୍ଧ୍ୟାରେ ଗଣ୍ୟମାନ୍ୟ ବ୍ୟକ୍ତି, ଅତିଥିଗଣ ଯୋଗଦେଇଥିବା ବେଳେ ସକ୍ରୀୟ ଅଂଶଗ୍ରହଣ କରିଥିବା ପୂଜା କମିଟି,ଟ୍ରଷ୍ଟ, ବଦାନ୍ୟ କର୍ତ୍ତା ମାନଙ୍କୁ ପକ୍ଷରୁ ଅତିଥିମାନଙ୍କ ଦ୍ଵାରା ସମ୍ୱର୍ଦ୍ଧିତ କରାଯାଇଛି । ଛତ୍ରପୁର ସହରର ମା’ ରାମାୟାଣାମ୍ମା ମନ୍ଦିର ର ପରିଚାଳନା କମିଟୀ କାର୍ଯ୍ଯକର୍ତ୍ତା ଙ୍କୁ ମଧ୍ୟ ଉପଢ଼ୌକନ ଦେଇ ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧିତ କରାଯାଇଛି ।
ପାର୍ବଣ ଉତ୍ସଵ ସମାରୋହରେ ଭକ୍ତମାନଙ୍କ ମନୋସ୍କାମନା ନିମନ୍ତେ ଅଖଣ୍ଡ ଦୀପ ପ୍ରଜ୍ବଳନ ର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଏହି ଅବସରରେ କରପଡା ପଞ୍ଚାୟତ ର ସରପଞ୍ଚ ଅଜୟ ନାୟକ, ଟ୍ରଷ୍ଟି ଲକ୍ଷ୍ମୀନୃସିଂହ ପଣ୍ଡା, ସଂଯୋଜକ କମଳ ପଣ୍ଡା, ପୂଜା କମିଟି ଉପଦେଷ୍ଟା ମହାରାଜ କୃଷ୍ଣ ଚନ୍ଦ୍ର ନାୟକ (ପୁରୀ), ପୂଜା କମିଟି ସଭାପତି ସି.ଏଚ. ଦୟାନନ୍ଦ ରେଡ୍ଡୀ, ସମ୍ପାଦକ ବିମଳ ପଣ୍ଡା, ଉପ-ସଭାପତି ଦିବାକର ନାୟକ, କୋଷାଧ୍ୟକ୍ଷ କୁଞ୍ଜ ନାୟକ, ସହ-ସଂଯୋଜକ ତୁଷାର ଶତପଥୀ, ଯୁବ-ଜୋତିର୍ବିଦ ଦୀପକ ଦାସ, ତ୍ରିନାଥ ନାୟକ, ତ୍ରିପତି ବାଲାଜୀ ମିଶ୍ର, ଗୋବର୍ଦ୍ଧନ ନାୟକ, ସୁଧୀର ମହାରଣା, ବୃନ୍ଦାବନ ନାୟକ, ମନୋଜ ମିଶ୍ର, ନାରାୟଣ ସାହୁ, ଦଣ୍ଡ ମହାରଣା, ଶିବ ନାୟକ, ମୁନା ଗୌଡ଼, ଉପେନ୍ଦ୍ର ବେହେରା ପ୍ରମୁଖ ଙ୍କ ସମେତ ସମସ୍ତ ପୂଜା କମିଟୀ ,କର୍ମକର୍ତ୍ତା, କାର୍ଯ୍ୟକର୍ତ୍ତା ପ୍ରମୁଖ ମନ୍ଦିର ପରିଚାଳନା କମିଟି ର ବହୁ ଗଣ୍ୟମାନ୍ୟ ବ୍ୟକ୍ତି, ସହଯୋଗୀ ସ୍ଵେଚ୍ଛାସେବୀ ପ୍ରମୁଖ ସକ୍ରୀୟ ଅଂଶଗ୍ରହଣ ତଥା ଯୋଗଦାନ ରହି ମା’ ରାମଚଣ୍ଡୀଙ୍କ ପୀଠରେ ଷୋଡ଼ଶ ଉପଚାରରେ ଆୟୋଜିତ ଷୋଳ ଦିନାତ୍ମକ ପାର୍ବଣ ଉତ୍ସଵ ଶାନ୍ତିଶୃଙ୍ଖଳା ସମାହିତ ହୋଇଛି । ଏନେଇ ମନ୍ଦିର ଟ୍ରଷ୍ଟ ଓ ପୂଜା କମିଟି ର ସଂଯୋଜକ କମଲ କୁମାର ପଣ୍ଡା ସଭିଙ୍କୁ ସାଧୁବାଦ ର ସହ ଧନ୍ୟବାଦ୍ ଜଣାଇ ସମ୍ମାନୀତ କରିଥିଲେ ।।

 

 

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *