April 13, 2026
Home » ପ୍ରାମାଣିକ ଚଳଚ୍ଚିତ୍ର “ବନ୍ଦେ ମାଗୋ ସୋନପୁର” ଲୋକାର୍ପିତ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ

ପ୍ରାମାଣିକ ଚଳଚ୍ଚିତ୍ର “ବନ୍ଦେ ମାଗୋ ସୋନପୁର” ଲୋକାର୍ପିତ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ

0
WhatsApp Image 2026-04-12 at 1.14.44 PM

ସୁବର୍ଣ୍ଣପୁର –ସୁବର୍ଣ୍ଣପୁରୀ ସାଂସ୍କୃତିକ ଚେତନା ର ବାର୍ତ୍ତାବହ ପ୍ରାମାଣିକ ଚଳଚ୍ଚିତ୍ର “ବନ୍ଦେ ମାଗୋ ସୋନପୁର” ଶନିବାର ଦିନ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଏହାର ଗୀତ କବି ଡ଼. ଆର୍ତ୍ତତ୍ରାଣ ବାବୁ ରଚନା କରିଥିବା ବେଳେ କଣ୍ଠ ଦାନ କରିଛନ୍ତି ମଞ୍ଜୁଶ୍ରୀ ବାବୁ ଓ ସୁଶିଲ ମହାଲିଙ୍ଗ । ସଙ୍ଗୀତ ସଂଯୋଜନା କରିଛନ୍ତି ପଣ୍ଡିତ ମଧୁ ସୁଦନ ଦାସ । ଏହାର ପ୍ରଯୋଜକ ହେଲେ ଡାକ୍ତର ଆବାସ ରଞ୍ଜନ ବାବୁ ଓ ଆଶିଷ ରଞ୍ଜନ ବାବୁ । ପ୍ରଯୋଜନା କରିଛନ୍ତି ନିଶାନ ପ୍ରଡକ୍ସନ ଓ ସମ୍ପାଦନା କରିଛନ୍ତି ରାଧେଶ୍ୟାମ ମିଶ୍ର । ସୁବର୍ଣ୍ଣପୁର ପ୍ରତୀକ କଲ୍ୟାଣ ମଣ୍ଡପରେ ଅନୁଷ୍ଟିତ ଏହି ଉତ୍ସଵର ପ୍ରଥମ ଅଧିବେଶନରେ ପୁସ୍ତକ ବନ୍ଦେ ମାଗୋ ସୋନପୁର ଲୋକାର୍ପିତ ହୋଇଥିଲା l ଏହି ଅବସରରେ ଅନୁଷ୍ଟିତ ସଭାରେ ସୋନପୁର ଉପଜିଲ୍ଲାପାଳ ଡ଼. ସୌମ୍ୟରୂପା ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଡ଼ ଆର୍ତ୍ତତ୍ରାଣ ବାବୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ସଭାରେ ଲେଖକ ତଥା ଗବେଷକ ଗୋରେଖନାଥ ସାହୁ, ଡ଼. ପ୍ରଫୁଲ୍ଲ ରଥ, ବ୍ରଜ ମୋହନ ଦାନୀ, ଡ଼.ଜ୍ୟୋତି ରଞ୍ଜନ ବହିଦାର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଉତ୍ସବର ଦ୍ୱିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଯୋଗ ଦେଇ ଐତିହାସିକ ସୁବର୍ଣ୍ଣପୁର ର ଆଧ୍ୟାତ୍ମିକ ଉତ୍କର୍ଷ ସମ୍ପର୍କରେ ଆଲୋକପାତ କରିବା ସହ ବର୍ତ୍ତମାନ ସୁବର୍ଣ୍ଣପୁର କୁ ତାହାର ପୂର୍ବବର୍ତ୍ତୀ ସ୍ତରକୁ ଫେରେଇ ଆଣିବା ପାଇଁ ଆଜିର ବୁଦ୍ଧିଜୀବି ଯୁବ ସମାଜ ଉଦ୍ୟମ ଜାରି ରଖିବାକୁ ମତ ପ୍ରକାଶ କରିଥିଲେ । ଦର୍ବାରି ସାହିତ୍ୟ ଓ ଇତିହାସର ଉପରକୁ ଉଠି ଆଧୁନିକ ସୋନପୁରକୁ ସୁବର୍ଣ୍ଣପୁର ଭାବେ ଗଢ଼ି ତୋଳିବାକୁ ବକ୍ତା ମାନେ ମତ ରଖିଥିଲେ । ପ୍ରାମାଣିକ ଚଳଚ୍ଚିତ୍ର ରେ ସୁବର୍ଣ୍ଣପୁର ଜିଲ୍ଲା ର ଆଧ୍ୟାତ୍ମିକ, ସାଂସ୍କୃତିକ, ପ୍ରାକୃତିକ ପୀଠର ସ୍ଥାନ ପାଇଥିବା ବେଳେ ଏଥିରେ ସବୁ ବର୍ଷ ର ସଫଳ କୃତୀ ସନ୍ତାନ ସନ୍ତତି ମାନଙ୍କୁ ଯଥୋଚିତ ସ୍ଥାନ ଓ ସମ୍ମାନ ଦିଆଯାଇଛି । ସମଗ୍ର କାର୍ଯ୍ଯକ୍ରମକୁ ହିମାଂଶୁ ଭୂଷଣ ପଣ୍ଡା ଓ ଲକ୍ଷ୍ମନାରାୟଣ ସାହୁ ସଂଯୋଜନା କରିଥିବା ବେଳେ ଶେଷରେ ପ୍ରଦ୍ୟୁମ୍ନ କୁମାର ସାହୁ ଧନ୍ଯବାଦ ଅର୍ପଣ କରିଥିଲେ । ପ୍ରକାଶ ଥାଉ କି ଯେ ଏହି ଉତ୍ସବର ଆୟୋଜକ ଡ଼.ଆର୍ତ୍ତତ୍ରାଣ ବାବୁଙ୍କ ଜନ୍ମଦିନ ଥିବାରୁ ତାଙ୍କୁ ଗୋପାଳଜୀ ଯୋଗାଳୟ, ନିଶାନ ପ୍ରଡକ୍ସନ, ଶକ୍ତ ଦୀପା, ସ୍ଵଚ୍ଛ ଭାରତ, ଓଡ଼ିଶା ସାମ୍ୱାଦିକ ସଂଘ ଆଦି ସଙ୍ଗଠନ ପକ୍ଷରୁ ଶୁଭେଛା ଓ ସମ୍ବର୍ଦ୍ଧନା ଜଣାଇ ଡ଼. ବାବୁ ଙ୍କ ଦୀର୍ଘ ଜୀବନ କାମନା କରିଥିଲେ । କଣ୍ଠ ଶିଳ୍ପୀ ଶ୍ରୀମତୀ ମଞ୍ଜୁଶ୍ରୀ ବାବୁ, ସୁଶିଲ ମହାଲିଙ୍ଗ, ସଙ୍ଗୀତ ନିର୍ଦ୍ଦେଶକ ମଧୁ ସୁଦନ ଦାସ ଓ ନିଶାନ ପ୍ରଡକ୍ସନର ସଭାପତି ଅକ୍ଷୋଜ ଷାଣ୍ଢ, ଅଧ୍ୟକ୍ଷ ନନ୍ଦକାନା ପୁଝାରୀ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ଡ଼.ରାଧେଶ୍ୟାମ ମିଶ୍ର ଙ୍କୁ ଜିଲ୍ଲାପାଳ ଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ ସହରର ବହୁ ବୁଦ୍ଧିଜୀବି, ସଚେତନ ନାଗରିକ, କବି, ଯୋଗୀ, ଲେଖକ, ସମାଜସେବୀ, ସାମ୍ୱାଦିକ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲାପାଳ ଙ୍କ ଦ୍ଵାରା ପ୍ରାମାଣିକ ଚଳଚ୍ଚିତ୍ର ବନ୍ଦେ ମାଗୋ ସୋନପୁର କୁ ଲୋକାର୍ପିତ କରାଯାଇଥିବା ବେଳେ ଦୀର୍ଘ ଘଣ୍ଟାଏ ଧରି ଏହି ଚଳଚ୍ଚିତ୍ରକୁ ସମସ୍ତେ ଉପଭୋଗ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *