December 21, 2025
Home » ପ୍ରିଣ୍ଟ ମିଡିଆ ସାମ୍ବାଦିକ ସଂଘ ପକ୍ଷରୁ ବିଭିନ୍ନ ପ୍ରସଙ୍ଗ ନେଇ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସହ ଆଲୋଚନା

ପ୍ରିଣ୍ଟ ମିଡିଆ ସାମ୍ବାଦିକ ସଂଘ ପକ୍ଷରୁ ବିଭିନ୍ନ ପ୍ରସଙ୍ଗ ନେଇ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସହ ଆଲୋଚନା

0
WhatsApp Image 2025-09-04 at 12.17.46 PM

ସୁବର୍ଣ୍ଣପୁର —ଗତକାଲି ପ୍ରିଣ୍ଟ ମିଡିଆ ସାମ୍ବାଦିକ ସଂଘର ସାମ୍ବାଦିକ ବୃନ୍ଦ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କୁ ସାକ୍ଷାତ୍ କରି ସହର ତଥା ଜିଲ୍ଲା ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ପାଇଁ ଆଲୋଚନା କରିଥିବା ବେଳେ ପ୍ରଶାସନ ସହ ଗଣମାଧ୍ୟମ ଯେଭଳି ସୌହାର୍ଦ୍ଧ୍ୟପୂର୍ଣ୍ଣ ବାତାବରଣ ଓ ସମନ୍ବୟ ରକ୍ଷା କରି ସହଯୋଗ କରି ଆସୁଛି, ରାଜ୍ୟ ସରକାର ପ୍ରଶାସନ ର ଜରିଆରେ କରୁଥିବା ବିଭିନ୍ନ ଯୋଜନା କୁ ପ୍ରଚାର ପ୍ରସାର ମାଧ୍ୟମ ରେ ଲୋକ ଙ୍କ ପାଖକୁ ପହଞ୍ଚାଉଛି, ଦିନ ରାତି ଜୀବନ କୁ ବାଜି ଲଗାଇ କାମ କରୁଛି, ପ୍ରଶାସନ ର କୌଣସି ବି ବିଭାଗ ସେଭଳି ଗଣ ମାଧ୍ୟମ କୁ ଅଣଦେଖା ନ କରିବାକୁ ଜିଲ୍ଲାପାଳ ଙ୍କୁ ଜଣାଇଥିଲେ l ବିଗତ ୨୦୧୯ ରୁ ୨୦୨୨ ଯାଏ ପୌର ପରିଷଦ କାର୍ଯ୍ଯ ନିର୍ବାହୀ ଅଧିକାରୀ ଓ ଜଣେ ହିସାବ ରକ୍ଷକ ଙ୍କ ମିଳି ଭଗତ ରେ ହୋଇଥିବା କୋଟି କୋଟି ଟଙ୍କା ର ଦୁର୍ନୀତି ର ପର୍ଦ୍ଦାଫାଶ କରିବା କୁ ଜିଲ୍ଲାପାଳ ଙ୍କୁ ପ୍ରିଣ୍ଟ ମିଡିଆ ସାମ୍ବାଦିକ ସଂଘ ପକ୍ଷରୁ ଅନୁରୋଧ କରିଥିଲେ ଓ ଖୁବ ଶୀଘ୍ର ସେ ସବୁ ବିଭିନ୍ନ ମିଡିଆ ମାଧ୍ୟମ ରେ ଆମେ ରାଜ୍ୟ ସରକାର ଙ୍କୁ ଅବଗତ କରାଇବୁ ବୋଲି ସୂଚନା ଦେଇଥିଲେ l ଏହା ସହିତ ଆହୁରି ଅନେକ ବିଭାଗ ଓ ବିଭାଗୀୟ ଅଧିକାରୀ ଙ୍କ ଦୁର୍ନୀତି ବିଷୟ ରେ ଅଭିଯୋଗ କରିଥିଲେ l ଯାହାକି ଖୁବ୍ ଶୀଘ୍ର ପରବର୍ତ୍ତୀ ସମୟ ରେ ଗୋଟି ଗୋଟି କରି ବଡ ବଡ ଅଧିକାରୀ ଙ୍କ ଦୁର୍ନୀତି ର ପର୍ଦ୍ଦାଫାଶ ହେବ ବୋଲି ଜିଲ୍ଲାପାଳ ଙ୍କୁ ସୂଚାଇ ଦେଇ ଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *