July 1, 2025
Home » ପ୍ରେମିକା ବାପା ପ୍ରେମୀଯୁଗଳଙ୍କୁ ହତ୍ୟା ଉଦ୍ୟମରେ ପ୍ରେମିକ ମୃତ୍ୟୂ ଗୁରୁତରବସ୍ତାରେ ପ୍ରେମିକା ଚିକିତ୍ସାଧିନ, ପ୍ରେମିକା ବାପା ଘଟଣାସ୍ଥଳରୁ ଫେରାର

ପ୍ରେମିକା ବାପା ପ୍ରେମୀଯୁଗଳଙ୍କୁ ହତ୍ୟା ଉଦ୍ୟମରେ ପ୍ରେମିକ ମୃତ୍ୟୂ ଗୁରୁତରବସ୍ତାରେ ପ୍ରେମିକା ଚିକିତ୍ସାଧିନ, ପ୍ରେମିକା ବାପା ଘଟଣାସ୍ଥଳରୁ ଫେରାର

0
WhatsApp Image 2024-09-12 at 1.27.47 PM

 

ପ୍ରେମିକ ଓ ପ୍ରେମିକା ପ୍ରେମ ସମ୍ପର୍କ ନେଇ ଜାଣିବା ପରେ ପ୍ରେମିକାଙ୍କ ବାପା ପ୍ରେମିକକୁ ଟାଙ୍ଗିଆରେ ଆକ୍ରମଣ କରିବା ଦ୍ୱାରା ଘଟଣା ସ୍ଥଳରେ ପ୍ରେମିକର ମୃତ୍ୟୁ ଘଟିଛି । ପ୍ରେମିକା ଅବସ୍ଥା ଗୁରୁତର ଥିବା ବେଳେ ପ୍ରଥମେ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବାପରେ ଗୁରୁତର ଅବସ୍ଥାରେ ରାୟଗଡ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଳକ୍ ଅନ୍ତର୍ଗତ ଆଡାଯୋର୍ ପଞ୍ଚାୟତ ଅନ୍ତର୍ଗତ ଅଡାଟାକିରି ଗ୍ରାମରେ।
ମିଳିଥିବା ସୂଚନାନୁଯାୟୀ ଅଡାଟାକିରି ଗ୍ରାମର ମଙ୍ଗଳୁ ମାଝୀ ଅଡାଯୋର୍ ଗ୍ରାମର ବିଜୟ ମାଝୀଙ୍କ ଝିଅ ଲଳିତା ସହ ବିଗତ ଦୁଇ ବର୍ଷରୁ ପ୍ରେମ କରି ଆସୁଥିଲେ । ଜନୈକ ଯୁବତୀଙ୍କୁ ପ୍ରେମ କରୁଥିବା ଜାଣି ଯୁବତୀଙ୍କ ବାପା ଅନେକଥର ତାଗିଦ୍ କରିଥିଲେ । ତଥାପି ଗତମାସରେ ଉଭୟ ପ୍ରେମିକ ଓ ପ୍ରେମିକା ଗାଆଁ ଛାଡି ଫେରାର ହୋଇଥିଲେ । ଗତ ସପ୍ତାହରେ ଗାଆଁକୁ ଫେରିବା ପରେ ଝିଅ ନିଜ ବାପଘରେ ଥିବା ବେଳେ ଗତକାଲି ସନ୍ଧ୍ୟାରେ ପ୍ରେମିକା ବାପା ବାହାଘର କରାଇବାକୁ ମଙ୍ଗଳୁଙ୍କୁ ଡାକି ତାକୁ ନେଇଯିବା ପାଇଁ କହିଥିଲା। ବିଜୟ ମାଝୀ ନିଜ ଝିଅ ପ୍ରେମିକା ଲଳିତା ଓ ତାର ପ୍ରେମିକ ମଙ୍ଗଳୁ ଏକ ମଟରସାଇକେଲରେ ଯିବା ସମୟରେ ଅଡାଜୋର୍ ନିକଟରେ ପୁର୍ବରୁ ଜଗିଥିବା ବିଜୟ ମାଝୀ ଉଭୟଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଟାଙ୍ଗିଆ ମାଡ଼ରେ ମୁଣ୍ଡରେ ଶକ୍ତ ଆଘାତ ବାଜିବା ଫଳରେ ଘଟଣା ସ୍ଥଳରେ ପ୍ରେମିକ ମୃତ୍ୟୁ ଘଟିଥିବା ବେଳେ ପ୍ରେମିକା ରାୟଗଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ମୃତକଙ୍କ ବାପା କାଶିପୁରରେ ଲିଖିତ ଅଭିଯୋଗ ଅନୁସାରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଫେରାର ଥିବା ଅଭିଯୁକ୍ତ ବିଜୟ ମାଝିକୁ ଖୋଜୁଛି ।

Leave a Reply

Your email address will not be published. Required fields are marked *