October 22, 2026
Home » ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ। ଘଟଣା ସ୍ଥଳ ରେ ଉତ୍ତେଜନା….

ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ। ଘଟଣା ସ୍ଥଳ ରେ ଉତ୍ତେଜନା….

0
WhatsApp Image 2026-10-22 at 1.40.33 PM

 

ଧର୍ମଗଡ: ପାଞ୍ଚ ଦିନ ତଳେ ନିଖୋଜ ପ୍ରେମୀ ଯୁଗଳ ଙ୍କ ମୃତ ଦେହ ଆଜି ବେହେରା ସ୍ଥିତ ଭଣ୍ଡାର ଡ଼ଙ୍ଗାରି ଶୀର୍ଷ ରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ହତ୍ୟା ପରେ ଘଟଣା କୁ ଆତ୍ମହତ୍ୟା ରୂପ ଦେବାକୁ ପ୍ରେମୀ ଯୁଗଳ ଙ୍କୁ ଗଛ ଉପରେ ଟାଙ୍ଗି ଦିଆଯାଇଥିବାଜଣାଯାଇଛି।ଦେହ ସାରା ରକ୍ତ ଛିଟା ଥିବା ସହ ଦୁଇ ହାତ ପଛ ପଟେ ବନ୍ଧା ଥିବା ଅବସ୍ଥାରେ ଉଭୟ କେମିତି ଆତ୍ମହତ୍ୟା କଲେ ତାକୁ ନେଇ ସାଧାରଣରେ ସନ୍ଦେହ ଦେଖା ଦେଇଛି। ଏହା ଏକ ସୁପରିକଳ୍ପିତ ହତ୍ୟା ବୋଲି ଏହାକୁ ନେଇ ସାଧାରଣରେ ଉତ୍ତେଜନା ଦେଖା ଦେଇଛି।ପୋଲିସ ରୁ ମିଳିଥିବା ସୂଚନା ଅନୁଯାୟୀ କୋକସରା ଥାନା ଅନ୍ତର୍ଗତ ଟେଣ୍ଡାପାଲି ଗ୍ରାମର ଅଜିତ କୁମାର ନାଏକ ପିତା ପ୍ରହ୍ଲାଦ ନାଏକ ଓ ଧର୍ମଗଡ ସହର ଅନ୍ତର୍ଗତ କେନ୍ଦୁମୁଡ଼ି ପଡା ର ପ୍ରିୟ ଦର୍ଶିନୀ ନାଏକଙ୍କ ପ୍ରେମ ସମ୍ପର୍କ ରହିଥିଲା।

ଗତ ଦୁର୍ଗାପୂଜା ୧୭ତାରିଖ ଦିନ ସେମାନେ ରାତିରୁ ନିଖୋଜ ହୋଇ ଯାଇଥିଲେ।ଏନେଇ ଉଭୟ ପକ୍ଷରୁ କୋକସରା ଓ ଧର୍ମଗଡ ଥାନା ରେ ନିଖୋଜ ମାମଲା କରାଯାଇଥିଲା। ଆଜି ସକାଳେ କିଛି ଲୋକ ଜଙ୍ଗଲ କୁ କାଠ ସଂଗ୍ରହ କରିବାକୁ ଆସି ଝଲନ୍ତା ମୃତ ଦେହ କୁ ଦେଖିଥିଲେ।ଏହି ଘଟଣା ପ୍ରଚାରିତ ହେବାପରେ ଲୋକଙ୍କ ଭିଡ଼ ଜମି ଥିଲା।ମୃତ ଦେହ ଦୁଇଟି ପ୍ରାୟ ପଚି ଯାଇଥିବା ବେଳେ ମୁଣ୍ଡ ବାଳ ତଳେ ଝରି ପଡିଛି। ପରେ ଘଟଣା ସମ୍ପର୍କ ରେ ଉଭୟ ଙ୍କ ପରିବାର ଲୋକେ ଆସି ଶବ ଚିହ୍ନଟ କରିଥିଲେ।ଏହା ଏକ ପ୍ରେମ ଜନିତ ହତ୍ୟା ବୋଲି ଅଭିଯୋଗ ହୋଇଛି।ଧର୍ମଗଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଜାରି ରଖିଛି।ତେବେ ପୁଅ ଙ୍କ ପରିବାର ଲୋକ କହିବା ଅନୁଯାୟୀ ଏହି ଘଟଣା ରେ ଝିଅ ଙ୍କ ପରିବାର ଲୋକ ମାରି ଥିବା ସନ୍ଦେହ କରିଛନ୍ତି।କାରଣ ଘଟଣା ପରଠାରୁ ଝିଅ ଙ୍କ ପରିବାର ଲୋକ ଆସି ବିଭିନ୍ନ ସମୟରେ ମୃତ ଅଜିତ ର ପରିବାର କୁ ଧମକ ଚମକ ଦେଉଥିଲେ।ଯାହାକୁ ନେଇ ଘଟଣା ସ୍ଥଳ ରେ ଉତ୍ତେଜନା ଦେଖା ଯାଇଥିଲା।ପୋଲିସ ତଦନ୍ତ ଜାରୀ ରଖିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *