ଫାଉଣ୍ଡେସନ ସାକ୍ଷରତା ଓ ସଙ୍ଖ୍ୟାତ୍ମକତା (ଏଫଏଲଏନ) ତାଲିମ ସମାପିତ

ନୀତି ଆୟୋଗ ଦ୍ଵାରା ୨୭/୦୧/୨୦୨୫ ତାରିଖରେ ଆରମ୍ଭ ହୋଇଥିବା ୧୦୦ଟି ପୋଷ୍ୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଦୁଇଟି ପର୍ଯ୍ୟାୟ ତାଲିମ ଆଜି ଉଦଯାପିତ ହୋଇଯାଇଛି । ପ୍ରଥମ ଦିନ ଉଦ୍ ଘାଟନ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନ ଯୋଗ ଦେଇଥିବା ବେଳେ, ଉଭୟ ଉଦଘାଟନୀ ଓ ଉଦଯାପନୀ ଉତ୍ସବରେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ବିଶ୍ବନାଥ ସାହୁ ଉପସ୍ଥିତ ରହି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ ।
ତଲିମରେ ଯୋଗ ଦେଇଥିବା ସମସ୍ତ ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ଓ ସମସ୍ତ ଅଂଶଗ୍ରହଣକାରୀ ମାନଙ୍କ ଦ୍ବାରା ଅଭିନୟ ଶିକ୍ଷଣ କାର୍ଯ୍ୟ, ସଂଳାପ କଥନ, ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନ, କବିତା ଲିଖନ ଆଦି କାର୍ଯ୍ୟ ଅନୁଷ୍ଠିତ କରାଯାଇଥିଲା । ଏହି ଅବସରରେ, ଜିଲ୍ଲାର ୪୨ ଗୋଟି ବିଦ୍ୟାଳୟକୁ ପିଲାଙ୍କ ଶିକ୍ଷଣ ପାଇଁ ସ୍ମାର୍ଟ ଶିକ୍ଷଣ ଟେବୁଲ୍ ପ୍ରଦାନ କରାଯିବାକୁ ଘୋଷଣା କରାଯାଇଥିଲା । ଏହି ସ୍ମାର୍ଟ ଟେବୁଲରେ ପ୍ରଥମ ଠାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଷୟର ସମସ୍ତ ପ୍ରସଙ୍ଗର ଶିକ୍ଷଣ କାର୍ଯ୍ୟ, ଗୀତ, ଗଳ୍ପ, ସନ୍ନିବେଶିତ ହୋଇରହିଛି । ଏହି ତାଲିମ କାର୍ଯ୍ୟକ୍ରମରେ ଏଡିଡବ୍ଲୁଓ ଶ୍ରୀ ସୁମନୁ ମାଝୀ, ବିଇଓ ଶ୍ରୀ ରବୀନ୍ଦ୍ର ଧର, ଏବିଇଓ ଶ୍ରୀ ଗୌରାଙ୍ଗ ସଜ୍ଜନ ଓ ଶ୍ରୀ ଅଶ୍ବିନୀ ମାଝୀ ଆସି ସମସ୍ତଙ୍କୁ ମାର୍ଗଦର୍ଶନ କରିଥିଲେ ସାଧନ କର୍ମୀରୂପେ ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ସେନାପତି, ଶ୍ରୀ ସୁରେନ୍ଦ୍ର ସାହୁ, ଶ୍ରୀ ଜୟନ୍ନ ପୋଇ, ଶ୍ରୀ ପ୍ରମୋଦ କୁମାର ବାରିକ, ଶ୍ରୀ ରାମପ୍ରସାଦ ପାଢୀ, ଶ୍ରୀ ପ୍ରମୋଦ ଦାସ, ଶ୍ରୀ ଅଶୋକ ହାଲଦାର ଓ ଶ୍ରୀ ରାମକୃଷ୍ଣ ପାଢୀ ଯୋଗ ଦେଇଥିବା ବେଳେ ଜିଲ୍ଲା ଆଦିବାସୀ ଶିକ୍ଷା ତଥା ଶୈକ୍ଷିକ ସଂଯୋଜକ ଶ୍ରୀ ଶେଷଶଙ୍କର ମହାଳିକ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ । ଜିଲ୍ଲା ଶୈକ୍ଷିକ ପରାମର୍ଶଦାତା ଶ୍ରୀ ସୀତାରାମ ଗୌଡ, ଶ୍ରୀ ସତ୍ୟବ୍ରତ ମିଶ୍ର ଓ ଶିକ୍ଷକ କାଳୁ ଚରଣ ମହାରଣା ସହଯୋଗ କରିଥିଲେ ।
ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ