December 23, 2024
Home » ଫୁଲବାଣୀକୁ ରେଳପଥ ସଂଯୋଗ ଦାବିରେ ପ୍ରଧାନମନ୍ତ୍ରୀଙ୍କୁ ଜିଲାପାଳଙ୍କ ଜରିଆରେ ଦାବୀପତ୍ର ପ୍ରଦାନ।

ଫୁଲବାଣୀକୁ ରେଳପଥ ସଂଯୋଗ ଦାବିରେ ପ୍ରଧାନମନ୍ତ୍ରୀଙ୍କୁ ଜିଲାପାଳଙ୍କ ଜରିଆରେ ଦାବୀପତ୍ର ପ୍ରଦାନ।

0

ଦେଶ ସ୍ୱାଧିନର ୭୭ବର୍ଷ ପରେ କନ୍ଧମାଳ ଜିଲ୍ଲାକୁ ରେଳପଥ ସଂଯୋଗ ହୋଇନଥିବାରୁ ମିଳିତ ନାଗରିକ କମିଟି କନ୍ଧମାଳ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଦୀବସୀୟ ଶାନ୍ତିପୂର୍ଣ୍ଣ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି। ଗମନାଗମନର ସୁବିଧା ଓ ମାଲ ପରିବହନ ପାଇଁ ରେଳପଥ ଏକ ସୁଲଭ ଓ ସହଜ ମାଧ୍ୟମ।ଦୀର୍ଘ ବର୍ଷର ଦାବୀ ସତ୍ତ୍ୱେ ଗୋପାଳପୁର ସମ୍ବଲପୁର ଭାୟା ଫୁଲବାଣୀ ରେଳପଥ ନିର୍ମାଣ ପାଇଁ ସରକାରୀ ତତ୍ପରତା ପ୍ରକାଶ ପାଉନାହିଁ। ଗୋପାଳପୁର ସମ୍ବଲପୁର ରେଳପଥ ପାଇଁ ୨୦୨୨-୨୩ରେ ଅନୁମୋଦନ କରାଯାଇ ଅର୍ଥ ମଞ୍ଜୁର କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ୨୦୨୩-୨୪ରେ ଫୁଲବାଣୀ ସହର ଏହି ରେଳପଥ ସଂଯୋଗରୁ ବଞ୍ଚିତ ହୋଇଥିବା ରେଳ ବିଭାଗ ୱବସାଇଟରୁ ଜଣାପଡିଥିଲ।। ଫୁଲବାଣୀ ସଦର ମହକୁମାକୁ ରେଳପଥ ସଂଯୋଗ କରି ନୂଆ ଡିପିଆର ପ୍ରସ୍ତୁତ କରିବାକୁ ଓରିଡିଲ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦଶପଲା ରେଳ ଷ୍ଟେସନ ଉଦଘାଟନ ଅବସରରେ ଘୋଷଣା କରିଥିଲେ। ଏହା ମଧ୍ୟରେ ଏକ ବର୍ଷ ଅତିକ୍ରାନ୍ତ ହୋଇଥିଲେ ହେଁ ଓରିଡିଲ ପକ୍ଷରୁ ବା ଓଡିଶା ସରକାରଙ୍କ ପକ୍ଷରୁ କୌଣସି ଅଗ୍ରଗତି ହୋଇପାରି ନାହିଁ।ତେଣୁ ଡିସେମ୍ବର ୨ତାରିଖରେ ଏହି ଗଣଧାରଣା କରାଯାଇ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କନ୍ଧମାଳ ଜିଲାପାଳଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି।ଏହି ଅବସରରେ ମିଳିତ ନାଗରିକ କମିଟିର ଆବାହକ ଅଶୋକ ପରିଡାଙ୍କ ସହ ବରିଷ୍ଠ ନାଗରିକ ସଂଘର ପ୍ରଣବ ମଣ୍ଡଳ,ନବୀନ କିଶୋର ପଣ୍ଡା,କମଳାକାନ୍ତ ପାଣ୍ଡେଙ୍କ ଆଇନଜୀବୀ ବିଜୟକୃଷ୍ଣ ପଟନାୟକ,ପ୍ରତାପ ପାତ୍ର,ରବୀନ୍ଦ୍ର ନାଥ ମିଶ୍ର,ବଂଶୀଧର ମହାପାତ୍ର,ଉମାଚରଣ କହଁର, ଅବନୀ କହଁର,ମୋହନ ପ୍ରଧାନ, ସତ୍ୟପ୍ରିୟ ମହାନ୍ତି, ବଣିକ ସଙ୍ଘ ସଭାପତି ଅଶୋକ ପଟନାୟକ,ବରିଷ୍ଠ ସାମ୍ବାଦିକ ସନ୍ତୋଷ ଡିଗାଲ, ପ୍ରଶାନ୍ତ ବେହେରା,ଜୟସେନ ପରିଡା, ବିଜୟ ମହାନ୍ତି, କେ ଞାନ ଡୋରା,ବ୍ରଜ ମୋହନ ନାୟକ, ପ୍ରମୋଦ ସାହୁ, ଉମେଶ ପାତ୍ର, କୃଷ୍ଣ ଚନ୍ଦ୍ର ମିଶ୍ର,ବ୍ରଜ ପଟନାୟକ, ପଦ୍ମଚରଣ ସ୍ୱାଇଁ,ରାଜ କିଶୋର ପାଢୀ ପ୍ରମୁଖ ଯୋଗ ଦେଇ।ଓଡିଶା ସରକାରଙ୍କ ଓରିଡିଲ ସଂସ୍ଥା କିଭଳି ତୁରନ୍ତ ନୂଆ ଡିପିଆର ପ୍ରସ୍ତୁତ କରି ରେଳ ବିଭାଗକୁ ପଠାଇବ ସେଥିପାଇଁ ଗଣଧାରଣା ଦିଆଯାଇଛି।
ଫୁଲବାଣୀ ସଦର ମହକୁମାକୁ ରେଳପଥ ସଂଯୋଗ ନେଇ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କନ୍ଧମାଳ ଜିଲାପାଳ ଅମୃତ ରୂତୁରାଜ ,ଜିଲାପାଳଙ୍କ ଜରିଆରେ ତାଙ୍କ କାର୍ଯ୍ୟାଳୟ ଠାରେ ଦାବୀପତ୍ର ପ୍ରଦାନ କରାଯାଇଛି।ଜିଲା ରେଳପଥ କ୍ରିୟାନୁଷ୍ଠାନ କମିଟି ଓ ମିଳିତ ନାଗରିକ କମିଟିର ପରେଶ ମହାପାତ୍ର, ରାମକୃଷ୍ଣ ବେହେରା, ମଧୂସୁଦନ ସାହୁ,କୃଷ୍ଣ ମିଶ୍ର,ନାରାୟଣ ସାହୁ,ଟି ରାଜ ଗୋପାଳ ପାତ୍ର,ମଞୁଳା ପାଣିଗ୍ରାହୀ, ବ୍ରହ୍ମାନନ୍ଦ ପାଣିଗ୍ରାହୀ, ବିକାଶ ମହାନ୍ତି , ମନୋଜ ଚୌଧୁରୀ ପ୍ରମୁଖ ବହୁ ବୁଦ୍ଧିଜୀବୀ ଗଣଧାରଣାରେ ଯୋଗଦେଇ ଥିଲେ।

Leave a Reply

Your email address will not be published. Required fields are marked *

You may have missed