ଫେବୃଆରୀ 27 ତାରିଖ ରେ ବିକଶିତ ଭାରତ ଜାତୀୟ ଯୁବ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ
ସୁବର୍ଣ୍ଣପୁର — ଆଗାମୀ ଫେବୃଆରୀ 27 ତାରିଖ ଦିନ ମଡେଲ ଡିଗ୍ରି ମହାବିଦ୍ୟାଳୟ ଠାରେ ବିକଶିତ ଭାରତ ଜାତୀୟ ଯୁବ ସଂସଦ (Vikashit Bharat National Youth Parliament) କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ସଂକ୍ରାନ୍ତରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଫେବୃଆରୀ ତା.27/02/2026 ରିଖ ଦିନ ମଡେଲ ଡିଗ୍ରୀ ମହାବିଦ୍ୟାଳୟ ଠାରେ ବିକଶିତ ଭାରତ ଜାତୀୟ ଯୁବ ସଂସଦ (Vikashit Bharat National Youth Parliament) କାର୍ଯ୍ୟକ୍ରମ ଆୟୋଜନ ଓ ଅନୁଷ୍ଠିତ କରିବା ନିମନ୍ତେ ଏକ ସାମ୍ବାଦିକ ସମ୍ମିଳନୀ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ମିନି ସମ୍ମିଳନୀ କକ୍ଷ ଠାରେ ଅଧ୍ୟକ୍ଷ, ମଡେଲ ଡିଗ୍ରୀ ମହାବିଦ୍ୟାଳୟ ସୋନପୁର ଦେବାଶିଷ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ସାମ୍ବାଦିକ ସମ୍ମିଳନୀ ରେ ସେ ସୂଚନା ଦେଇ କହିଥିଲେ ଯେ ସୁବର୍ଣ୍ଣପୁର ଜିଲ୍ଲାର ୧୮ ରୁ ୨୫ ବର୍ଷ ବୟସ୍କ ପ୍ରାୟ ୨୦୦ ଯୁବ ପ୍ରତିଯୋଗୀ ଓ ଛାତ୍ର ଛାତ୍ରୀ ଭାଗ ନେବାର ବ୍ୟବସ୍ଥା ରହିଛି। ଏହି ବିକଶିତ ଭାରତ ଜାତୀୟ ଯୁବ ସଂସଦ ରେ “ଜରୁରୀକାଳୀନ ପରିସ୍ଥିତିର ୫୦ ବର୍ଷ: ଭାରତୀୟ ଗଣତନ୍ତ୍ର ପାଇଁ ଶିକ୍ଷା” ଆଲୋଚନାର ବିଷୟବସ୍ତୁ ରହିଥିବା ବେଳେ ପ୍ରତିଯୋଗୀମାନେ ଏହି ବିଷୟ ବସ୍ତୁ ଉପରେ ନିଜସ୍ୱ ମତ ରଖିବେ ବୋଲି ସ୍ଥିର ହୋଇଛି। ଏହି ବିକଶିତ ଭାରତ ଜାତୀୟ ଯୁବ ସଂସଦ କୁ ସଫଳ ଭାବେ ଆୟୋଜନ କରିବା ନିମନ୍ତେ କାର୍ଯ୍ୟସୂଚୀ ଓ ଆଲୋଚ୍ୟ ବିଷୟ ବସ୍ତୁ କୁ ସୁବର୍ଣ୍ଣପୁର ଜିଲ୍ଲା ର ସମସ୍ତ ମହାବିଦ୍ୟାଳୟ ମାନଙ୍କୁ ପତ୍ର ମାଧ୍ୟମରେ ଜଣାଇବ ସଂଗେ ସଂଗେ ସୋନପୁର ସହିତ ସମସ୍ତ ପଞ୍ଚାୟତ ସମିତି ମୁଖ୍ୟାଳୟ ମାନଙ୍କର ଛକ ଜାଗା ମାନଙ୍କରେ ପୋଷ୍ଟର ଲଗାଇ ବହୁଳ ପ୍ରଚାର ଓ ପ୍ରସାର କରାଯିବ ବୋଲି ସୂଚନା ଦେଇଥିଲେ। ଏହି ବିକଶିତ ଭାରତ ଜାତୀୟ ଯୁବ ସଂସଦ ରେ ଶ୍ରେଷ୍ଠ ୫ ଜଣ କୃତି ଛାତ୍ରଛାତ୍ରୀ ଓ ଯୁବକ ମାନଙ୍କୁ ରାଜ୍ୟସ୍ତରକୁ ମନୋନୀତ କରାଯିବ। ଏହି ସମ୍ମିଳନୀରେ ମଡେଲ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମହାନ୍ତି ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରି ସୁବର୍ଣ୍ଣପୁର ଜିଲ୍ଲାର ଯୁବକମାନଙ୍କୁ ଏହି ଜାତୀୟ ଯୁବ ସଂସଦ ବହୁ ସଂଖ୍ୟାରେ ଯୋଗଦାନ କରି ଭାରତ ବିକାଶରେ ସାମିଲ ହେବାକୁ ଆହ୍ବାନ ଦେଇଥିଲେ। ଏହି ବିକଶିତ ଭାରତ ଜାତୀୟ ଯୁବ ସଂସଦ ର କାର୍ଯ୍ୟକ୍ରମ କୁ ସମସ୍ତ ସମ୍ବାଦ ପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରକାଶନ ଓ ପ୍ରଚାର କରିବା ପାଇଁ ଉପସ୍ଥିତ ସମସ୍ତ ସମ୍ବାଦପତ୍ର ଗୁଡିକର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଅଧ୍ୟକ୍ଷ ମଡେଲ ଡିଗ୍ରୀ ମହାବିଦ୍ୟାଳୟ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଡକ୍ଟର ସନ୍ତୋଷ ଭୋଇ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅର୍ଜ୍ଜୁନ ମାଝୀ ଏବଂ ମୋ ଭାରତ ଅଧିକାରୀ କୃପାସିନ୍ଧୁ ସା ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
