July 1, 2025
Home » ଫ୍ରେଣ୍ଡସ୍ ହେଲପିଙ୍ଗ କ୍ଳବ ଆନୁକୂଲ୍ୟରେ ନିଃଶୁଳ୍କ ଗର୍ଭାଶୟ ଗ୍ରୀବା (cervical ) କେନ୍ସର ପ୍ରତିଷେଧକ ଟୀକା ପ୍ରଦାନ

ଫ୍ରେଣ୍ଡସ୍ ହେଲପିଙ୍ଗ କ୍ଳବ ଆନୁକୂଲ୍ୟରେ ନିଃଶୁଳ୍କ ଗର୍ଭାଶୟ ଗ୍ରୀବା (cervical ) କେନ୍ସର ପ୍ରତିଷେଧକ ଟୀକା ପ୍ରଦାନ

0
WhatsApp Image 2025-06-07 at 4.10.37 PM

ବ୍ରହ୍ମପୁର : ସ୍ଥାନୀୟ ସ୍ବେଛାସେବୀ ସଂଗଠନ ଫ୍ରେଣ୍ଡସ ହେଲପିଙ୍ଗ କ୍ଲବ ଆନୁକୂଲ୍ୟରେ ଗର୍ଭାଶୟ ଗ୍ରୀବା କର୍କଟ (Cervical cancer)ର ପ୍ରତିଷେଧକ ଟୀକା ଆଜି ୧୦୭ ଜଣ ୧୦ ବର୍ଷରୁ ୨୬ ବର୍ଷର ଝିଅ ଓ ମହିଳାଙ୍କୁ ଦ୍ଵିତୀୟ ଦଫାରେ ପ୍ରଥମ ଡୋଜ ଦିଆଯାଇ ଅଛି। ସହକାରୀ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଡ.ଭି.ସରୋଜିନି ଦେବୀ ମୁଖ୍ୟ ଅତିଥିରୂପେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।
ଶିଶୁ ବିଶେଷଜ୍ଞ ଡ.ଟି.ପ୍ରକାଶ ରାଓଙ୍କ ନେତୃତ୍ୱରେ ଡ.ଇପାରି ନାରାୟଣ ରାଓ, ଡ.ଏସ.କେ.ବର୍ମା, ଡ. ରୋଶନ କୁମାର, ଡ.ଯେ.ନାରାୟଣ ରାଓ, ଡ. U.S.N.ମୂର୍ତ୍ତି, ସମସ୍ତ ହିତାଧିକାରୀଙ୍କୁ ପରୀକ୍ଷା କରି ଟୀକା ପ୍ରଧାନ କରିଥିଲେ।
ଇ.ଶିବପ୍ରସାଦ ରାଓ, କେ.ସତ୍ୟନାରାୟଣ ସୁବୁଦ୍ଧି, ସ୍.ଦୁର୍ଗା ପ୍ରସାଦ, ଧୀରଜ ଚୌଧୁରୀ, ଇ. ପୂର୍ଣ ଚନ୍ଦ୍ର ସୁବୁଦ୍ଧି, ମିଳିତଭାବେ ଏହି କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ଟିକାର ସମସ୍ତ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।
ଡ.ପ୍ରକାଶ ରାଓ ଉପସ୍ଥିତ ଥିବା ଝିଅ , ମହିଳା ଓ ସେମାନଙ୍କ ପିତାମାତାଙ୍କୁ ଗର୍ଭାଶୟ ଗ୍ରୀବା କର୍କଟ ବା cevical cancer) ହୁମାନ ପାପିଲମା ଭୁତାଣୁ ଯୋଗୁଁ ହୋଇଥାଏ। ଏହା ଏକ ମାରାତ୍ମକ ହେଚ.ପି.ଭି. ଭୁତାଣୁ ଯୋଗୁଁ ହୋଇଥାଏ। ଏଥିରୁ ରକ୍ଷା ପାଇବାପାଇଁ ଟିକାନେବାହିଁ
ଏକ ମାତ୍ର ପନ୍ଥା।
ଏହି ଟୀକା ୯ବର୍ଷ ବୟସରୁ ୨୫ ବର୍ଷ ବୟସର ଝିଅ ମାନଙ୍କୁ ଦୁଇମାସ ପରେ ଆଉ ଗୋଟିଏ ଓ ୧୬ ବର୍ଷରୁ ୨୫ ବର୍ଷ ବୟସର ଝିଅମାନଙ୍କୁ ତୃତୀୟ ଟୀକା ଡିଆ ଯିବ। ଏହା ବହୁ ବ୍ୟୟବହୁଳ ଟୀକା ଅଟେ। ବଦାନ୍ୟ ଦାତାଙ୍କ ସାହାଯ୍ୟରେ ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ ଆନୁକୂଲ୍ୟରେ ଏହି ଟୀକା ନିଶୁଳ୍କ ପ୍ରଦାନ କରାଯାଉଛି।
ଏହି କାର୍ଯ୍ୟ କ୍ରମର ପ୍ରୋଜେକ୍ଟ ଅଧ୍ୟକ୍ଷ ତଥା ପୂର୍ବତନ ସଭାପତି A.ସତ୍ୟନାରାୟଣ ଗୁପ୍ତା ପରିଚାଳନା କରିଥିଲେ। କ୍ଳବର ସଭାପତି ଏମ୍.ବିଦ୍ୟାସଗାର, ଉପସଭାପତି ଜମ୍ମୁଲା ସୁରେଶ, ସମ୍ପାଦକ ସତ୍ୟକମ ପାତ୍ର , ପୂର୍ବତନ ସଭାପତି ଇଂଜିନିଅର କୁମାର ପାତ୍ର ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *