March 16, 2026
Home » ବଉଳସିଂହା ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ

ବଉଳସିଂହା ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ

0
WhatsApp Image 2026-03-14 at 1.08.52 PM

ବୌଦ୍ଧ– ଶୁକ୍ରବାର ଦିନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବଉଳସିଂହା ଠାରେ ୨୦୨୫-୨୬ ଶିକ୍ଷାବର୍ଷ ର ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ଉକ୍ତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଦିଲୀପ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିବାବେଳେ ସମ୍ମାନିତ ଅତିଥି ଭାବେ ପଞ୍ଚସଖା ଶିକ୍ଷା ସେତୁର ସଭାପତି ଶ୍ରୀ ନବୀନ ନାଏକ ଯୋଗ ଦେଇଥିଲେ । ବିଦ୍ୟାଳୟ ର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଶ୍ରୀ ରୋହିତାଶ୍ଵ ମଲିକ, ଲିଙ୍ଗରାଜ ତାଣ୍ଡିଆ ,ରାଜୀବ କୁମାର ସାହୁ ଓ ଶ୍ରୀମତି ଗିତାଞ୍ଜଳୀ ବେହେରା ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଆଶିର୍’ବଚନ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀ ମାନେ ମଧ୍ୟ ନିଜ ଅନୁଭୁତି ବଖାଣିବା ସହ ବକ୍ତବ୍ୟ ରଖିଥିଲେ ।ନିଜର ସ୍ନେହ ଓ ସ୍ମୃତି ସ୍ୱରୂପ ପଞ୍ଚସଖା ଶିକ୍ଷା ସେତୁ ମାଧ୍ୟମରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ କୁ ଏକ ପ୍ରିଣ୍ଟର ପ୍ରଦାନ କରିଥିଲେ। ପରିଶେଷରେ ଶିକ୍ଷକ ଶ୍ରୀ କେଶବ ପ୍ରଧାନ ଛାତ୍ରଛାତ୍ରୀମାନଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *