July 5, 2025
Home » ବଘିଆପଡା ଜାମୁପାଲି ରେ ବୌଦ୍ଧ ଜିଲ୍ଲା ଧାର୍ମିକ ଓ ସାଂସ୍କୃତିଜ ସେବା ମହାସଂଘ ତରଫରୁ ମକର ମିଳନ ଅନୁଷ୍ଠିତ l

ବଘିଆପଡା ଜାମୁପାଲି ରେ ବୌଦ୍ଧ ଜିଲ୍ଲା ଧାର୍ମିକ ଓ ସାଂସ୍କୃତିଜ ସେବା ମହାସଂଘ ତରଫରୁ ମକର ମିଳନ ଅନୁଷ୍ଠିତ l

0
WhatsApp Image 2025-01-14 at 3.06.22 PM

ସୁବର୍ଣ୍ଣପୁର —ବୌଦ୍ଧ ଜିଲ୍ଲା ବଘିଆପଡା ପଂଚାୟତ ଜାମୁପାଲି ଠାରେ ବୌଦ୍ଧ ଜିଲ୍ଲା ଧାର୍ମିକ ଓ ସାଂସ୍କୃତିକ ସେବା ମହାସଙ୍ଘ ସହାୟତାରେ ଜାମୁପାଲି ମା କୃଷ୍ଣଗୁରୁ ମଣ୍ଡଳୀ ଆୟୋଜନକ୍ରମେ ଏକ ଦିବସୀୟ ମକର ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ସର୍ବ ପ୍ରଥମେ ମା ପୂର୍ଣ୍ଣମାସୀ ଓ ରାଧାକୃଷ୍ଣଙ୍କ ଠାରେ ପୂଜାର୍ଚ୍ଚନା କରାଯାଇଥିଲା l ଏଥିରେ ମୁଖ୍ୟ କର୍ତ୍ତା ଭାବେ ଅରୁଣ କୁମାର ସାହୁ ଓ ସଞ୍ଜୟ କୁମାର ଭୋକ୍ତା ପୂଜାକାର୍ଯ୍ୟ ତୁଳାଇଥିବା ବେଳେ ମା କୃଷ୍ଣ ଗୁରୁ ଦଳ ସହଯୋଗ କରିଥିଲେ l ଏହି ଅବସରରେ ଏକ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ଭାବେ ସାହିତ୍ୟିକ,କବି ତଥା ସାମ୍ବାଦିକ ସତ୍ୟଜିତ ପଣ୍ଡା ଯୋଗଦେଇ ମକର ମିଳନ ଓ ଭାଇଚାରା ସୃଷ୍ଟି ହୋଇପାରୁଥିବା କଳା, ସଂସ୍କୃତି, ଆଧ୍ୟାତ୍ମିକତାକୁ ବଂଚେଇ ରଖିବା ପାଇଁ ପରାମର୍ଶ ଦେଇଥିଲେ l ମୁଖ୍ୟ ବକ୍ତା ଭାବେ ସାମାଜିକକର୍ମୀ କୃତ୍ତିବାସ ପଲିଆ
ଯୋଗଦେଇ ସନାତନ ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତିର ଆଭିମୁଖ୍ୟ ଓ କୃଷି ଭିତ୍ତିକ ପର୍ବର ଧାର୍ମିକ ଓ ସାଂସ୍କୃତିକ ଓ ସେବା, ସହଯୋଗ ଓ ଭାଇଚାରାର ପର୍ବ ପାଳନ ନିଶ୍ଚିତ ସଫଳ ହେବ ବୋଲି ଆଶା କରିଥିଲେ l ସଂମ୍ମାନିତ ଅତିଥି ଭାବେ ଉତ୍କଳ ସମ୍ବିଳନୀ ବୌଦ୍ଧ ଶାଖର ସମ୍ପାଦକ ତଥା ଶିକ୍ଷକ ଗୋପାଳ ଅମାତ, ଅନ୍ୟତମ ଅତିଥି ଶିକ୍ଷୟିତ୍ରୀ ରଂଜିତା ପ୍ରଧାନ ଓ ବୌଦ୍ଧ ବ୍ଲକ କୃଷ୍ଣଗୁରୁ ମହାସଂଘର ମୁଖ୍ୟ ଅକ୍ଷୟ କୁମାର ବିଶି ଯୋଗଦେଇ ମକର ମିଳନ ଉପରେ ଆଲୋକପାତ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ସଭାପତିତ୍ୱ ଓ ସଂଯୋଜନା କରିଥିଲେ ବୌଦ୍ଧ ଜିଲ୍ଲା ଧାର୍ମିକ ଓ ସାଂସ୍କୃତିକ ମହାସଂଘ ପ୍ରତିଷ୍ଠାତା ସମ୍ପାଦକ ଅରୁଣ କୁମାର ମେଣ୍ଡିଲି lଏହି ଅବସରରେ ବୌଦ୍ଧ ଶାନ୍ତିଦେବୀ ଏଣ୍ଟରପ୍ରାଇଜେସ ତରଫରୁ କୁନି କୁନି ପିଲାଙ୍କୁ ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *