October 23, 2025
Home » ବଡ଼ଦେହୁରୀପାଲି ରେ “ସବୁ ଲାଗେ ପର ଲୁହ ନିଜର” ନାଟକ ମଞ୍ଚସ୍ଥ ।

ବଡ଼ଦେହୁରୀପାଲି ରେ “ସବୁ ଲାଗେ ପର ଲୁହ ନିଜର” ନାଟକ ମଞ୍ଚସ୍ଥ ।

0
WhatsApp Image 2025-10-08 at 4.18.41 PM

ସୁବର୍ଣ୍ଣପୁର– ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗୋଛା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ବଡ଼ଦେହୁରୀପାଲି ଗ୍ରାମରେ ମାଁ ମାହେଶ୍ୱରୀ ଙ୍କ କୁମାର ପୂର୍ଣ୍ଣିମା ଯାତ୍ରା ଉପଲକ୍ଷେ ମାଁ ମାହେଶ୍ୱରୀ ନାଟ୍ୟ କଳା ସଂସଦ ପକ୍ଷରୁ ଏକ ମହାନ୍ ସାମାଜିକ ନାଟକ “ସବୁ ଲାଗେ ପର ଲୁହ ନିଜର” ମଞ୍ଚସ୍ଥ ହୋଇଯାଇଛି। ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଅରୁଣ କୁମାର ପଟ୍ଟନାୟକ ନାଟ୍ୟ ନିର୍ଦ୍ଦେଶନା ଦେଇଥିଲେ ।

ବିଭିନ୍ନ ଭୂମିକାରେ ବୈଷ୍ଣବାନନ୍ଦ ପ୍ରଧାନ, ଅବିନାଶ ପ୍ରଧାନ, ରତ୍ନାକର ପ୍ରଧାନ, କୃଷ୍ଣଚନ୍ଦ୍ର ପ୍ରଧାନ, ସିକୁନ ସାହୁ, ଭୀମସେନ ସିଂହ, ଧିରେନ ଖମାରୀ, ତୁଷମନ ବାରିକ, ପ୍ରଦୀପ ସିଂହ, ପପୁନ ସିଂହ, ଉପେନ୍ଦ୍ର ପ୍ରଧାନ ପ୍ରମୁଖ ଅଭିନୟ କରିଥିଲେ। ନାରୀ ଭୂମିକାର ସୁମିତ୍ରା, ମିତା, ବର୍ଷା, ଆଶା ଅଭିନୟ କରିଥିଲେ। ନୃତ୍ୟ ନିର୍ଦ୍ଦେଶକ ରାଜେନ୍ଦ୍ର ରଣା ଙ୍କ ନିର୍ଦ୍ଦେଶନାରେ ଆଲୋକ , ମହେଶ୍ୱର, ପଦ୍ମୁ, ରଜତ, ବିକାଶ, ରଞ୍ଜିତ, ଶିବାମ, ସରୋଜ, ସିପୁନ, ଲକି, ସୁବ୍ରତ, ସୁନିତ, କୁଶ, ବିଭୂତି, ପ୍ରାଣ, ଡ଼ଲି, ଶୃତି, ଇଷିକା ଓ ବେବି ଆଦି ନୃତ୍ୟ ଶିଳ୍ପୀଙ୍କ ପରିବେଶିତ ମେଲୋଡି, ଡେନ୍ସ, ଓ ନାଚ ଗୀତର ତାଳେ ତାଳେ ଦର୍ଶକ ବେଶ ଝୁମି ଥିଲେ। ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଉପସ୍ଥାପକ ଭାବେ ପଞ୍ଚାନନ ଡାଙ୍ଗ ଓ ଉପସ୍ଥାପିକା ଭାବେ ଆଶାରାଣୀ ମହାନ୍ତି କାର୍ଯ୍ୟ ତୁଲାଇଥିଲେ। ଏହି ଅବସରରେ ଆୟୋଜିତ ସାଂସ୍କୃତିକ ସଭା ରେ ମୂଖ୍ୟ ଅତିଥି ଭାବେ ପୂର୍ବତନ କଣ୍ଟାମାଳ ବିଧାୟକ ମହିଧର ରଣା ଯୋଗଦେଇ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଡୁମାଳ ପରିଷଦ ଓଡ଼ିଶାର ଜିଲ୍ଲା ସଭାପତି ଶିତାଂଶୁ ଶେଖର ମହାକୁଡ଼, ଜିଲ୍ଲା ସଂପାଦକ କାନ୍ହୁ ଚରଣ ମେଷୁଆ, ଜିଲ୍ଲା କୋଷାଧ୍ୟକ୍ଷ ମନୋଜ ମହାକୁଡ଼, ରାଜ୍ୟ ପରିଷଦ ସଦସ୍ୟ ବିଭୂ ପ୍ରସାଦ ଖେତି, ବାମଣ୍ଡା କେନ୍ଦ୍ର ସମ୍ପାଦକ କୈଳାସ ବିଶି, ବଡଦେହୁରୀପାଲି ମନ୍ଦିର କମିଟି ସଭାପତି ଧୃବ ଚରଣ ପ୍ରଧାନ, ସଂପାଦକ ରଙ୍କନିଧି ଖମାରୀ, କୋଷାଧ୍ୟକ୍ଷ ଶ୍ରଦ୍ଧାକର ଗାଇଗୈ।ରିଆ, ଆଦିବାସୀ ନେତା ଡମ୍ବରୁଧର କହଁର, ସମାଜସେବୀ ସନ୍ତୋଷ ଦନ୍ତା, ଶଗଡ଼ା ସମିତି ସଭ୍ୟ କୁନୁ ଦନ୍ତା, ଶୁଣ୍ଢିପଦର ସରପଞ୍ଚ ପ୍ରତିନିଧି ଲାଲବିହାରୀ ବଗର୍ତ୍ତି, ଜିଲ୍ଲା ପରିଷଦ ଉପ-ସଭାପତି ଶଙ୍କର୍ଷଣ ପ୍ରଧାନ, ସୁଧିର ମହାକୁଡ଼, ପ୍ରମୁଖ ମଞ୍ଚାସିନ ଥିଲେ। ନାଟ୍ୟ ସହ-ନିର୍ଦ୍ଦେଶକ ଶୁବଳ ଚରଣ ବାରିକ ମଞ୍ଚ ପରିଚାଳନା କରିଥିବା ବେଳେ କ୍ଳବ୍ ର ସଂପାଦକ ସୁକାନ୍ତ ପରଡିଆ ଧନ୍ୟବାଦ୍ ଅର୍ପଣ କରିଥିଲେ। ମାଁ ମାହେଶ୍ୱରୀ ନାଟ୍ୟ କଳା ସଂସଦ ପକ୍ଷରୁ ପରିବେଶିତ ହୃଦୟସ୍ପର୍ଶୀ, ସାମାଜିକ ନାଟକଟିକୁ ହଜାର ହଜାର ଦର୍ଶକ ସକାଳ ପର୍ଯ୍ୟନ୍ତ ଉପଭୋଗ କରିଥିଲେ। ସଂସଦ ର ସଭାପତି ସନ୍ତୋଷ ସିଂହଙ୍କ ତତ୍ତ୍ଵାବଧାନରେ କମିଟିର ଜିତେନ୍ଦ୍ର, ସୁମନ୍ତ, ସଞ୍ଜିବ ସମେତ ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *