July 1, 2025
Home » ବଡ଼ବିଲ ନଗର ବିଜେପି ପକ୍ଷରୁ ଜିଲ୍ଲା ବିଜେପି   ନେତୃତ୍ୱ ଙ୍କୁ ଭବ୍ୟ ସ୍ୱାଗତ

ବଡ଼ବିଲ ନଗର ବିଜେପି ପକ୍ଷରୁ ଜିଲ୍ଲା ବିଜେପି   ନେତୃତ୍ୱ ଙ୍କୁ ଭବ୍ୟ ସ୍ୱାଗତ

0
WhatsApp Image 2025-06-07 at 9.24.12 PM

ଯୋଡ଼ା: କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଏବଂ ରାଜ୍ୟ ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି କେନ୍ଦୁଝର ଜିଲ୍ଲା ବଡ଼ବିଲ ତହସିଲ ଅନ୍ତର୍ଗତ ରେ  ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ସଂଜଯୋକ ଶ୍ରୀଯୁକ୍ତ ଚନ୍ଦ୍ରଗୁପ୍ତ ପ୍ରସାଦ ଙ୍କ ଆନୁକୂଲ୍ୟରେ   ଯୁବ ନେତା ବିଷ୍ଣୁଗୁପ୍ତ ପ୍ରସାଦ ଙ୍କ ନେତୃତ୍ୱରେ ନଗର ବିଜେପି ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା।

ତେବେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେବାପାଇଁ ବିଜେପି ଜିଲ୍ଲା ସଙ୍ଘଠନ ରୁ ଆସିଥିବା ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ସବୀର ଦାସ, ଜିଲ୍ଲା ଯୁବମୋର୍ଚ୍ଚା ସଂଯୋଜକ ଵିଷ୍ଣୁ ପ୍ରସାଦ ତ୍ରିପାଠୀ,ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ହେମ ରଞ୍ଜନ ବାରିକ ଙ୍କୁ ଭଦ୍ରାସାହି ଠାରେ ରାଜ୍ୟ ବିଜେପି ମିଡ଼ିଆ ସେଲ ସଂଯୋଜକ ତଥା ଜିଲ୍ଲା ଯୁବ ବିଜେପି କୋଷାଧକ୍ଷ ଶ୍ରୀଯୁକ୍ତ ବିଷ୍ଣୁ ଗୁପ୍ତ ପ୍ରସାଦ ଙ୍କ ଅଧ୍ୟକ୍ଷତାରେ ବଡ଼ବିଲ ନଗର ବିଜେପି ଶତାଧିକ କର୍ମୀ ମାନେ ଅତିଥି ମାନଙ୍କୁ ପୁଷ୍ପ ମାଲ୍ୟ ଦେଇ ଭବ୍ୟ ସ୍ଵାଗତ କରିଥିବାର ଦେଖିବାକୁ ମିଳିଥିଲା।ସ୍ୱାଗତ ସମ୍ବର୍ଦ୍ଧନା ଦେବାପରେ ଦିବା ୧୧ ଘଟିକାରେ ଭଦ୍ରାସାହି,୧୨ ଘଟିକାରେ ବଲାଣି ଏବଂ ସଂନ୍ଧ୍ୟା ରେ ବଡ଼ବିଲ ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟାଳୟ ରେ  ଥିବା କାର୍ଯ୍ୟକ୍ରମ ରେ ଅତିଥି ମାନେ ଯୋଗ ଦେଇ ସରକାର ଙ୍କ ଉନ୍ନତି ମୂଳକ କାର୍ଯ୍ୟ ଏବଂ ଯୋଜନା ସମ୍ବନ୍ଧରେ ନିଜ ଅଭିଭାଷଣ ରେ ବଖାଣିଥିଲେ। ଏହି କାର୍ଯ୍ୟକ୍ରମ ପରେ ଆଗକୁ ବଡ଼ବିଲ ଅଞ୍ଚଳରେ ବିଜେପି  ସକ୍ରିୟ ଏବଂ  ଅଧିକ ଶକ୍ତିଶାଳୀ ହେବ ବୋଲି ଯୁବନେତା ଵିଷ୍ଣୁ ପ୍ରସାଦ ଗୁପ୍ତା କହିଛନ୍ତି।

କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।

Leave a Reply

Your email address will not be published. Required fields are marked *